ETV Bharat / state

ଦାନା ପାଣି ବୁଡ଼ାଇବ ବାତ୍ୟା 'ଦାନା' ! ଚିନ୍ତାରେ ନିଆଳି ଧାନ ଓ ପାନ ଚାଷୀ

ସାମ୍ଭାବ୍ୟ ବାତ୍ୟାକୁ ନେଇ ଆଶା ଓ ଆଶଙ୍କାରେ କଟକ ନିଆଳି ଅଞ୍ଚଳର ପାନ ଓ ଧାନ ଚାଷୀ । ଚାଷ ନଷ୍ଟ ହୋଇଯିବା ଭୟରେ ଚାଷୀକୂଳ ।

FARMERS WORRIED ABOUT CROPS
FARMERS WORRIED ABOUT CROPS (ETV BHARAT ODISHA)
author img

By ETV Bharat Odisha Team

Published : 2 hours ago

ନିଆଳି: ସମ୍ଭାବ୍ୟ ବାତ୍ୟା 'ଦାନା'କୁ ଏବେଠାରୁ ଭୟଭୀତ ଚାଷୀ । ବାତ୍ୟା ପ୍ରଭାବରେ ଫସଲ ନଷ୍ଟ ହେବା ଚିନ୍ତା ଘାରିଛି ପାନ ଓ ଧାନ ଚାଷୀଙ୍କୁ । ବର୍ଷକର ଅର୍ଜିତ ଫସଲକୁ ବାତ୍ୟା ନଷ୍ଟ କରିଦେବା ନେଇ ଆଶା ଓ ଆଶଙ୍କାରେ ରହିଛନ୍ତି ହଜାର ହଜାର ଚାଷୀ । ବାତ୍ୟା ସମୟରେ ଜୋରରେ ପବନ ହେଲେ ଶହ ଶହ ପାନ ବରଜ ମଧ୍ୟ ଭାଙ୍ଗି ଯିବାର ସମ୍ଭାବନା ଦେଖା ଦେଇଛି । ଯଦି ବର୍ଷା ହୁଏ, ତେବେ ଧାନ ଚାଷ କ୍ଷତି ପହଞ୍ଚିବ । ନିଆଳି, କଣ୍ଟାପଡ଼ା, କଟକ ସଦର ଓ ବାରଙ୍ଗ ଏବଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳର ଚାଷୀ ବାତ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେପଟେ ପନି ପରିବା ଫସଲ ମଧ୍ୟ ନଷ୍ଟ ହେବ । ଏହାରି ଫାଇଦା ନେଇ କେତେକ ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀକୁ ମନ ଇଚ୍ଛା ଦରରେ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଛି ।

'ବର୍ଷକ ଦାନା ପାଣିରେ ବୁଡ଼ିବ'

କଟକ ଜିଲ୍ଲା ନିଆଳି ବ୍ଳକର ଧାନ ଚାଷୀ ବସନ୍ତ ଦାସ କହିଛନ୍ତି ," ତିନି ମାସ ତଳେ ଟଙ୍କା ଖର୍ଚ୍ଚ କରି ଧାନ ଫସଲ କରିଥଲୁ ।ଏବେ ଥୋଡ଼ ସମୟ , ଯଦି 'ଦାନା' ପ୍ରଭାବରେ ପବନ ଓ ବର୍ଷା ହୁଏ ତେବେ ବର୍ଷକର ଦାନା ପାଣି ବୁଡିବ । କେମିତି ଚଳିବୁ ଚିନ୍ତା ବଢି ଯାଇଛି । ବିଭିନ୍ନ ସ୍ଥାନରୁ ୠଣ ଆଣି ଧାନ ଚାଷ କରିଥିଲୁ କେମିତି ସୁଝିବୁ ବୋଲି କହିଛନ୍ତି ।'' ଚାରୋଟି ବ୍ଲକ ଅଞ୍ଚଳରେ ହଜାର ହଜାର ହେକ୍ଟର ଧାନ ଫସଲରେ ଧାନ ଥୋର ଅବସ୍ଥାରେ ରହିଛି ।‌

FARMERS WORRIED ABOUT CROPS (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଅବପାତ ରୂପ ନେଲା ସଦୃଶ ଲଘୁଚାପ, ପାରାଦ୍ବୀପରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା

ଏହା ମଧ୍ୟ ପଢନ୍ତୁ :- ପୁରୀ-ସାଗର ଦ୍ୱୀପ ମଧ୍ୟରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ! ୨୪ ରାତି-୨୫ ପାହାନ୍ତାରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ: ଲଘୁଚାପ ପରେ ୪ ଜିଲ୍ଲାକୁ ରେଡ ଆଲର୍ଟ, ମିଶନ ଜିରୋ କାଜୁଆଲିଟି

FARMERS WORRIED ABOUT CROPS
FARMERS WORRIED ABOUT CROPS (ETV BHARAT ODISHA)

'ପାନ ବରଜ ଉଜୁଡ଼ି ଯିବ'

ପାନ ଚାଷୀ ମାନସ ରଞ୍ଜନ ସାହୁ କହିଛନ୍ତି," ଚାଷୀ କୂଳରେ ଜନ୍ମ ହେବା ଅଭିଶାପ । ଚାଷୀ ସବୁବେଳେ ଦୁଃଖରେ । ବାତ୍ୟା ଯୋଗୁଁ ପାନଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ପାନ ଚାଷୀଙ୍କୁ କୌଣସି ସରକାରୀ ପ୍ରୋତ୍ସାହନ ନାହିଁ । ବଜାରରେ ପାନ ଦର ନାହିଁ । ଶାଗ ମାଛ ଦରରେ ପାନ ବିକ୍ରି ହେଉଛି । ବାତ୍ୟା ଯଦି ହୁଏ ତେବେ ପାନ ବରଜ ଭାଙ୍ଗିଯିବ । ଲକ୍ଷାଧିକ ଟଙ୍କାରେ ଆଉ ପାନ ବରଜ ନିର୍ମାଣ କରିବା ସମ୍ଭବ ନୁହେଁ । ''

'ବାତ୍ୟା ହେଲେ ଫସଲ ନଷ୍ଟ'

ନିଆଳି ବ୍ଲକ ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ କହିଛନ୍ତି," ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବାତ୍ୟାକୁ ନେଇ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଛି । ୫୩ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି । ଗର୍ଭବତୀ ମହିଳା ଓ ବୃଦ୍ଧମାନଙ୍କୁ ନିରାପତ୍ତା ସ୍ଥାନକୁ ନିଆଯିବ । ଓଡ୍ରାଫ ଓ ଏମ୍.ଡି.ଆର.ଏଫ କର୍ମଚାରୀ ଆଜି ସନ୍ଧ୍ୟାରେ ପହଞ୍ଚିବେ । କଚା ଘର ଛାଡି ନିରାପଦ ସ୍ଥାନକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ବାତ୍ୟାର ଗତିବିଧି ସମ୍ପର୍କରେ ନଜର ରଖା ଯାଇଛି । ଯଦି ବାତ୍ୟା ହୁଏ ଫସଲ ବି ନଷ୍ଟ ହେବ । ଗୋରୁ ଗାଈଙ୍କ ପାଇଁ ସୁବିଧା କରାଯାଇଛି । '' ଏନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛି ପ୍ରଶାସନ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.