ETV Bharat / sports

ICC T20 ଅଲରାଉଣ୍ଡର ରାକିଂରେ ପାଣ୍ଡ୍ୟା ନଂ-1, ବ୍ୟାଟିଂରେ ପଛରେ ପଡିଲେ SKY - T20I All Rounder Ranking

author img

By ETV Bharat Odisha Team

Published : Jul 4, 2024, 10:59 AM IST

HARDIK PANDYA NO 1 ALL ROUNDER: ଆଇସିସି ଟି20 କ୍ରିକେଟ ଅଲରାଉଣ୍ଡର ମାନ୍ୟତାରେ ହାର୍ଦ୍ଦିକ ଶୀର୍ଷରେ । ବ୍ୟାଟିଂରେ ପଠରେ ପଡିଲେ ସୂର୍ଯ୍ୟକୁମାର । ଅଧିକ ପଢନ୍ତୁ

HARDIK PANDYA
HARDIK PANDYA (IANS)

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଆଇସିସି ଟି20 କ୍ରିକେଟ ଅଲରାଉଣ୍ଡର ମାନ୍ୟତା ତାଲିକାରେ ଜଣେ ଭାରତୀୟ ସ୍ଥାନ ପାଇଛନ୍ତି । ଏହି ଫର୍ମାଟରେ ଅଲରାଉଣ୍ଡର ପ୍ରଦର୍ଶନରେ ହାର୍ଦ୍ଧିକ ପାଣ୍ଡ୍ୟା ଏକ ନମ୍ବର । ବୁଧବାର ଆଇସିସି ପକ୍ଷରୁ ମାନ୍ୟତା ତାଲିକା ପ୍ରକାଶ ପାଇବା ପରେ ଏହା ଜମାପଡିଛି । ଟି 20 ବିଶ୍ବକପରେ ଦମଦାର ପ୍ରଦର୍ଶନ ପରେ ଏହି ମାନ୍ୟତା ତାଲିକାର ଶୀର୍ଷ ସ୍ଥାନକୁ ଉଠିଛନ୍ତି ପାଣ୍ଡ୍ୟା ।

ଟପ୍‌ 10ରେ ଭାରତୀୟ ଖେଳାଳି ଭାବେ କେବଳ ପାଣ୍ଡ୍ୟା: ଆଇସିସି ଟି20 ଟପ ଟେନ ରାକିଂରେ କେବଳ ଭାରତୀୟ ଖେଳାଳି ଭାବେ ପାଣ୍ଡ୍ୟା 1 ନମ୍ବରରେ ରହିଛନ୍ତି । ଅନ୍ୟ କେଉଁ ଭାରତୀୟ ଖେଳାଳି ଟପ ଟେନରେ ସ୍ଥାନ ପାଇନାହାନ୍ତି । ପୂର୍ବରୁ ଏହି ତାଲିକାର ଚତୁର୍ଥ ସ୍ଥାନରେ ଥିଲେ ପାଣ୍ଡ୍ୟା । ବିଶ୍ବକପରେ ତାଙ୍କର ଅଲରାଉଣ୍ଡର ପ୍ରଦର୍ଶନ ଅନ୍ୟ ଦଳର ଅଲରାଉଣ୍ଡଙ୍କୁ ପଛରେ ପକାଇଛି। ଫଳରେ ଆଇସିସି ଅଲରାଉଣ୍ଡର ମାନ୍ୟତା ତାରିକାର ଶୀର୍ଷରେ ରହିଛନ୍ତି ସେ । ଟି20 ବିଶ୍ବକପରେ ସେ ମୋଟ 144 ରନ ସଂଗ୍ରହ କରି 11ଟି ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ; ଆଜି ଚମ୍ପିଆନ ଦଳକୁ ଭେଟିବେ ପ୍ରଧାନମନ୍ତ୍ରୀ, ମୁମ୍ବାଇରେ ରୋଡ ସୋ’ - Indian Cricket Team lands at Delhi

ପଛରେ ପଡିଲେ ସୂର୍ଯ୍ୟକୁମାର: ଏହି ଫର୍ମାଟରେ ବ୍ୟାଟିଂ ମାନ୍ୟତା ତାଲିକାରେ ପଛରେ ପଡିଯାଇଛନ୍ତି ସୂର୍ଯ୍ୟକୁମାର । ପୂର୍ବରୁ ଏକ ନମ୍ବରରେ ରହୁଥିବା ବେଳେ ଏଥର ଦ୍ବିତୀୟରେ ରହିଛନ୍ତି । ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ଟ୍ରାଭିସ ହେଡ । ସେହିପରି ଜୟସ୍ବାଲ ସପ୍ତମ ସ୍ଥାନରେ ରହିଛନ୍ତି । ସୂର୍ଯ୍ୟ କୁମାର ଟି 20 ବିଶ୍ବକପରେ ଦୁଇଟି ଅର୍ଦ୍ଦଶତକ ହାସଲ କରିଥିଲେ ।

ବୋଲିଂ ମାନ୍ୟତାରେ ଟପ 10ରେ 2 ଭାରତୀୟ: ଆଇସିସି ବୋଲିଂ ମାନ୍ୟତାରେ ଭାରତୀୟ ଦଳର ଦୁଇ ବୋଲର ଅକ୍ସର ପଟେଲ ଓ କୁଳଦୀପ ଯାଦବ ରହିଛନ୍ତି । ଗୋଟିଏ ସ୍ଥାନ ଉପରକୁ ଉଠି ଅକ୍ସର ସପ୍ତମ ସ୍ଥାନରେ ରହିଛନ୍ତି ଓ କୁଳଦୀପ 3ଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.