ETV Bharat / state

ଏବେ ଟ୍ରିପଲ ଇଞ୍ଜିନ ସରକାର, ବାହାନା ନକରି ମହାନଦୀ ବିବାଦର ସମାଧାନ କରନ୍ତୁ: ବିଜେଡି - ODISHA CHHATTISGARH WATER DISPUTE

author img

By ETV Bharat Odisha Team

Published : Jun 27, 2024, 10:33 PM IST

MAHANADI WATER DISPUTE: ମହାନଦୀ ଜଳ ବିବାଦକୁ ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି । ମହାନଦୀ ପ୍ରସଙ୍ଗରେ ନବୀନ ସରକାରରେ କେଉଁ କେଉଁ ପଦକ୍ଷେପ ନିଆଯାଇଥିଲା, ତାର ହିସାବ ଦେଇଛନ୍ତି ବିଜେଡି ନେତା । ଏହି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ

ODISHA CHHATTISGARH WATER DISPUTE
ODISHA CHHATTISGARH WATER DISPUTE (ETV Bharat Odisha)

ଭୁବନେଶ୍ବର: ବିରୋଧୀ ଦଳରେ ବସିବା ପରେ ଆଜି ବିଜେଡି ପକ୍ଷରୁ ଆୟୋଜିତ ହୋଇଛି ପ୍ରଥମ ସାମ୍ବାଦିକ ସମ୍ମିଳନୀ । ଦୀର୍ଘ ଦିନ ପରେ ଦଳର ପକ୍ଷ ରଖିଛନ୍ତି ବରିଷ୍ଠ ତିନି ନେତା । ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା ଓ ପ୍ରତାପ କେଶରୀ ଦେବ । ମହାନଦୀ ପ୍ରସଙ୍ଗରେ ନବୀନ ସରକାରରେ କେଉଁ କେଉଁ ପଦକ୍ଷେପ ନିଆଯାଇଥିଲା ବିଜେଡି ନେତା କହିଛନ୍ତି । ଗତକାଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟାକୁ ନିନ୍ଦା କରିଛନ୍ତି ବିଜେଡି ନେତା । ଏବେ ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ବାହାନା ନକରି ମହାନଦୀ ବିବାଦର ସମାଧାନ କରନ୍ତୁ ବୋଲି ବିଜେଡି ଦାବି କରିଛି ।

ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ମହାନଦୀର ଜଳ ଓଡ଼ିଶାର ହକ । 95 ବର୍ଗ ପରିଧି ଏବଂ 16ଟି ଜିଲ୍ଲାର ଜୀବନ ଧାରା ହେଉଛି ମହାନଦୀ । ମହାନଦୀକୁ ନେଇ ଛତିଶଗଡ ମନାମାନୀ କରିଛି । ଏ ନେଇ ବିଜେଡି ସରକାର କିଛି କରିନାହାନ୍ତି କିମ୍ବା ଆଲୋଚନାକୁ ଯାଇନାହାନ୍ତି ବୋଲି ନୂତନ ସରକାରର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଧାରଣା ଦେଇଛନ୍ତି । ଯାହା ଜନସାଧାରଣଙ୍କୁ ବିଭ୍ରାନ୍ତି କରିଛି । ବାରମ୍ବାର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଓ ଛତିଶଗଡ ସରକାରଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ଆନ୍ଦୋଳନ ବି ହୋଇଛି । 2005 ମସିହାରୁ 2016 ମସିହା ଯାଏଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀକୁ ଏ ବାବଦରେ ଜଣାଇଥିଲେ ।

