ETV Bharat / state

କେନ୍ଦ୍ରାପଡାରୁ କେରଳ ଦାଦନ ଚାଲାଣ, 4ଟି ବସକୁ ଅଟକ ରଖିଲେ ଘରୋଇ ବସ ମାଲିକ ସଂଘ - Migration of Jobless Youth

author img

By ETV Bharat Odisha Team

Published : Aug 10, 2024, 8:56 PM IST

MIGRATION OF JOBLESS YOUTH: ପ୍ରତିଦିନ ରାଜ୍ୟରୁ ଶହ ଶହ ଶ୍ରମିକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ହେଲେ ଶ୍ରମ ବିଭାଗ ପାଖରେ କୌଣସି ଖବର ନାହିଁ । କେନ୍ଦ୍ରାପଡାରେ 4ଟି ଦାଦନ ଚାଲାଣ ବସକୁ ଅଟକ ରଖିଲେ ଘରୋଇ ବସ ମାଲିକ ସଂଘ । ଅଧିକ ପଢନ୍ତୁ

MIGRATION OF JOBLESS YOUTH
MIGRATION OF JOBLESS YOUTH (ETV Bharat Odisha)

କେନ୍ଦ୍ରାପଡା: ଦାଦନ ଜିଲ୍ଲା ପାଲଟିଛି କେନ୍ଦ୍ରାପଡା । ଗଞ୍ଜାମ ପରେ କେନ୍ଦ୍ରାପଡା ଜିଲ୍ଲାରୁ ଲକ୍ଷାଧିକ ସଂଖ୍ୟାରେ ଶ୍ରମିକ ଏବେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଦେଖାଯାଉଛି । କେରଳ ରାଜ୍ୟକୁ ହଜାର ହଜାର ସଂଖ୍ୟାରେ ପୁରୁଷ, ମହିଳା,ଯୁବକ ଓ ଯୁବତୀ ଶ୍ରମିକ କାମ କରିବାକୁ ଯାଉଛନ୍ତି । ଏହି ଶ୍ରମିକ ମାନେ ଦାଦନ ଖଟିବା ପାଇଁ ବସରେ ସପ୍ତାହରେ ଥରେ ଯାଉଥିଲେ ବି ଶ୍ରମ ବିଭାଗ ପାଖରେ ନାହିଁ କୌଣସି ଖବର ।

କେନ୍ଦ୍ରାପଡାରୁ କେରଳ ଦାଦନ ଚାଲାଣ:

ଆଜି 4ଟି ବସରେ ଶ୍ରମିକମାନେ ଯାଉଥିବା ବେଳେ କିଛି ଘରୋଇ ବସ ମାଲିକ ଏହି ଗାଡି ଗୁଡିକୁ ଅଟକ ରଖିବାରୁ ଜଣା ପଡିଥିଲା ଶ୍ରମ ବିଭାଗର କାର୍ଯ୍ୟକାରିତା । କେନ୍ଦ୍ରାପଡାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଲା 4ଟି କେରଳ ଯାଉଥିବା ବସ । 300ରୁ ଊର୍ଦ୍ଧ୍ବ ଶ୍ରମିକ ପ୍ରାୟ 5 ଘଣ୍ଟା ଧରି ଅଟକି ରହିଥିଲେ । ଏହି ବସ ଗୁଡିକ "ଟୁରିଷ୍ଟ" ପରମିଟରେ ଯାତ୍ରୀମାନଙ୍କୁ ନେଉଥିବାରୁ "କେନ୍ଦ୍ରାପଡା ଘରୋଇ ବସ ମାଲିକ ସଂଘ" ବସ ଗୁଡିକୁ ଅଟକାଇଥିଲେ । ଖବର ପାଇ ପରିବହନ ବିଭାଗ କର୍ମଚାରୀ ପହଞ୍ଚିଥିଲେ ।

4ଟି ଦାଦନ ଚାଲାଣ ବସ ଅଟକ:

ଏହି ବସ୍ ଗୁଡିକ କେନ୍ଦ୍ରାପଡାରୁ କେରଳ ରାଜ୍ୟକୁ ସପ୍ତାହରେ ଥରେ ଅର୍ଥାତ ଶୁକ୍ରବାର ଦିନ ଯାଇଥାଏ ବୋଲି କହିଛନ୍ତି ଉଭୟ ଡ୍ରାଇଭର ଓ ଯାତ୍ରୀ । ସେଠାରେ ବିଭିନ୍ନ ପ୍ଲାଏଉଡ଼ କମ୍ପାନୀରେ ଓ ଗ୍ୟାରେଜରେ ଶ୍ରମିକମାନେ କାମ କରନ୍ତି । ତେବେ କେରଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ନିର୍ମଳ ରାଉତ କହିଛନ୍ତି, "କେରଳରେ ବହୁତ କିଛି ସୁବିଧା ମିଳୁଛି । ସେଠାରେ ପ୍ଲାଏ କାମ କରି ପେଟ ପୋଷୁଛୁ । ଆଜି ସମସ୍ତେ କେରଳ ଯାଉଥିବା ବେଳେ ବସ ମାଲିକ ସଙ୍ଘ ବସ ଗୁଡିକୁ ଅଟକାଇଛନ୍ତି । ସେଠାରେ କାମ କରି ମାସିକ ସର୍ବନିମ୍ନ ୨୦ ହଜାର ଟଙ୍କା କମାଉଛୁ । ଯଦି ଏଠାରେ କିଛି କାମ ମିଳିଥାନ୍ତା,ତେବେ ଆମେ ଏଠାରେ ରହି ପାରିଥାନ୍ତୁ ।" ସେହିପରି ଦାଦନ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ବସର ଚାଳକ ଅରୁଣ କହିଛନ୍ତି,"ଆମ ବସର ଅଲ୍ ଇଣ୍ଡିଆ ପରମିଟ ରହିଛି । ଯେଉଁମାନେ ଯିବେ ସେମାନେ ଆମ ୱେବସାଇଟ www.panchubarahi.comରେ ଟିକେଟ ବୁକ କରି ରାଜନଗରରୁ କେରଳର ପେରେମୋର ଏବଂ କେରଳରୁ ରାଜନଗର ସାତଭାୟାକୁ ଆସିଥାନ୍ତି । ଗାଡିର ସିଟ ସଂଖ୍ୟା ୪୭ ହୋଇଥିବା ବେଳେ ପଞ୍ଚୁବରାହି ବସଟି ସାତଭାୟା ଅଞ୍ଚଳର ଅରବିନ୍ଦ ସାହାଣୀଙ୍କର ।"

ବସ ଗୁଡ଼ିକ ପରମିଟ ଆଇନ୍ ଭଙ୍ଗ କରୁଥିବା ଅଭିଯୋଗ:

ଅନ୍ୟପଟେ କେନ୍ଦ୍ରାପଡା ଘରୋଇ ବସ ମାଲିକ ସଂଘ ସଦସ୍ୟ ଚନ୍ଦ୍ରକାନ୍ତ ସ୍ୱାଇଁ କହିଛନ୍ତି,"ଟୁରିଷ୍ଟ ପରମିଟ ନିୟମାନୁଯାୟୀ ଅଫ ଏବଂ ଡାଉନ ପାଇଁ ଟିକେଟ କଟାଯାଇନଥାଏ । ସେମାନଙ୍କ ଗନ୍ତବ୍ୟ ସ୍ଥଳ ଏକରୁ ଅଧିକ ହୋଇଥାଏ କିନ୍ତୁ ଏହି ଗାଡି ଗୁଡିକ ଉକ୍ତ ନିୟମ ବିରୁଦ୍ଧରେ ଯାଇଛି । ଶ୍ରମିକ ମାନଙ୍କ ସମ୍ପର୍କରେ ଜିଲ୍ଲା ଶ୍ରମ ବିଭାଗରେ କୌଣସି ତଥ୍ୟ ନଥିବା ସହ ଏହି ବସଗୁଡିକ ଦୁର୍ଘଟଣାଗ୍ରସ୍ତ ହେଲେ ଯାତ୍ରୀମାନେ ଟଙ୍କାଟିଏ କ୍ଷତିପୂରଣ ପାଇବେ ନାହିଁ କାରଣ ବସର ଗନ୍ତବ୍ୟ ସ୍ଥଳ କେଉଁଠାରେ ଲେଖା ଯାଇନାହିଁ ।" ଅନ୍ୟପଟେ ଶ୍ରମ ବିଭାଗ ଅଧିକାରୀ ଅଟକ ବସ ଗୁଡିକରେ ଯାତ୍ରା କରୁଥିବା ଦାଦନ ଶ୍ରମିକ ମାନଙ୍କ ତଥ୍ୟ ସଂଗ୍ରହ କରିଛନ୍ତି । ଏନେଇ ଶ୍ରମ ବିଭାଗ ଅଧିକାରୀ କହିଛନ୍ତି," ସବିଶେଷ ତଥ୍ୟ ସଂଗ୍ରହ ପାଇଁ ସମୟ ଲାଗିବ । ଏତେ ସଂଖ୍ୟକ ଶ୍ରମିକଙ୍କୁ କେଉଁ ଠିକାଦାର ଯୋଗାଯୋଗ କରି ନେଉଥିଲେ , ତାହା ତଦନ୍ତ ପରେ ଜଣାପଡିବ ।"

ମୋଟା ଫାଇନ ଆଦାୟ କଲା ପରିବହନ ବିଭାଗ:

ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଗୋଟିଏ ବସକୁ 18 ହଜାର ଟଙ୍କା ଜୋରିମାନା କରାଯାଇଥିବା ବେଳେ ଅନ୍ୟ ତିନୋଟି ଗାଡିକୁ 7600 ଟଙ୍କା ଲେଖାଏଁ ଓଡିଶା ଟ୍ୟାକ୍ସ ବାବଦରେ ଜୋରିମାନା କଟାଯାଇଥିବା ସୂଚନା ମିଳିଛି । ତଥ୍ୟ ଅନୁଯାୟୀ, ସାତଭାୟା ପଞ୍ଚାୟତର ଜନସଂଖ୍ୟା ପାଖାପାଖି ୫୦୦୦ରୁ ଊର୍ଦ୍ଧ୍ବ । ଭୋଟର ସଂଖ୍ୟା ୨୯୦୦ ଓ ପରିବାର ସଂଖ୍ୟା ୧୨୦୦ ବୋଲି ସୂଚନା ମିଳିଛି । ମାତ୍ର ପଞ୍ଚାୟତରୁ ରାଜ୍ୟ ବାହାରକୁ ବିଶେଷକରି କେରଳ ଯାଇ ଦାଦନ ଖଟୁଥିବା ଯୁବକ,ଯୁବତୀଙ୍କ ସଂଖ୍ୟା ୧୨ଶହରୁ ଅଧିକ ହୋଇଥିବା ବେଳେ ଆଖ ପାଖ ଅଞ୍ଚଳରୁ ପ୍ରାୟ ୨ହଜାର ଦାଦନ କେରଳ ଯାଉଛନ୍ତି । ଓଡିଶାରେ କାମ ମିଳୁନି,ଯଦି କାମ ମିଳୁଛି ସେ ତୁଳନାରେ ପାରିଶ୍ରମିକ ମିଳୁନଥିବାରୁ ନିଜ ପରିବାରର ଆର୍ଥିକ ଦୁରାବସ୍ଥାକୁ ଦୂର କରିବା ପାଇଁ ଏହି ଯୁବକ ଯୁବତୀମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ।
ଏହା ମଧ୍ୟ ପଢନ୍ତୁ ....କଳାହାଣ୍ଡିରେ ସରୁନି ଦାଦନ ଦୁଃଖ, ପୁଣି ଦୁଇ ଶ୍ରମିକଙ୍କ ଗଲା ଜୀବନ - MIGRANT LABOUR DEATH

ଶ୍ରମ ବିଭାଗ ପାଖରେ କୌଣସି ଖବର ନାହିଁ :

ସାତଭାୟା ପଞ୍ଚାୟତବାସୀଙ୍କର ଚାଷ ଜମି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । ଗାଁରେ ଚାଷବାସ ନଥିବାରୁ ଆମେ ପରିବାର ଛାଡି ଦାଦନ ଖଟିବାକୁ ବିଦେଶ ଯାଉଛୁ ବୋଲି କହିଛନ୍ତି ସାତଭାୟାରୁ କେରଳ ଅଭିମୁଖେ ଯାଉଥିବା ଅନେକ ଦାଦନ ଶ୍ରମିକ । ଅନ୍ୟପଟେ ଇଣ୍ଟର ଷ୍ଟେଟ ମାଇଗ୍ରାଣ୍ଟ ୱାର୍କମେନ ଆକ୍ଟ(ISMW)-୧୯୭୯ ଅନୁଯାୟୀ ବାହାର ରାଜ୍ୟ ଅବା ଦେଶକୁ ଶ୍ରମିକ କାର୍ଯ୍ୟରେ ଯାଉଥିବା ବ୍ୟକ୍ତି ବିଶେଷଙ୍କ ନାଁ, ଠିକଣା, ଯୋଗାଯୋଗ ନମ୍ବର ସମେତ ସେମାନଙ୍କୁ ନେଉଥିବା ଠିକାଦାରଙ୍କ ସମ୍ପର୍କରେ ପଞ୍ଚାୟତରେ ରେଜିଷ୍ଟର ରହିବାର ବ୍ୟବସ୍ଥା ରହିଥିଲେ ହେଁ କେନ୍ଦ୍ରାପଡା ଶ୍ରମ ବିଭାଗ ଏଗୁଡ଼ିକୁ ଜିଲ୍ଲାର ୨୪୯ ପଞ୍ଚାୟତରେ କେବେ ତଦାରଖ କରିନାହିଁ । କେବଳ ସେତିକି ନୁହେଁ, ବିଧାନସଭାରେ ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲାରେ ଦାଦନ ଶ୍ରମିକଙ୍କ ସଂଖ୍ୟା ୩୦ ବୋଲି ଉତ୍ତର ଦେଇଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.