ETV Bharat / state

ବିଜେପି ସରକାର ପରେ BMCର ପ୍ରଥମ ବୈଠକ, ହଟଗୋଳ କରି ଗୃହତ୍ୟାଗ କଲେ ବିଜେଡି କର୍ପୋରେଟର - BMC Corporation Meeting

author img

By ETV Bharat Odisha Team

Published : Jun 28, 2024, 10:33 PM IST

BMC Corporation Meeting: ବିଏମସି କର୍ପୋରେସନ୍ ବୈଠକରେ ହଙ୍ଗାମା । ବୈଠକରୁ ହଠାତ୍ ହୋହଲ୍ଲା କରି ଉଠି ଚାଲିଆସିଥିଲେ ବିଜେଡି କର୍ପୋରେଟର । ଅଧିକ ପଢ଼ନ୍ତୁ

BMC Corporation Meeting
BMC Corporation Meeting (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଆସିବା ପରେ ଆଜି ପ୍ରଥମ ଥର ଅନୁଷ୍ଠିତ ହୋଇଛି ବିଏମସି କର୍ପୋରେସନ ବୈଠକ । ଏଥିରେ ଏକାମ୍ର ଉତ୍ତର ଓ ଜଟଣୀ ବିଧାୟକ ଉପସ୍ଥିତ ଥିବା ବେଳେ ଭୁବନେଶ୍ୱରର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଏବଂ ଉନ୍ନୟନ କାର୍ଯ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । କର୍ପୋରେଟରମାନେ ନିଜ ଅଞ୍ଚଳର ସମସ୍ୟାକୁ ଉପସ୍ଥାପନା କରିବା ସହ ମେୟରଙ୍କୁ ପ୍ରଶ୍ନ କରିଥିଲେ । ଆଉ ୩ ବିଧାୟକଙ୍କ ସହ ୬୭ କର୍ପୋରେଟେରଙ୍କୁ ନେଇ ବୈଠକ ଆରମ୍ଭ ହୋଇଥିଲା । ଅନେକ ପ୍ରସଙ୍ଗରେ ପ୍ରଶ୍ନ ଉତ୍ତର ଭିତରେ ରାଜଧାନୀର ଜଳବନ୍ଦୀ ଓ ଡ୍ରେନେଜ ପ୍ରସଙ୍ଗ ଥିଲା ମୁଖ୍ୟ ପ୍ରସଙ୍ଗ । ହେଲେ ଏହି ବୈଠକ ଆରମ୍ଭରୁ ଦେଖିବାକୁ ମିଳିଥିଲା ହଟଗୋଳ ହୋ ହଲ୍ଲା ଓ ଅପ୍ରୀତିକର ପରିସ୍ଥିତି । ଆଉ ଏହି ହଟଗୋଳ ସ୍ଥିତି ପରେ ବିଜେଡି କର୍ପୋରେଟରମାନେ ବୈଠକ ଛାଡ଼ି ଗୃହତ୍ୟାଗ କରିଥିବା ଦେଖିବାକୁ ମିଳିଛି ।

ତେବେ ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ ନିଜ ମତ ରଖି ନ ପାରି ବିଜେପି କର୍ପୋରେଟରଙ୍କୁ ବିଶୃଙ୍ଖଳିତ ବୋଲି କହି ବିଜେଡି କର୍ପୋରେଟରମାନେ କର୍ପୋରେସନ ବୈଠକରୁ ବାହାରି ବାହାରେ ହୋ ହଲ୍ଲା କରୁଥିବା ଦେଖିବାକୁ ମିଳିଛି । ଏପରିକି ଗୃହରେ 2 ଦଳ ଭିତରେ ହଟଗୋଳ ବଢିବାରୁ ବୈଠକର ଅଧ୍ୟକ୍ଷ ମେୟରଙ୍କୁ ଅବମାନନା କରି ବୈଠକ ତ୍ୟାଗ କରିଥିଲେ କିଛି ବିଜେଡି କର୍ପୋରେଟର । ଲୋକଙ୍କ ସମସ୍ୟାକୁ ଉପସ୍ଥାପନା ପାଇଁ ସୁଯୋଗ ନମିଳିବାରୁ ବୈଠକର କିଛି ସମୟ ପରେ ବାହାରି ଆସିଥିବା କହିଛନ୍ତି ବିଜେଡି କର୍ପୋରେଟର ।

ଆଜିର ବୈଠକକୁ ନେଇ ବିଏମସି ମେୟର ସୁଲଚନା ଦାସ କହିଛନ୍ତି,"ଏଠି ଭୁବନେଶ୍ୱରର ସ୍ୱାର୍ଥ ଓ ବିକାଶକୁ ନେଇ ଆଲୋଚନା ହେଉଛି । ତେଣୁ ଦଳମତରେ ସମସ୍ତେ ସମାନ ସବୁ କର୍ପୋରେଟରଙ୍କ କହିବାର ଅଧିକାର ଅଛି । କିଛିଜଣ ବିଶୃଙ୍ଖଳିତ ହୋଇ ହୋଇ ହଲ୍ଲାକୁ ନେଇ ବୈଠକରୁ ବାହାରିଥିଲେ । ପୁଣି ଆସି ଯୋଗଦେବେ ଆଉ ଭୁବନେଶ୍ୱର ଉନ୍ନୟନରେ ସମସ୍ତେ ସାମିଲ ହେବେ ବୋଲି କହିଛନ୍ତି । ଏହାସହ ୩ରୁ ୪ ଦିନ ଭିତରେ ସହରର ଡ୍ରେନେଜ ସମସ୍ୟାର ସମାଧାନ ହେବ ବୋଲି ଆଲୋଚନା ହୋଇଛି ।"

