ETV Bharat / state

ଦେଶରେ ୨୫ କୋଟି ଅପାର୍ ଆଇଡି ତିଆରି ହୋଇଛି: ଧର୍ମେନ୍ଦ୍ର

author img

By ETV Bharat Odisha Team

Published : Feb 14, 2024, 8:38 AM IST

One Nation One Id card: 'ଅପାର: ଓ୍ୱାନ ନେସନ ଓ୍ୱାନ ଷ୍ଟୁଡେଣ୍ଟ୍ ଆଇଡି କାର୍ଡ' ଜାତୀୟ ସମ୍ମିଳନୀ ଲୋକାର୍ପଣ । ଏବେସୁଦ୍ଧା ଦେଶରେ ୨୫ କୋଟି 'ଅପାର୍ ଆଇଡି' ତିଆରି ହୋଇଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଲେ ସୂଚନା । ଅଧିକ ପଢନ୍ତୁ

APAAR One nation one student id card
ୱାନ୍ ନେସନ୍ ୱାନ୍ ଷ୍ଟୁଡେଣ୍ଟ୍ ଆଇଡି କାର୍ଡ' ଜାତୀୟ ସମ୍ମିଳନୀର ଲୋକାର୍ପଣ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ 'ଅପାର୍: ଓ୍ୱାନ ନେସନ ଓ୍ୱାନ ଷ୍ଟୁଡେଣ୍ଟ୍ ଆଇଡି କାର୍ଡ'(APAAR One nation one student id card) ଜାତୀୟ ସମ୍ମିଳନୀର ଲୋକାର୍ପଣ କରିଛନ୍ତି । ଶିକ୍ଷାଗତ ସଫଳତାକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଥିବା ବେଳେ ଏବେସୁଦ୍ଧା ଦେଶରେ ୨୫ କୋଟି 'ଅପାର୍ ଆଇଡି' ତିଆରି ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆଉ ମଧ୍ୟ ପ୍ରତିବର୍ଷ ୫୩ଟି ଡିପିଆଇ ବିକଶିତ ହେଉଥିବା ବେଳେ ସେଥିମଧ୍ୟରୁ ଭାରତରେ କେବଳ ୧୯ଟି ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

'ଅପାର୍: ୱାନ୍ ନେସନ୍ ୱାନ୍ ଷ୍ଟୁଡେଣ୍ଟ୍ ଆଇଡି କାର୍ଡ'କୁ ନେଇ ଏକ ଜାତୀୟ ସମ୍ମିଳନୀର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି, "ଦେଶରେ ୨୫ କୋଟି 'ଅପାର ଆଇଡି' ତିଆରି ହୋଇଛି ଯାହା ଦେଶ ପାଇଁ ଏକ ବଡ଼ ଉପଲବ୍ଧି ଅଟେ । ସାମ୍ପ୍ରତିକ ବର୍ଷଗୁଡ଼ିକରେ ୧୬ଟି ଦେଶରେ ଏଭଳି ୫୩ଟି ଡିପିଆଇ ବିକଶିତ ହୋଇଛି । ସେଥିମଧ୍ୟରୁ ୧୯ଟି କେବଳ ଭାରତରେ ହୋଇଛି । ପ୍ରତ୍ୟେକ ଛାତ୍ରଙ୍କୁ ଅଭିନବ ଏବଂ ସ୍ଥାୟୀ ୧୨ ଅଙ୍କ ବିଶିଷ୍ଟ ପରିଚୟପତ୍ର ପ୍ରଦାନ କରି ସମଗ୍ର ଦେଶରେ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ଏବଂ ଉପଲବ୍ଧ ଶୈକ୍ଷିକ ଅଭିଜ୍ଞତା ପ୍ରଦାନ କରାଯିବ ।"

