ETV Bharat / state

ପ୍ରଚାର ଆରମ୍ଭ କଲେ ସୁଦାମ ଓ ସାନନ୍ଦ, ସମ୍ବର୍ଦ୍ଧନା ଜଣାଇଲେ ଅଞ୍ଚଳବାସୀ - baripada assembly constituency - BARIPADA ASSEMBLY CONSTITUENCY

BARIPADA ASSEMBLY CONSTITUENCY: ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡିଙ୍କ ନାମ ଘୋଷଣା ପରେ ପ୍ରଚାର ଶୁଭାରମ୍ଭ । ଯୋଗଦେଲେ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି । ଅଧିକ ପଢନ୍ତୁ

ପ୍ରଚାର ଆରମ୍ଭ କଲେ ସୁଦାମ ଓ ସାନନ୍ଦ , ସମ୍ବର୍ଦ୍ଧନା ଜଣାଇଲେ ଅଞ୍ଚଳବାସୀ

author img

By ETV Bharat Odisha Team

Published : Apr 20, 2024, 10:53 PM IST

ରାଇରଙ୍ଗପୁର: ନିର୍ବାଚନକୁ ଆଉ ଦିନ କେଇଟା ବାକି ଅଛି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ପରେ ଲୋକସଭା ଆସନ ଓ ବିଧାନସଭା ଆସନ ହାତେଇବାକୁ ନିଜ ନିଜର ଉଦ୍ୟମ ଜାରି ରଖିଛନ୍ତି ପ୍ରାର୍ଥୀ । ତେବେ ମୟୂରଭଞ୍ଜ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ମଧ୍ୟ ଘୋଷଣା ହୋଇସାରିଛି । ଏଥି ସହିତ ଜିଲ୍ଲାରେ ନିର୍ବାଚନୀ ଉଷ୍ମତା ବାରି ହୋଇ ପଡ଼ିଲାଣି । ସାଙ୍ଗଠନିକ ସ୍ଥିତିକୁ ସୃଦୃଢ଼ କରି ଆଗାମୀ ନିର୍ବାଚନ ବୈତରଣୀ ପାର କରିବା ପାଇଁ ବିଜେଡି ପ୍ରାର୍ଥୀ କସରତ ଆରମ୍ଭ କରି ଦେଇଛନ୍ତି । ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡିଙ୍କ ନାମ ଘୋଷଣା ପରେ ନିର୍ବାଚନୀ ପ୍ରଚାର ଶୁଭାରମ୍ଭ ହେବା ସହ ପ୍ରଚାର ମଇଦାନ ବି ସରଗରମ ହୋଇ ଉଠିଛି ।

ନିର୍ବାଚନକୁ ଦୃଷ୍ଟିରେ ରଖି ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଣ୍ଟା ଠାରେ ଆଜି ବିଜେଡ଼ି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଏବଂ ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡିଙ୍କୁ ଅଞ୍ଚଳବାସୀ ସମ୍ବର୍ଦ୍ଧନା ଜଣାଇଛନ୍ତି । ଆଜିର ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଉପସ୍ଥିତ ରହି ଉଭୟ ପ୍ରାର୍ଥୀଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସର୍ବଦା ଗୁରୁତ୍ୱ ଦେଇ ଆସୁଥିବାବେଳେ ଆଗାମୀ ନିର୍ବାଚନରେ ମଧ୍ୟ ବିପୁଳ ପରିମାଣରେ ଜନସାଧାରଣ ସମର୍ଥନ ଜଣାଇବେ ଦୃଢୋକ୍ତି ପ୍ରକାଶ କରିଛନ୍ତି ସୁଦାମ ।

ଏହି ଅବସରରେ ଉଭୟ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ନିର୍ବାଚନ ମଣ୍ଡଳୀରେ ଅନବରତ ଜାରି ରଖିବା ପାଇଁ ସଦା ସର୍ବଦା କାର୍ଯ୍ୟରତ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉଭୟ ପ୍ରାର୍ଥୀ । ତେବେ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ସେଥି ପାଇଁ ଧନ୍ୟବାଦ ଜଣାଇବା ସହ ସମସ୍ତ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି । ସାଧାରଣ ଜନତାଙ୍କ ସ୍ୱରକୁ ନେଇ ସଂସଦ ଭବନ ଓ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ଲୋକଙ୍କ ଆର୍ଶୀବାଦ ଲୋଡ଼ିଛନ୍ତି ପ୍ରାର୍ଥୀ ।

ଏହା ମଧ୍ୟ ପଢନ୍ତୁ.....ଓଡିଆ ଅସ୍ମିତାକୁ ନେଇ ଲଢେଇ ହେବ,ଦୁର୍ନୀତି ଓ ଭ୍ରଷ୍ଟାଚାର ହେବ ପ୍ରମୁଖ ମୁଦ୍ଦା: ବିଜେପି - Odisha BJP

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ତଥା ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ବହୁ ସଂଖ୍ୟାରେ କର୍ମୀ ଯୋଗଦାନ କରିଛନ୍ତି । ବିଜେପି, ଜେଏମଏମ, କଂଗ୍ରେସ ତଥା ଅନ୍ୟ ରାଜନୈତିକ ଦଳର ନେତା ଓ ବହୁ ସଂଖ୍ୟାରେ କର୍ମୀ ବିଜେଡିରେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି, ବାରିପଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାନ୍ସଦା, ଅନୁସୂଚିତ ଜାତି ଓ ଜନଜାତି ଏବଂ ସଂଖ୍ୟାଲଘୁ ବିଭାଗର ରାଜ୍ୟ ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ ଓ ନେତୃ ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ନବୀନ ପଟ୍ଟନାୟକଙ୍କ ବିକଶିତ ଓଡ଼ିଶା, ସମୃଦ୍ଧ ଓଡିଶା, ସଶକ୍ତ ଓଡ଼ିଶାର ପରିକଳ୍ପନାକୁ ସାକାର କରିବା ପାଇଁ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ସାଥିରେ ଥିବା କହିଛନ୍ତି ସୁଦାମ ମାରାଣ୍ଡି । ଏଥି ସହିତ ଚଳିତ ଥର ବିପୁଳ ପରିମାଣରେ ଭୋଟ ପାଇ ବିଜେଡି ପ୍ରାର୍ଥୀ ବିଜୟୀ ହେବେ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.