ETV Bharat / state

ପୋଲିସକୁ ଆପାର୍ଟମେଣ୍ଟ ଚୋରି ଚିନ୍ତା, IP ଏନାବଲ କ୍ୟାମେରା ଲଗାଇବାକୁ ନିବେଦନ

ଆପାଟମେଣ୍ଟ ଚୋରି ରୋକିବାକୁ ତତ୍ପର କମିଶନରେଟ ପୋଲିସ । IP ଏନାବଲ କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ।

IP enabled camera
IP enabled camera (ETV BHARAT ODISHA)
author img

By ETV Bharat Odisha Team

Published : 2 hours ago

Updated : 51 minutes ago

ଭୁବନେଶ୍ବର: ଟ୍ବିନ ସିଟିରେ ଆପାର୍ଟମେଣ୍ଟର ସୁରକ୍ଷା ନେଇ ଚିନ୍ତା । ସହରରେ ଆପାର୍ଟମେଣ୍ଟର ଚୋରି ରୋକିବା ପାଇଁ ପୋଲିସର ନୂଆ ପଦକ୍ଷେପ । ଆପାଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟରେ IP ଏନାବଲ କ୍ୟାମେରା ଲଗାଇବା ସହ ଏହାର ତଥ୍ୟ ଦେବାକୁ ସମସ୍ତ ଆପାଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ଗୁଡିକୁ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ଏହାର ସବିଶେଷ ତଥ୍ୟ ଏସିପି କେକେ ହରିପ୍ରସାଦଙ୍କ ମୋବାଇଲ ନମ୍ବର 7606066766ରେ ଯୋଗାଯୋଗ କରିବାକୁ କୁହାଯାଇଛି । ଏଥି ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ମଧ୍ୟ ଗଠନ କରାଯାଇଛି । ଏନେଇ ସୂଚନା ଓ ଅଭିଯୋଗ ପାଇଁ ହ୍ବାଟ୍ସଆପ ହେଲ୍ପ ଲାଇନ ନମ୍ବର 7077798111 ଜାରି କରାଯାଇଛି ।

IP ଏନାବଲ କ୍ୟାମେରା ଲଗାନ୍ତୁ:

ଏନେଇ ପୋଲିସ କମିଶସନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇ କହିଛନ୍ତି, ''ଟ୍ବିନ ସିଟିରେ ଚଳିତ ବର୍ଷ ଏଯାବତ ୬୫ଟି ଆପାର୍ଟମେଣ୍ଟ ଚୋରି ହେବା ନେଇ ପୋଲିସ ପାଖରେ ରିପୋର୍ଟ ହୋଇଛି । ଏହା ସହିତ ୨୯ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଆପାର୍ଟମେଣ୍ଟର ଚୋରି ରୋକିବା ପାଇଁ IP ଏନାବଲ କ୍ୟାମେରା ଲଗାନ୍ତୁ । ଆପାର୍ଟମେଣ୍ଟରେ ଓ୍ବେଲଫେୟାର ଆସୋସିଏସନ୍ ବା ସୋସାଇଟକୁ ଏନେଇ IP ଆଡ୍ରେସ ପୋଲିସକୁ ଦିଅନ୍ତୁ । ଯାହା ଦ୍ବାରା ଦୁଇ ପ୍ରକାର ଯୋଗାଯୋଗ ହୋଇପାରିବ । ଲୋକଙ୍କ ଭଲ ସହଯୋଗ ରହିଲେ ଏ ଦିଗରେ ପୋଲିସ ନଜର ରଖିପାରିବ । IP ଆଡ୍ରେସ ତଥ୍ୟ ପୋଲିସକୁ ଦେଲେ ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନର ଲାଗିଥିବା ସିସିଟିଭି ଫୁଟେଜ ପୋଲିସ ଦେଖିପାରିବ । ଏପରିକି ଆପାର୍ଟମେଣ୍ଟର ହେଉଥିବା ଚୋରି ବା ଚୋରଙ୍କ ଉପରେ ନଜର ରଖିପାରିବ‌ । ଏନେଇ ଜଣେ ଡିଏସପି କେକେ ହରି ପ୍ରସାଦଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ତାଙ୍କର ମୋବାଇଲ ନମ୍ବର ମଧ୍ୟ ଜାରି ହୋଇଛି । ଏଥିସହ ପୋଲିସ ପକ୍ଷରୁ ଏକ ହେଲ୍ପଲାଇନ 7077798111 ନମ୍ବର ଜାରି‌ କରାଯାଇଛି । ଯାହା ଦ୍ବାରା ହ୍ବାଟ୍ସଆପରେ କିଛି ସୂଚନା ଓ ଅଭିଯୋଗ ପୋଲିସ ସିଧାସଳଖ ଜଣାଇ ପାରିବେ ଲୋକେ । ''

