ETV Bharat / state

ଟଙ୍କା ବଦଳରେ ମେଡିକାଲ ଚାକିରି: ଚଳୁକଲେ 11 ଲକ୍ଷ, ଦୁଇ ଭାଇ ଗିରଫ - JOB FRAUD

ଟଙ୍କା ଦେଲେ ମେଡିକାଲରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । କଟକରୁ ଦୁଇ ଭାଇ ଗିରଫ । କାଗଜପତ୍ର ଜବତ କଲା ପୋଲିସ ।

ଟଙ୍କା ବଦଳରେ ମେଡିକାଲରେ ଚାକିରି
ଟଙ୍କା ବଦଳରେ ମେଡିକାଲରେ ଚାକିରି (ETV Bharat Odisha)
author img

By ETV Bharat Odisha Team

Published : Dec 9, 2024, 10:11 PM IST

କଟକ: ରାଜ୍ୟର ସରକାରୀ ମେଡିକାଲ ଗୁଡିକରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଏହି ଘଟଣାରେ କଟକ ମଙ୍ଗଳାବାଗ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଭାଇ ଅର୍ଜିତ୍ ମହାନ୍ତି ଏବଂ ଅର୍ପିତ୍‌ ମହାନ୍ତି କେବଳ ଚାକିରି କରାଇ ଦେବା କହି ଲୋକଙ୍କ ଠାରୁ ଟଙ୍କା ଠକି ନାହାଁନ୍ତି ବରଂ ଅର୍ଥ କାରବାର କରି ଅନେକ ଅଯୋଗ୍ୟ ଲୋକଙ୍କୁ ଚାକିରି ମଧ୍ୟ କରାଇ ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ପୋଲିସ ଏହାର ସୁରାକ ପାଇଥିବା ବେଳେ ଖୁବଶୀଘ୍ର ଏକ ବଡ ଖୁଲାସା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଟଙ୍କା ବଦଳରେ ମେଡିକାଲରେ ଚାକିରି (ETV Bharat Odisha)

ସେହିପରି ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥାଇ ଯୁବକ ଯୁବତୀଙ୍କୁ ଏସସିବିର ନିଯୁକ୍ତି ଦିଆଯିବା ସହ ଅଷ୍ଟମ ପାସ କରିଥିବା ଯୁବକଙ୍କୁ ଲ୍ୟାବ ଟେକନିସିଆନ ପଦବୀ ମିଳିଥିବା ଅଭିଯୋଗ ମଧ୍ୟ ଆସିଛି । ଏହି ଘଟଣା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ଏସସିବି କର୍ତ୍ତୃପକ୍ଷ । ସେ କହିଛନ୍ତି, ‘ଏନେଇ ନିର୍ଦ୍ଦିଷ୍ଟ ଭାବରେ କୌଣସି ଅଭିଯୋଗ ଆସିନାହିଁ, ଯଦି ଆସେ ତାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

JOB FRAUD
JOB FRAUD (ETV Bharat Odisha)
ବିକ୍ରି ହେଉଛି ଚାକିରି:

ରାଜ୍ୟ ବିଭିନ୍ନ ମେଡିକାଲର ବିଭିନ୍ନ ପଦବୀ ପାଇଁ ବିକ୍ରି ହେଉଛି ଚାକିରି । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବର୍ଗରେ ଆସୁଥିବା ଆଟେଣ୍ଡାଣ୍ଟ୍‌ , ସୁରକ୍ଷାକର୍ମୀ, ସଫେଇ କର୍ମୀ, ଲିଫ୍ଟ ଅପରେଟର ପଦରେ ଚାକିରି ପାଇଁ ୩୦ହଜାର ଟଙ୍କା । ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ବର୍ଗରେ ଆସୁଥିବା ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ୨ଲକ୍ଷ, ଲ୍ୟାବ ଟେକ୍ନିସିଆନ୍ ଓ ନସିଂ ଅଫିସର ପାଇଁ ୫ରୁ ୧୦ଲକ୍ଷ ଟଙ୍କା । ଏବଂ ଟଙ୍କା ଦେବା ପରେ ମିଳୁଛି ନିଯୁକ୍ତି ପତ୍ର । ଯେଉଁଥିରେ କି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଏସସିବି ମେଡିକାଲ କର୍ତ୍ତୃପକ୍ଷ, ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଭଳି ଅନେକ ବିଭାଗର ସିଲ ସହିତ ଅଧିକାରୀ ଓ ଡାକ୍ତରମାନଙ୍କର ଜାଲ ଦସ୍ତଖତ ମଧ୍ୟ ରହିଛି । କିନ୍ତୁ ଅସଲି ଭଳି ଦିଶୁଥିବା ଏହି ନିଯୁକ୍ତି ପତ୍ର ଗୁଡ଼ିକ ଦସ୍ତାବିଜ ନକଲି ।