ସେପଟେ ହୋ ହଲ୍ଲା ହଟଗୋଳ ଭିତରେ ଦଳ ଓ ଚିହ୍ନ ସର୍ବଶେଷରେ ଆଜି ପ୍ରତ୍ୟେକଟି ସଦସ୍ୟଙ୍କ ନଜର ରହିଥିଲା ଡ୍ରେନେଜ ସମସ୍ୟା ଓ ଏହାର ସମାଧାନ ଉପରେ । ମେୟର ସୁଲୋଚନା ଦାସଙ୍କ କହିବା ମୁତାବକ, ଆଜି କର୍ପୋରେସନରେ ବିଶେଷ କରି ଡ୍ରେନେଜ ସମସ୍ୟା ଓ ଯେଉଁ ଗୁଡ଼ିକ କାମ ଚାଲିଛି ତା ଉପରେ ଆଲୋଚନା କରାଯାଇଛି । ସବୁଠାରୁ ଅଧିକ ପ୍ରଶ୍ନ ଡ୍ରେନେଜ ଉପରେ ଥିଲା । କାହିଁକି କାମରେ ବିଳମ୍ବ ହୋଇଛି ତାକୁ ନେଇ ଆଲୋଚନା ହୋଇଛି । ମଝିରେ MCC ଥିଲା ତେଣୁ ସେଥିପାଇଁ ବିଳମ୍ବ ହୋଇଛି । ବିଶେଷ କରି କିଭଳି ଡ୍ରେନ ଗୁଡିକରେ ଯଥାଶୀଘ୍ର ସ୍ଲାବ ପଡ଼ିବ ସେନେଇ ଆଲୋଚନା ହେବ ।

ଅନ୍ୟପଟେ ଏକାମ୍ର ବିଧାୟକ ବାବୁ ସିଂଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, "ଆଲୋଚନା ସଫଳ ହେଲା ବୋଲି ମୁଁ କହିବି ନାହିଁ । ଆଜି ବିଶେଷ କରି ଡ୍ରେନ ସମସ୍ୟା ପ୍ରସଙ୍ଗକୁ ଉଠାଇଥିଲି । ଏହାକୁ ୬୭ ଜଣ ସମସ୍ତ କର୍ପୋରେଟର ସମର୍ଥନ ଜଣାଇଥିଲେ । ଡ୍ରେନେଜ ସମସ୍ୟା ଏକ ଏପରି ସମସ୍ୟା ଯେଉଁଥି ପାଇଁ ପୁରା ଭୁବନେଶ୍ୱର ପୀଡ଼ିତ । ଏହା ଏକ ମିଳିତ ଯୁଦ୍ଧ, ତେଣୁ ଏହି ପ୍ରସଙ୍ଗ ପାଇଁ ମୁଁ ମେୟର ଡେପୁଟି ମେୟର ଓ କମିସନରଙ୍କୁ ଜଣାଇଛି । ଯେହେତୁ ଏଠାରେ ସମସ୍ତ ବିଭାଗର ଅଫିସର ନଥିଲେ ତେଣୁ ଆଲୋଚନା ସଫଳ ହୋଇଛି ବୋଲି ମୁଁ କହୁନାହିଁ । ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟର ଅଭାବ ରହିଛି । ଏହା କେବଳ ମ୍ୟୁନିସିପାଲଟି କରି ପାରିବ ନାହିଁ, ଆର ଆଣ୍ଡ ଡ଼ି, ପାନୀୟ ଜଳ ଓ ଏନଏଚ ବିଭାଗର ସହଯୋଗ ଆବଶ୍ୟକ ରହିଛି । ସମସ୍ତଙ୍କ ସହଯୋଗରେ ହିଁ ସାମୁହିକ ଉନ୍ନତି ସମ୍ଭବ ।

ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀରେ ବନ୍ଦ ହେବ ମୁକୁଳା ଡ୍ରେନ; ମାସକ ଭିତରେ ସରିବ ବ୍ୟାରିକେଡ କାମ - Slabbing Of Open Drains

ଅନ୍ୟପଟେ ବିଶୃଙ୍ଖଳାକୁ ନେଇ ବିଜେପି କର୍ପୋରେଟର କହିଛନ୍ତି ଯେ, ବିଜେଡିର ସଂଖ୍ୟା ଗରିଷ୍ଠତା ଥାଇ ଵିଏମସିର ମୁଖ୍ୟ ମେୟର ଓ ତାଙ୍କ ଦଳର ୩ ବିଧାୟକ ଉପସ୍ଥିତ ହୋଇ ମଧ୍ୟ ଆମେ ବିଶୃଙ୍ଖଳା କରିବା ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍ପଦ । ବିଜେଡି କାର୍ପୋରେଟର ଏଭଳି ଆଚରଣ ମେୟରଙ୍କ ଅବମାନନା ଓ ଅସମ୍ମାନ କରୁଛି । ଯିଏ ଶୃଙ୍ଖଳା ରଖେ ସେ ଗୃହରେ ରୁହେ ଅର୍ଥାତ ମେୟରଙ୍କ କଥା ମାନି ବୈଠକରେ ଉପସ୍ଥିତ ରୁହେ । ଯଦି ଆମେ ବୈଠକରେ ଉପସ୍ଥିତ ଥିଲୁ ତେବେ କିଏ ବିଶୃଙ୍ଖଳିତ ରହିଛି ସ୍ପଷ୍ଟ ଅନୁମେୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.