2016 ମସିହା ଜୁଲାଇ 4 ତାରିଖରେ ମହାନଦୀ ବାବଦରେ ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଥିଲେ । ଟ୍ରିବୁନାଲକୁ ବି ଯାଇଛନ୍ତି ବିଜେଡି ସରକାର । ନ୍ୟାୟିକ ଓ ରାସ୍ତାରେ ଲଢେଇ କରିଛି ବିଜେଡି । 16 ହଜାର ଅନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଥିଲେ । ନବୀନ ବାବୁ ଏନେଇ ଆଲୋଚନା କରିଛନ୍ତି । ଜନମତକୁ ଆମେ ସମ୍ମାନ ଦେଉଛୁ । ଓଡ଼ିଶାର ନ୍ୟାର୍ଯ୍ୟ ଦାବି ପାଇଁ ଅତୀତରେ ଯାହା ଯାହା ନିଷ୍ପତ୍ତି ନେବା କଥା ନିଆଯାଇଛି । ଯେଉଁ କଥା ଉଠୁଛି ତାହାକୁ ବିଭ୍ରାନ୍ତି କର । ବିଜେଡି ସରକାର କିଛି କରିନାହିଁ କହିବାକୁ ଆମେ ନିନ୍ଦା କରୁଛୁ । ଓଡିଶାର ଆବଶ୍ୟକତାକୁ ବଞ୍ଚିତ କରିଛି ଛତିଶଗଡ ସରକାର । ଓଡ଼ିଶା ବାରମ୍ବାର ଉଦ୍ୟମ ଓ ଅନୁରୋଧ କଲା ପରେ ବି ଛତିଶଗଡ ମନମାନି କରିବା ଏବଂ କେନ୍ଦ୍ର ନିରବ ଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ । ଛତିଶଗଡରେ ବିଜେପି ଓ ରାଜ୍ୟରେ ବିଜେପି ସରକାର । କେନ୍ଦ୍ରରେ ମଧ୍ୟ ବିଜେପି ନେତୃତ୍ୱରେ ସରକାର ରହିଛି ।

ଏହା ମଧ୍ୟ ପଢନ୍ତୁ .....ଓଡ଼ିଶା-ଛତିଶଗଡ ଜଳ ବିବାଦକୁ ନେଇ ବଡ ବୟାନ ଦେଲେ ରାଜସ୍ବ ମନ୍ତ୍ରୀ - Mahanadi Water Dispute

ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ଯେଉଁ ଉକ୍ତି ଦେଇଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ନବୀନ ସରକାର ସୁପ୍ରିମକୋର୍ଟ ଯିବା ହେତୁ କେନ୍ଦ୍ର ସରକାର ଟ୍ରିବୁନାଲ କଲେ । ଜନସାଧାରଣଙ୍କ ମତକୁ ବିଭ୍ରାନ୍ତି କରିବା ପାଇଁ ଏବେ ମସୁଧା ଚାଲିଛି । ଭୁଲ କଲେ ବିଜେଡି ସାମ୍ନାକୁ ଆସିବ । ବିଜେଡି ପକ୍ଷରୁ ଆମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବୁ । ଆପଣ ପ୍ରଗତି ଦୁଇ ଗୁଣ କରିବା ପାଇଁ ଜନସାଧାରଣଙ୍କୁ କହିଥିଲେ । ଓଡ଼ିଶାବାସୀ ଆଶୀର୍ବାଦ କରିଛନ୍ତି । ଏବେ ବାହାନା ଖୋଜା ନଯାଉ । କେନ୍ଦ୍ର, ଓଡିଶା ଓ ଛତିଶଗଡରେ ବିଜେପି ସରକାର ଅଛି ।

ଓଡ଼ିଶାର ନ୍ୟାର୍ଯ୍ୟ ଦାବିକୁ ନୂଆ ସରକାର କେତେ ଦୂର ସମାଧାନ କରୁଛନ୍ତି, ତାହା ଦେଖିବାକୁ ବାକି ରହିଛି । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମିଳୁ ବୋଲି 24 ବର୍ଷ ହେଲା ବଡ଼ ଦାବି ରହିଆସୁଛି । ଏବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଛନ୍ତି । ଏହି ଦାବି ରଖନ୍ତୁ । କୋଲ୍ ରୟାଲଟି ଉପରେ ମଧ୍ୟ ବିଚାର କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.