ETV Bharat / state

ବିଜେପିରେ ମିଶ୍ରଣ ପର୍ବ, ନିର୍ବାଚନ ପୂର୍ବରୁ ସଦର ନିର୍ବାଚନ ମଣ୍ଡଳୀ ସରଗରମ - ବିଜେପିରେ ମିଶ୍ରଣ ପର୍ବ

BJP joining program: ଶାସକ ବିଜେଡିକୁ ମାତ ଦେବା ପାଇଁ ବିଜେପି ପକ୍ଷରୁ ରଣନୀତି ଆରମ୍ଭ କରାଯାଇଛି । ସେନେଇ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜନ ହୋଇଥିଲା । ଅଧିକ ପଢ଼ନ୍ତୁ,

ବିଜେପିରେ ମିଶ୍ରଣ ପର୍ବ
ବିଜେପିରେ ମିଶ୍ରଣ ପର୍ବ
author img

By ETV Bharat Odisha Team

Published : Jan 28, 2024, 6:34 PM IST

ବିଜେପିରେ ମିଶ୍ରଣ ପର୍ବ

କଟକ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଦିନିକିଆ କଟକ ଗସ୍ତ । କଟକର ବିଭିନ୍ନ ସ୍ଥାନ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗଦାନ କରିଛନ୍ତି । ଶାସକ ଦଳ ବିଜେଡିକୁ ମାତ ଦେବା ପାଇଁ ବିଜେପି ପକ୍ଷରୁ ରଣନୀତି ଆରମ୍ଭ କରାଯାଇଛି । ସେନେଇ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜନ ହୋଇଥିଲା । ସେଥିରେ ଅଶ୍ୱିନୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା ।

ଦିନିକିଆ କଟକ ଗସ୍ତ ଆସିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କଟକ ଗସ୍ତରେ ଆସି ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମେ ପରମହଂସଠାରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମନ୍ତ୍ରୀ । ପରେ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ଅବସରରେ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀଙ୍କ ସମେତ ସ୍ଥାନୀୟ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ଅନେକ ଲୋକ ବିଭିନ୍ନ ଦଳ ଛାଡ଼ି ବିଜେପିରେ ମିଶି ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ ଶତାଧିକ କର୍ମୀ

ରେଳମନ୍ତ୍ରୀଙ୍କ ଏହି ଗସ୍ତ ସ୍ଥାନୀୟ ଅଞ୍ଚଳ ପାଇଁ ଅନେକ ଗୁରୁତ୍ୱ ରୁଖିଛି । ତେବେ ନିଜର ଏହି ଗସ୍ତ ସମୟରେ ବହୁ ଦିନରୁ ଦାବି ହେଇ ଆସୁଥିବା ସମସ୍ୟାକୁ ଅନୁଧ୍ୟାନ କରିଥିଲେ । ସେଥି ମଧ୍ୟରେ କନ୍ଦରପୁର ରେଳବାଇ ଫ୍ଲାଇ ଓଭର ଓ ସେଠାରେ ଏକ ରେଳବାଇ ରିଜର୍ଭେସନ କାଉଣ୍ଟରକୁ ସାଙ୍କସନ କରିଥିଲେ । ଏହା ସହିତ ରାଜହଂସରୁ ପରମହଂସ ପର୍ଯ୍ୟନ୍ତ ରେଳବାଇ ଲାଇନ କଡେ କଡେ ଏକ ନୂତନ ରାସ୍ତାର ଶିଳାନ୍ୟାସ ମଧ କରିଥିଲେ । ଆଜିର ଏହି ଗସ୍ତକୁ ମିଶାଇ ଅଶ୍ୱିନୀ ବୈଷ୍ଣବ ଗୋଟିଏ ମାସରେ କଟକ ଜିଲ୍ଲାକୁ ତିନି ଥର ଗସ୍ତ କରି ସାରିଛନ୍ତି ।

ନିର୍ବାଚନ ପୂର୍ବରୁ ଅଶ୍ୱିନୀ ବୈଷ୍ଣବଙ୍କର କଟକକୁ ଏହି ମାରାଥନ ଗସ୍ତକୁ ନେଇ ଚର୍ଚ୍ଚା ଯୋର ଧରିଛି । ତେବେ କିଛି ଦିନ ତଳେ ନିଆଳିରେ ବିଜେପିର ମିଶ୍ରଣ ପର୍ବ ହୋଇଥିଲା । ୨୦୨୪ରେ ନିଆଳିରେ ପଦ୍ମ ଫୁଟାଇବା ପାଇଁ ରଣକୌଶଳ ଆରମ୍ଭ କରିଛି ଦଳ । ଏହି ମିଶ୍ରଣ ପର୍ବରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ପୂର୍ବତନ ସାଂସଦ ତଥା ବିଜେପି ନେତା ବିଭୁପ୍ରସାଦ ତରାଇ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା, ରାଜ୍ୟ ସମ୍ପାଦକ ଜତିନ ପଣ୍ଡା, ନିଆଳି ବିଜେପି ନେତା ଛବି ମଲ୍ଲିକ ଏବଂ ଅଭିମନ୍ୟୁ ମଲ୍ଲିକଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.