IP ENABLED CAMERA (ETV BHARAT ODISHA)

IP ଏନାବଲ କ୍ୟାମେରା କଣ ?

ଆଇଟି ଏକ୍ସପର୍ଟଙ୍କ ସୂଚନା ମୁତାବକ, ଚୋରି ରୋକିବା ପାଇଁ ପୋଲିସର ଏପରି ପଦକ୍ଷେପ ପ୍ରଶଂସନୀୟ । କିନ୍ତୁ ଏହା ଦ୍ବାରା‌ ଆପାର୍ଟମେଣ୍ଟର ସୋସାଇଟ ଟିକେ ଖର୍ଚ୍ଚାନ୍ତ ହେବେ । IP ଏନାବଲ କ୍ୟାମେରା ଏକ ଏପରି କ୍ୟାମେରା ଯେଉଁଥିରେ ଆଇପି ନମ୍ବର ଥାଏ । ଅର୍ଥାତ୍ ଏହା ଇଣ୍ଟରନେଟ କନେକ୍ସନ ସହ ସର୍ଭରରେ ରହିଥାଏ । ଯେଉଁଠି ଥିଲେବି କ୍ୟାମେରା ଫୁଟେଜ ପୋଲିସ ବା ଆପାର୍ଟମେଣ୍ଟର ଲୋକେ ଦେଖିପାରିବେ । ଏଥିପାଇଁ ଷ୍ଟାଟିକ ସର୍ଭିଲାନସ କ୍ୟାମେରା ଲଗାଇବାକୁ ପଡିବ । ଯାହାଦ୍ବାରା ଏପରି ସିସିଟିଭିର ଫୁଟେଜ ପୋଲିସ ବ୍ୟବହାର କରିପାରିବ । ନଚେତ ଏଥିପାଇଁ ସୋସାଇଟ ମାନଙ୍କରେ ଇଣ୍ଟରନେଟ କନେକ୍ସନ ନେବାକୁ ପଡିବ । ୨୪ଘଣ୍ଟିଆ ୩୬୫ଦିନ ଇଣ୍ଟରନେଟ ସୁବିଧା କରିବାକୁ ପଡିବ‌ । ନେଟୱର୍କ ଭିଡିଓ ରେକର୍ଡ଼ର NVR ମଧ୍ୟ ଲଗାଇବାକୁ ପଡିବ । ଯାହାଦ୍ବାରା ଆପଣଙ୍କର ସିସିଟିଭି ଫୁଟେଜର ଚିତ୍ର ପୋଲିସ ନଜର‌ ରଖିପାରିବ । କେତେକ ସ୍ଥାନରେ କେବଳ ପ୍ରବେଶ ଓ ପ୍ରସ୍ଥାନର ଫୁଟେଜ ଦେବାକୁ ପଡ଼ିବ । ନଚେତ ସବୁ ଫୁଟେଜ କମନ କରିଡ଼ରର ଫୁଟେଜ ଛାଡିଦେଲେ ଯେଉଁ ଗୁଡିକ ଇନଡୋର ରହିବ ସେସବୁର ଗୋପନୀୟତା ରହିବ ନାହିଁ ଏଭଳି ଆକ୍ସେସ ଦେଲେ ।