ଚାକିରି ନାଁରେ ଠକେଇର ତଦନ୍ତ କରୁଛି ପୋଲିସ:

JOB FRAUD
JOB FRAUD (ETV Bharat Odisha)

ଠିକା ଭାବେ ନିଯୁକ୍ତି ଦିଆଯାଉଥିବା ଏହି ସବୁ ପଦବୀ ପାଇଁ ନା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କେବେ ବିଜ୍ଞପ୍ତି ପ୍ରକାଶ କରିଥିଲେ, ନା ଚାକିରି ପାଇଁ କାହାକୁ ନିଯୁକ୍ତି ପତ୍ର ଦେଇଥିଲେ । ଚାକିରି ନାଁରେ ଠକେଇ ମାମଲାର ତଦନ୍ତ କରୁଥିବା କଟକ ମଙ୍ଗଳାବାଗ ପୋଲିସ ସ୍ଥାନୀୟ ଅଞ୍ଚଳର ଦୁଇ ଭାଇ ଅର୍ଜିତ ମହାନ୍ତି ଏବଂ ଅର୍ପିତ ମହାନ୍ତି ଗିରଫ କରିବା ପରେ ଏବେ ଏହି ଭଳି ଏକ ସାଙ୍ଘାତିକ କଥା ପଦାକୁ ଆସିଛି । ଏହି ଦୁଇ ଭାଇଙ୍କ ଠାରୁ ଗୋଟିଏ ବସ୍ତା ଭର୍ତ୍ତି ବାୟୋ ଡାଟା, ୪ ଶହରୁ ଊର୍ଦ୍ଧ୍ବ ଜାଲ ନିଯୁକ୍ତି ପତ୍ର, ଏଲଆଣ୍ଡଟି କନସଲଟାନସିର ଲେଟର ପ୍ୟାଡ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ଏକ ନକଲି ଚିଠି ସହିତ ପ୍ୟାନ୍ ଓ ଆଧାର କାର୍ଡ, ୧୦ହଜାର ଟଙ୍କା ଓ ନକଲି ଷ୍ଟାମ୍ପ୍ ଓ ଏକ କାର ମଧ୍ୟ ଜବତ ହୋଇଛି ।

SCBରେ ଚାକିରି କରେଇବା ନାଁରେ ଠକିଥିଲେ 11 ଲକ୍ଷ:

JOB FRAUD
JOB FRAUD (ETV Bharat Odisha)

କଟକ ବଡ଼ ଡାକ୍ତରଖାନାରେ ନସିଂ ଅଫିସର୍, ଆଟେଣ୍ଡାଣ୍ଟ୍ ଓ ଡାଟା ଏଣ୍ଟ୍ରି ଚାକିରି ଦେବାକୁ କହି ୧୧ଲକ୍ଷ ଟଙ୍କା ଠକି ନେଇଥିବା ଦୁଇ ଭାଇଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତ ଜଣକ ହେଉଛନ୍ତି ମଙ୍ଗଳାବାଗ ଉଚ୍ଚସାହିର ଅର୍ଜିତ୍ ମହାନ୍ତି(୨୫) ଏବଂ ଅର୍ପିତ୍‌ ମହାନ୍ତି(୨୧)।

