ETV Bharat / state

ED ଅଧିକାରୀ କହି ଟଙ୍କା ମାଗୁଥିଲେ, ନକଲି ଅଫିସରଙ୍କୁ ବାନ୍ଧିଲା ଏସଟିଏଫ

author img

By ETV Bharat Odisha Team

Published : Mar 17, 2024, 2:46 PM IST

2 fake ED Officers arrested: ଢେଙ୍କାନାଳରେ ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ED ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ଦୁଇ ଭାଇ । ୨ ନକଲି ED ଅଧିକାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଟିମ୍ । ଅଧିକ ପଢନ୍ତୁ

2 fake ED Officers arrested
2 fake ED Officers arrested
୨ ନକଲି ED ଅଧିକାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ କବଜାରେ ନକଲି ଇଡି ଅଧିକାରୀ । ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ED ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକିଛନ୍ତି ଦୁଇ ଭାଇ । ଏମିତି କିଛି ଅଭିଯୋଗରେ ବନ୍ଧା ହୋଇଛନ୍ତି ଢେଙ୍କାନାଳର ଦୁଇ ଭାଇ ତାରିଣୀସେନ ଓ ବ୍ରହ୍ମଶଙ୍କର ମହାପାତ୍ର । ତେବେ ଦୁଇ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ ।

ସୂଚନା ମୁତାବକ, ଏହି ଦୁଇ ଭାଇ ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ଏଭଳି ଠକେଇ କରୁଥିଲେ । ଝାଡଖଣ୍ଡ ରାଞ୍ଚିରେ ଏକ ଭଡାଘରେ ରହୁଥିଲେ । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏନଜିଓ ମଧ୍ୟ ଚଳାଉଥିଲେ । ଇଡି ରେଡ ସମ୍ପର୍କିତ ସୂଚନା ପାଇବା ପରେ ସେ ନିଜକୁ ଇଡି ଅଫିସର କହୁଥିଲେ । ତେବେ ଦେଶବ୍ୟାପୀ ଇଡିର ରେଡ ଓ ତଦନ୍ତକୁ ନେଇ ଭୟର ମାହୋଲ ଥିବା ବେଳେ ଏହି ମଉକାରେ ନିଜକୁ ଇଡି ଅଧିକାରୀ କହି କିଛି ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରୁଥିଲେ । ଏପରିକି ସେମାନଙ୍କୁ ଆର୍ଥିକ କାରବାର ତଦନ୍ତ ଆଳରେ ଫେକ ସମନ ତ କେତେବେଳେ ରେଡ କରିବାର ଧମକ ଦେଉଥିଲେ। କେହି ତାଙ୍କ କଥା ନ ଶୁଣିଲେ ସେମାନଙ୍କୁ ମେସେଜ କରୁଥିଲେ ହ୍ବାଟସ ଓ ଟେକ୍ସଟ ମେସେଜ ଦେଉଥିଲେ । ଆପଣଙ୍କ ତାଙ୍କର କିଛି ଅଫିସର ଯୋଗାଯୋଗ କରିବାକୁ ଚାହୁଁଛନ୍ତି । ତୁରନ୍ତ ଯୋଗାଯୋଗ କରନ୍ତୁ ନଚେତ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ । ଏପରିକି ଆପଣଙ୍କ ନାଁରେ ଭିଜିଲାନ୍ସ କେସ ରହିଛି ତଦନ୍ତ ହେବ ।

ଏନେଇ କୋପରେଟିଭ କରିବାକୁ କହି ପରେ ତାଙ୍କୁ ଠକାମୀର ଶିକାର କରି ଡିଲ ଓ ସେଟେଲମେଣ୍ଟ କରୁଥିଲେ । ‌‌ଏହିପରି ଢଙ୍ଗରେ ନକଲି ଲୋଗୋରେ ଲେଟରପ୍ୟାଡ୍‌ ତିଆରି କରିବା ନକଲି ସମନ କରିବା ନକଲି ରେଡର ଭୟ ଦେଖାଇ ଇଡି ଅଫିସ ଆଳରେ ସରକାରୀ କର୍ମଚାରୀମାନଙ୍କୁ କେସ କମ୍ପରମାଇଜ ପାଇଁ ଟଙ୍କା ମାଗୁଥିଲେ । ଏହିପରି ଢଙ୍ଗରେ ଟଙ୍କା କାରବାର କରି ୩୫୦ ଊର୍ଦ୍ଧ୍ବ ସରକାରୀ କର୍ମଚାରୀଙ୍କୁ ଟଙ୍କା ମାଗି ବର୍ତ୍ତମାନ ଗିରଫ ହୋଇଛନ୍ତି ଅଭିଯୁକ୍ତ । ତାଙ୍କ ଫୋନ ପେ ଯୋଗେ ୧୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଟ୍ରାଞ୍ଜକସନ ହୋଇଥିବା ଜାଣିବାକୁ ପାଇଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଉଲିବୁର ଖଣି ଦୁର୍ନୀତି ମାମଲାରେ ଇଡି ରେଡ୍; ପୁଳା ପୁଳା ଟଙ୍କା-ସୁନା ଜବତ

ତେହେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଗୋଟିଏ ଲାପଟପ ସହ ରାଞ୍ଚିରେ ମାସକୁ ୧୦ ହଜାର ନେଇ ଭଡ଼ା ରହୁଥିବା ଘରୁ ଗୋଟିଏ ଡେସ୍କଟପ, ୫ଟି ମୋବାଇଲ ଫୋନ, ବ୍ୟାଙ୍କ ପାସବୁକ ଚେକ୍ ସହ ନକଲି ଆଇଡି କାର୍ଡ ଓ ୧୭ଟି ଏଟିଏମ୍ ଓ ଡେବିଟ ଓ କ୍ରେଡିଟ କାର୍ଡ ଜବତ କରାଯାଇଛି ।ତଦନ୍ତ ବେଳେ ଏସଟିଏଫ ଅଧିକାରୀ ଜାଣିବାକୁ ପାଇଛନ୍ତି ଏମାନଙ୍କ ମଧ୍ୟରୁ ଜଣେ ବିକମ ଗ୍ରାଜୁଏଟ ଥିବା ବେଳେ ଆଉ ଜଣେ ବିସିଏ କରିଥିବା ଜଣାପଡିଛି । ଛତ୍ରପୁରର ଜଣେ ସବ କଲେକ୍ଟରଙ୍କ ଅଭିଯୋଗ ଆଧାରରେ ସସେମାନଙ୍କୁ ଗିରଫ କରି STF ର କେସ ନମ୍ବର ୧୫ଆଧାରରେ କୋର୍ଟ ଚାଲାଣ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.