IP enabled camera
IP enabled camera (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଚୋରଙ୍କ ଆଖିରୁ ବର୍ତ୍ତିପାରିଲେନି ଗ୍ରହରାଜ ଶନିଦେବ: ତାଡିନେଲେ ଆଖି-ମୁକୁଟ, CCTVରେ କଏଦ

ଏହା ମଧ୍ୟ ପଢନ୍ତୁ-ଶାଢୀ ଚୋରି ସନ୍ଦେହରୁ ଯୁବକଙ୍କୁ ପିଟି ପିଟି ମାରିଦେଲେ - Youth Beaten to death

ବିକ୍ଷୋଭ କରିଥିଲେ ଆପାର୍ଟମେଣ୍ଟବାସୀ:

ଗତ ସେପ୍ଟେମ୍ବର ୨୪ତାରିଖରେ ଆପାର୍ଟମେଣ୍ଟ ଚୋରି ନେଇ ବିକ୍ଷୋଭ କରିଥିଲେ ଆପାର୍ଟମେଣ୍ଟବାସୀ । ଆପାର୍ଟମେଣ୍ଟରରେ ସାଧାରଣ ଲୋକ ପଶିବା ପୂର୍ବରୁ ସିକ୍ୟୁରିଟି ଚେକ୍ ହୋଇଥାଏ । ତଥାପି କିପରି ଆପାର୍ଟମେଣ୍ଟର ଲୁଟେରା ପଶୁଛନ୍ତି ସେନେଇ ପ୍ରଶ୍ନ ଉଠିଥିଲା । ଚୋରି ନେଇ ରିଭରଫ୍ରଣ୍ଟ ଆପାର୍ଟମେଣ୍ଟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆପାର୍ଟମେଣ୍ଟର ଫ୍ଲାଟ୍ ଧାରୀ । ଏନେଇ ପୋଲିସ ଲୁଟେରାଙ୍କୁ ଧରିବାକୁ ପ୍ରୟାସ ନକରି ଏଠି ଫ୍ଲାଟ୍ ଲୋକଙ୍କୁ ଗ୍ୟାନ ଦେଉଥିବା ଫ୍ଲାଟ୍ ମାଲିକ ଅଭିଯୋଗ ଆଣିଥିଲେ।

IP enabled camera
IP enabled camera (ETV BHARAT ODISHA)

ଭୁବନେଶ୍ବର 475ଟି ଆପାର୍ଟମେଣ୍ଟ:

ଭୁବନେଶ୍ୱର ରେ ମୋଟ 475ଟି ଆପାର୍ଟମେଣ୍ଟ ରହିଥିବା ବେଳେ ଇନଫୋସିଟି ଥାନା ଅଞ୍ଚଳରେ ସର୍ବାଧିକ 65ଟି ଆପାର୍ଟମେଣ୍ଟ ରହିଛି। ଆପାର୍ଟମେଣ୍ଟରେ ଚୋରି ନେଇ କମିଶନରେଟ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ 400 ଆପାର୍ଟମେଣ୍ଟ ଓନର ଓ ଆସୋସିଏସନ୍ କର୍ମକର୍ତ୍ତାଙ୍କୁ ନେଇ ଆଲୋଚନା କରିଥିଲେ । ଗତ ଫେବୃଆରୀ ମାସ ସୁଧା ପାଖାପଖି 30ଟି ଆପାର୍ଟମେଣ୍ଟରେ 65ଟି ଫ୍ଲାଟରୁ କଳାକନା ବୁଲାଇଥିଲେ ଚୋର । ପୁଣି ଅଗଷ୍ଟ ମାସରୁ ଆପାଟମେଣ୍ଟରେ ଚୋରି ଆରମ୍ଭ ହୋଇଛି । ତେଣୁ ଗହଣାକୁ ସୁରକ୍ଷା ରଖିବାକୁ ଓ ଫ୍ଲାଟରେ ସ୍ବତନ୍ତ୍ର ଆଲାର୍ମ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି ପୋଲିସ ।

ଆପାର୍ଟମେଣ୍ଟର ଚୋରଙ୍କ ଫଟୋ ଜାରି କରିଥିଲା ପୋଲିସ:

ଚଳିତ ବର୍ଷ ଆରମ୍ଭରୁ ଭୁବନେଶ୍ୱର ବିଭିନ୍ନ ଥାନା ଅଞ୍ଚଳରେ ଅନେକ ଚୋରି ଘଟଣା ସାମ୍ନାକୁ ଆସିଥିଲା । କିଛି ଅପରାଧିଙ୍କ ତାଲିକା କରି ଆପାର୍ଟମେଣ୍ଟରେ ଚୋରି କରିଥିବା କିଛି ଚୋରଙ୍କ ଫଟୋ ପୋଲିସ ସହରର କାନ୍ଥ ବାଡ଼ରେ ଲଗାଇଥିଲା । ଚୋର କିପରି ଚୋରି ଓ ଡ଼କାୟତି କରୁଛନ୍ତି ସେ ନେଇ ଲୋକଙ୍କୁ ପୋଷ୍ଟର ଜରିଆରେ ଅବଗତ କରାଇଥିଲେ । ବିଶେଷ କରି ପୋଲିସ ଦର୍ଶାଇଥିଲା ଆପାର୍ଟମେଣ୍ଟ ଓ ଫ୍ଲାଟ୍ ଓ ଘରେ ପଶି ଏପରି ଅପରାଧି କିପରି ଚୋରି କରୁଛନ୍ତି । ତେଣୁ ସେମାନଙ୍କୁ ଚିହ୍ନିବା ସହ ଯଦି କେହି ସେମାନଙ୍କର ସୂଚନା ବା ଖବର ପାଆନ୍ତି ସେନେଇ ପୋଲିସକୁ ଖବର ଦେବାକୁ ନିର୍ଦିଷ୍ଟ ଦୁଇଟି ଫୋନ ନମ୍ବର ଜାରି କରିଥିଲା କମିଶନରେଟ ପୋଲିସ ।

IP enabled camera
IP enabled camera (ETV BHARAT ODISHA)

ପୋଲିସର ଆପାର୍ଟମେଣ୍ଟ ଓନର ଓ ସୋସାଇଟ ସହ ବୈଠକ:

ପୂର୍ବରୁ ପୋଲିସ ବିଭିନ୍ନ ଆପାର୍ଟମେଣ୍ଟର ଓନର ଓ ସୋସାଇଟ ସହ ବୈଠକ କରିଥିଲା । ଆପାର୍ଟମେଣ୍ଟର ଚୋରିରୁ ବର୍ତ୍ତିବାକୁ ପୋଲିସ ସଚେତନ କରିଥିଲା । ପୂର୍ବତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି ଓ ସଞ୍ଜୀବ ପଣ୍ଡାଙ୍କ ସମୟରେ ମଧ୍ୟ ଅନେକ ବୈଠକ ହୋଇଥିଲା। ଯେଉଁଠି ସ୍ମାର୍ଟ ଆଲାର୍ମ ସିଷ୍ଟମ୍ ,ଆଇପି ଆଡ୍ରେସ ସେୟାର, ସିକ୍ୟିରିଟି ଗାର୍ଡ ମାନଙ୍କ ପାଇଁ ସ୍ବତନ୍ତ୍ର ନୀତି, ଆପାର୍ଟମେଣ୍ଟର ଭିତିଭୂଭୀରେ ପରିବର୍ତ୍ତନ, ଯେପରିକି ପାଚେରୀ ଉଚ୍ଛ କରିବା, ପଡୋଶୀଙ୍କ ସହ ସମ୍ପର୍କ ଭଲ ରଖିବା, ସଠିକ ଭାବେ ଫ୍ଲାଟ ଲକ୍ କରିବା, ବାହାରକୁ ନୁହେଁ ଭିତରୁ ତାଲା ପକାଇବା ପରି ପଦକ୍ଷେପ ନେବା ପାଇଁ ସମସ୍ତଙ୍କୁ କୁହାଯାଇଥିଲା । ତେବେ ନୂତନ ପୋଲିସ କମିଶନର ଆସିବା ପରେ ଏବେ ନୂଆ ପଦକ୍ଷେପ ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 51 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.