ETV Bharat / sports

Watch; ପ୍ୟାରିସ ପାରା ଅଲିମ୍ପିକ୍ସ ଓପନିଂ ସେରିମନି; ଟିମ୍ ଇଣ୍ଡିଆର ଗ୍ରାଣ୍ଡ ଏଣ୍ଟ୍ରି, ତ୍ରିରଙ୍ଗା ଉଡାଇଲେ ସୁମିତ-ଭାଗ୍ୟଶ୍ରୀ - Paris Paralympics opening ceremony

author img

By ETV Bharat Sports Team

Published : Aug 29, 2024, 12:37 PM IST

Updated : Aug 29, 2024, 4:24 PM IST

Paris Paralympics 2024 opening ceremony: ଫ୍ରାନ୍ସ ରାଜଧାନୀ ପୁଣି ଥରେ ଅଲିମ୍ପିକ୍ସ ପରେ ପାରାଅଲିମ୍ପିକ୍ସ ପାଇଁ ଉତ୍ସବ ମୁହର ହୋଇଉଠିଛି । ଚିତାକର୍ଷକ କାର୍ଯ୍ୟକ୍ରମରେ ଜ୍ୟାକି ଚା ଗରନଡ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଅଲିମ୍ପିକ୍ସ ମିସାଲ ଧରି ସହର ଛାତି ଉପରେ ସମସ୍ତଙ୍କ ମନ କିଣିଥିଲେ । ଅଧିକ ପଢନ୍ତୁ

Paris Paralympics 2024 opening ceremony
Paris Paralympics 2024 opening ceremony (AFP Photo)

ପ୍ୟାରିସ (ଫ୍ରାନ୍ସ); ପ୍ୟାରିସ ପାରା ଅଲିମ୍ପିକ୍ସ ଗତକାଲି ବୁଧବାରଠାରୁ ଆରମ୍ଭ ହୋଇଛି । ଧୁମ ଧାମରେ ଅନୁଷ୍ଠିତ ହୋଇଛି ଉଦଘାଟନୀ ସମାରୋହ । ଏହି ଓପନିଂ ସେରିମନିରେ ଧମାକାଦାର ଏଣ୍ଟ୍ରି ମାରିଥିଲା ଟିମ୍ ଇଣ୍ଡିଆ । ସୁମିତ ଅନ୍ତିଲ ଏବା ଭାଗ୍ୟଶ୍ରୀ ଯାଦବ ଭାରତୀୟ କଣ୍ଟନଜେଣ୍ଟ ପକ୍ଷରୁ ଧ୍ବଜା ବାହକ ଥିଲେ । ଉଦଘାଟନୀ ସମାରୋହରେ ଭାରତୀୟ କଣ୍ଟନଜେଣ୍ଟର 84 ଜଣିଆ ଆଥଲେଟ ସାମଲ ହୋଇଥିଲେ । ଏହା ପୂର୍ବରୁ 2020 ଟୋକଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ 54 ଜଣ ପାରା ଖେଳାଳି ସାମିଲ ହୋଇଥିଲେ ।

ଏହା ବି ପଢନ୍ତୁ- NATIONAL SPORTS DAY HISTORY; କାହିଁକି ଆଜିର ଦିନକୁ ଦେଶ ପାଳୁଛି ଜାତୀୟ କ୍ରୀଡା ଦିବସ ? ଜାଣନ୍ତୁ ଇତିହାସ ଏବଂ ମହତ୍ବ - National Sports Day 2024

ପ୍ୟାରିସ ପାରାଅଲମ୍ପିକ୍ସର ଦମଦାର ଉଦଘାଟନୀ ଉତ୍ସବ-

ପ୍ୟାରିସ ଅଲିମ୍ପିକ୍ସ ଶେଷ ହେବାର ମାତ୍ର 17 ଦିନ ପରେ ପାରାଅଲିମ୍ପିକ୍ସ ଆୟୋଜନ ହେବ ସିଟି ଅଫ୍ ଲାଇଟ୍ସରେ । ପ୍ୟାରିସ ଅଲିମ୍ପିକ୍ସ ସମୟରେ ଯେଭଳି ବର୍ଣ୍ଣାଢ୍ୟ ରଙ୍ଗାରଙ୍ଗ ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ସେଭଳି ଗ୍ରାଣ୍ଡ ଷ୍ଟାଇଲେ ପାରାଅଲିମ୍ପିକ୍ସ ମଧ୍ୟ ଉଦଘାଟନ ହୋଇଛି ।

ଏହା ବି ପଢନ୍ତୁ- Virat Kohli Deepfake video; କୋହିଲଙ୍କ ଡିପ୍‌ଫେକ୍ ଭିଡିଓ ଭାଇାଲ; 'ଟିମ୍ ଇଣ୍ଡିଆରେ ଜଣେ ହିଁ ବିରାଟ କୋହଲି, ଗିଲଙ୍କୁ ସମାଲୋଚନା' - Virat Kohli Deepfake video

ଏହି ଓପନିଂ ସେରିମନିରେ ପ୍ରସିଦ୍ଧ ଗୀତିକାର ଏବଂ ଡ୍ୟାନ୍ସର ପ୍ରଦର୍ଶନ କରିଥିଲେ । 50 ହଜାର ଦର୍ଶକଙ୍କ ଆଗରେ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରିଥିଲେ କଳାକାର । ସେମାନଙ୍କୁ ନିର୍ଦ୍ଦେଶନା ଦେଇଥିଲେ ସ୍ବିଜିରଲ୍ୟାଣ୍ଡର ନୃତ୍ୟଗୁରୁ ଆଲେକ୍ସଜେଣ୍ଡର ଏକମାନ । ଏହି ଉତ୍ସବରେ ଭାଗ ନେଇଥିଲେ 4 ହଜାର ଆଥଲେଟ । ଏହି ସର୍ବବୃହତ ପାରା ପ୍ରତିଯୋଗୀତା 12 ଦିନ ଚାଲିବ ।ଅଗଷ୍ଟ 29ରୁ ଆରମ୍ଭ ହୋଇ ସେପ୍ଟେମ୍ବର 8 ତାରିଖରେ ଶେଷ ହେବ ।

ଧ୍ବଜା ବାହକ ସାଜିଲେ ସୁମିତ- ଭାଗ୍ୟଶ୍ରୀ-

ଧଳା ରଙ୍ଗର ସ୍ବତନ୍ତ୍ର ପୋଷାକରେ ଫ୍ରାନ୍ସର ପ୍ୟାରିସ ସହରରେ ଝଲସିଲେ ଭାରତୀୟ କଣ୍ଟିନଜେଣ୍ଟ । ଭାରତୀୟ ପାରା ଆଥଲେଟ ଦଳର ଧ୍ବଜା ବାହକ ସାଜିଥିଲେ ସୁମିତ ଅନ୍ତିଲ ଏବଂ ଭାଗ୍ୟଶ୍ରୀ ଯାଦବ । ତେବେ ଉଦଘାଟନୀ ଉତ୍ସବରେ ଭାରତୀୟ ଦଳଙ୍କୁ ଉପସ୍ଥିତ ଦର୍ଶକ କରତାଳି ମାରି ସ୍ବାଗତ କରିଥିଲେ । ତ୍ରିରଙ୍ଗା ଉଡାଇଥିବା ସୁମିତ ଜାଭଲିନରେ ଭାରତ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ ଏବଂ ଭାଗ୍ୟଶ୍ରୀ ସର୍ଟ ପୁଟରେ ଦେଖାଇବେ କମାଲ ।

Last Updated : Aug 29, 2024, 4:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.