ଏହାମଧ୍ୟ ପଢନ୍ତୁ...ରୋଜଗାର ମେଳା; ଭୁବନେଶ୍ବରରେ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସେ ଆଉ ମଧ୍ୟ କହିଛନ୍ତି, "ବିଦ୍ୟାର୍ଥୀଙ୍କ ଛାତ୍ର ଜୀବନରେ ଆଇଡି କାର୍ଡ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆଇଡିକୁ ଗୌରବର ସହ ସେମାନେ ପାଖରେ ରଖିଥାନ୍ତି । ଦେଶର ପ୍ରଗତି ଭଳି ଆଇଡି କାର୍ଡର ମଧ୍ୟ ବିକଶିତ ହୋଇଛି ।" ତେବେ 'ଦ ଅଟୋମେଟେଡ୍ ପରମାନେଟ୍ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି (ଅପାର୍)' ହେଉଛି ୨୦୨୦ର ଜାତୀୟ ଶିକ୍ଷା ନୀତି (ଏନଇପି) ଏବଂ ନ୍ୟାସନାଲ କ୍ରେଡିଟ୍ ଆଣ୍ଡ କ୍ୱାଲିଫିକେସନ ଫ୍ରେମୱାର୍କ (ଏନସିଆରଏଫ) ସହିତ ସମନ୍ୱୟ ରକ୍ଷା କରି ଆରମ୍ଭ କରାଯାଇଥିବା ଏକ ପରିବର୍ତ୍ତନମୂଳକ ପଦକ୍ଷେପ । ଏହାର ଉଦ୍ଦେଶ୍ୟ ପ୍ରତ୍ୟେକ ଛାତ୍ରଙ୍କୁ ଏକ ଅଭିନବ ଏବଂ ସ୍ଥାୟୀ ୧୨ ଅଙ୍କ ବିଶିଷ୍ଟ ପରିଚୟପତ୍ର ପ୍ରଦାନ କରି ସମଗ୍ର ଭାରତରେ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ଏବଂ ଉପଲବ୍ଧ ଶୈକ୍ଷିକ ଅଭିଜ୍ଞତା ପ୍ରଦାନ କରିବା ତଥା ସେମାନଙ୍କର ଶିକ୍ଷାଗତ ସଫଳତାକୁ ଗୋଟିଏ ସ୍ଥାନରେ ସୁଦୃଢ଼ କରିବା ।

କିପରି ଉପକୃତ ହେବେ ବିଦ୍ୟାର୍ଥୀ: 'ଅପାର୍ ଆଇଡି'ରେ ଛାତ୍ରଛାତ୍ରୀଙ୍କ ସମସ୍ତ ଶିକ୍ଷାଗତ ଯୋଗ୍ୟତା ତଥ୍ୟ, କ୍ରୀଡ଼ା ଦକ୍ଷତା ତଥ୍ୟ, ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତାର ସମସ୍ତ ତଥ୍ୟ ସାମିଲ ରହିବ । ଯାହା ଅତି ସହଜରେ କମ୍ ସମୟରେ ମିଳିପାରିବ । ଏଥିରେ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ, ଏଜୁକେସନ ଲୋନ୍, ଆୱାର୍ଡସ ଏବଂ ସରକାରୀ ସ୍କିମ ଇତ୍ୟାଦିରେ ଲାଭ ମିଳିପାରିବ । ତେବେ ପିଲାଙ୍କ ସ୍କୁଲ ପରିବର୍ତ୍ତନ ବେଳେ ଏହି କାର୍ଡକୁ ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ । କାରଣ ଏହା ଆଧାର ନମ୍ବର ସହ ଲିଙ୍କ ହୋଇଥିବାରୁ ଏହା ଏକ ୟୁନିକ ଷ୍ଟୁଡେଣ୍ଟ ଆଇଡି କାର୍ଡ । ଦେଶର ପ୍ରତ୍ୟେକ ରାଜ୍ୟର ସ୍କୁଲରେ ପିଲାଙ୍କ ଆଇଡି ସମାନ ରହିବ । ନୂଆ ଶିକ୍ଷାନୀତି ୨୦୨୦ ଅଧୀନରେ ଭାରତ ସରକାର ଏହି ଆଇଡି ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଏହାର ବ୍ୟବହାର କେବଳ ଶିକ୍ଷା କ୍ଷେତ୍ରରେ ହୋଇପାରିବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.