ସୁନ୍ଦରଗଡ ଯୁବକଙ୍କୁ ଠକିଥିଲେ:

ସୁନ୍ଦରଗଡ଼ ଜିଲା ହୀରାମଣି ଆଢ଼ାଙ୍କ ନିକଟରୁ ଅର୍ଜିତ୍ ଓ ଅର୍ପିତ୍ ବଡ଼ ଡାକ୍ତରଖାନାରେ ଚାକିରି ଦେବାକୁ କହି ଗତ ଜୁନ ମାସରେ ସାଢ଼େ ୧୧ଲକ୍ଷ ଟଙ୍କା ଠକି ନେଇଥିଲେ । ଏପରିକି ଟଙ୍କା ଦେବା ପରେ ଖୁବ୍‌ଶୀଘ୍ର ନିଯୁକ୍ତି ପତ୍ର ଦେବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନିଯୁକ୍ତିପତ୍ର ଦେଇ ନ ଥିଲେ । ଟଙ୍କା ଫେରସ୍ତ ମାଗିବାରୁ ଟଙ୍କା ମିଳି ନଥିଲା । ବାଧ୍ୟ ହୋଇ ହୀରାମଣି ମଙ୍ଗଳାବାଗ ଥାନାରେ ମାମଲା ରୁଜୁ କରିଥିଲେ ।

JOB FRAUD
JOB FRAUD (ETV Bharat Odisha)

ଦୁଇ ଭାଇ କରୁଥିଲେ ଠକେଇ:

ଅନେକ ଜଣଙ୍କ ଠାରୁ ଚାକିରି କରାଇଦେବା ନାଁରେ ଟଙ୍କା ଆଦାୟ କରୁଥିଲେ ଏହି ଦୁଇ ଭାଇ । ବିଶେଷକରି କଟକ ବଡ଼ ଡାକ୍ତରଖାନାରେ ଆଟେଣ୍ଡାଣ୍ଟ୍‌ ପଦ ପାଇଁ ୩୦ ହଜାର, ଡାଟା ଏଣ୍ଟ୍ରି ପଦ ପାଇଁ ୨ଲକ୍ଷ ଏବଂ ଟେକ୍ନିସିଆନ୍ ଓ ନସିଂ ଅଫିସର ପାଇଁ ୫ରୁ ୧୦ଲକ୍ଷ ନେଇଥିଲେ । ଏହାପରେ ସେମାନଙ୍କୁ ଜାଲ୍ ନିଯୁକ୍ତିପତ୍ର ଯୋଗାଇଥିଲେ । ପୋଲିସ ଘଟଣାର ତଦନ୍ତ ସମୟରେ ଏହି ଦୁଇ ଠକ ଭାଇଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଦେଇଥିଲା । ସେମାନଙ୍କୁ ଗିରଫ କରିବା ପରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । କେବଳ କଟକରେ ନୁହେଁ ବରଂ ରାଜ୍ୟରେ ଏହି ଭଳି ଅନେକ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ଲୋଭ ଦେଖାଇ ଦୁଇ ଭାଇ ଅନେକ ଲୋକଙ୍କୁ ଠକି ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।

ତେବେ ଏନେଇ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି, ‘ପୋଲିସ ଘଟଣା ଉପରେ ନଜର ରଖିଛି । ମାମଲାର ତଦନ୍ତ ମଧ୍ୟ ଜାରି ରଖିଛି । ଅନ୍ୟ କେଉଁ ମାନେ ଏହି ରାକେଟରେ ସାମିଲ ଅଛନ୍ତି ତାହାର ବି ତଦନ୍ତ କରୁଛି ପୋଲିସ । ଯେଉଁମାନେ ଏହି ଘଟଣାରେ ସାମିଲ ଥିବେ ସମସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।’

ଚତୁର୍ଥଶ୍ରେଣୀ ବର୍ଗରେ ଠିକା ନିଯୁକ୍ତି:

JOB FRAUD
JOB FRAUD (ETV Bharat Odisha)

ରାଜ୍ୟର ସରକାରୀ ମେଡିକାଲ ଗୁଡିକରେ ଚତୁର୍ଥ ଶ୍ରେଣୀ ବର୍ଗରେ ଆସୁଥିବା ଆଟେଣ୍ଡାଣ୍ଟ୍‌, ସୁରକ୍ଷାକର୍ମୀ, ସଫେଇ କର୍ମୀ , ଲିଫ୍ଟ ଅପରେଟର ଓ ତୃତୀୟ ଶ୍ରେଣୀ ବର୍ଗରେ ଆସୁଥିବା ଡାଟା ଏଣ୍ଟ୍ରି ଅପରେଟର, ଲ୍ୟାବ ଟେକ୍ନିସିଆନ୍, ନସିଂ ଅଫିସର ଭଳି ପଦରେ ଠିକା ନିଯୁକ୍ତି ଦିଆଯାଉଛି । ନିଯୁକ୍ତି ପାଇଁ ବିଭିନ୍ନ ଠିକା ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି । ତେବେ ଏହି ସବୁ ପଦବୀରେ ଚାକିରି କରାଇ ଦେବା ଆଳରେ ଅର୍ଜିତ୍ ଓ ଅର୍ପିତ୍‌ ଶହଶହ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଜଣାପଡିଛି । ଏପରିକି ଅଷ୍ଟମ ପାସ କରିଥିବା ଯୁବକଯୁବତୀଙ୍କୁ ବି-ଫାର୍ମା ଯୋଗ୍ୟତା ଧାରଣ କରୁଥିବା ନକଲି ସାର୍ଟିଫିକେଟ ଦେଇ ଲ୍ୟାବ ଟେକ୍ନିସିଆନ୍ ଓ ନସିଂ ଅଫିସର ଭଳି ପଦବୀରେ ଚାକିରି ପ୍ରଦାନ କରାଯାଇଥିବା ମଧ୍ୟ ଅଭିଯୋଗ ହେଉଛି ।

JOB FRAUD
JOB FRAUD (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ସରକାରୀ ଚାକିରି ନାଁରେ ଲକ୍ଷ ଲକ୍ଷ ଚଳୁ, ୯ ଗିରଫ

ମେଡିକାଲ କଲେଜରେ ଚାକିରୀ ନାଁରେ ଠକେଇ ମାମଲା, 9ମାସ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ଶିକ୍ଷକ

ଚାକିରି ଦେବା ନାଁରେ ଠକେଇ, ବୌଦ୍ଧରୁ ଅଭିଯୁକ୍ତକୁ ବାନ୍ଧିଲା ମାଲକାନଗିରି ପୋଲିସ

ଚାକିରି ଦେବା ଆଳରେ ଟଙ୍କା ଠକି ଅଏସ କରୁଥିଲା ଠକ, ବାନ୍ଧିଲା ପୋଲିସ

ଏସସିବିର କୂଳସଚିବ ଡକ୍ଟର ଅବିନାଶ ରାଉତ କହିଛନ୍ତି, ‘ଠିକା ନିଯୁକ୍ତି ପାଉଥିବା ପଦବୀକୁ ସମ୍ପୂର୍ଣ୍ଣ ଭାବେ ଆଉଟ ସୋର୍ସ କରାଯାଇଛି । ଯଦି ଆଉଟ ସୋର୍ସିଂ କରୁଥିବା ସଂସ୍ଥା କାହା ଠାରୁ ଅର୍ଥ ନେଇଥିବ ସେଥିରେ ଏସସିବିର କୌଣସି ଭୂମିକା ନାହିଁ । କିନ୍ତୁ ଏସସିବିରେ ଠିକାରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀଙ୍କ ଯୋଗ୍ୟତା ନେଇ କୌଣସି ଅଭିଯୋଗ ଆସିଲେ ଏହାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.