ETV Bharat / sports

ପ୍ରତିଶୋଧ ମୁଖା ଭାରତ; ଅଷ୍ଟ୍ରେଲିଆ ଆଗରେ ୨୦୬ ଟାର୍ଗେଟ୍‌ ରଖିଲା ରୋହିତ ବାହିନୀ - T20 World Cup 2024

author img

By ETV Bharat Odisha Team

Published : Jun 24, 2024, 10:10 PM IST

Updated : Jun 24, 2024, 10:22 PM IST

T20 World Cup 2024 IND vs AUS: ରୋହିତ ଶର୍ମାଙ୍କ ଦମଦାର ପାଳି । ୯୨ ରନର ବିସ୍ଫୋରକ ପାଳି ସହ କଙ୍ଗାରୁ ବୋଲରଙ୍କ ଲାଇନ୍‌ ଲେନ୍ଥ ବିଗାଡି଼ଲେ ଭାରତୀୟ ଅଧିନାୟକ । ୨୦ ଓଭରରେ ଭାରତର ସ୍କୋର ୨୦୫/୫ । ବିଜୟ ପାଇଁ ଅଷ୍ଟ୍ରେଲିଆ ଆଗରେ ଲକ୍ଷ୍ୟ ୨୦୬ । ଅଧିକ ପଢ଼ନ୍ତୁ

T20 World Cup 2024 IND vs AUS
T20 World Cup 2024 IND vs AUS (ETV Bharat Odisha)

ଗ୍ରସ୍‌ ଆଇଲେଟ୍‌ (ସେଣ୍ଟ ଲୁସିଆ): ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଧୂଆଁଧାର ବ୍ୟାଟିଂ । ଷ୍ଟାର ବୋଲରଙ୍କୁ ଧୋଇଦେଲେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା । ଉତ୍ତର ଆମେରିକା ସେଣ୍ଟ ଲୁସିଆର ଗ୍ରସ୍‌ ଆଇଲେଟ୍‌ସ୍ଥିତ ଡାରେନ ସାମ୍ମି କ୍ରିକେଟ୍‌ ଷ୍ଟାଡିୟମରେ ଆଜି ଟି୨୦ ବିଶ୍ବକପ୍‌ର ୫୧ତମ ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରବାକୁ ନିଷ୍ପତ୍ତି ନେଇଥିଲେ ଅଷ୍ଟ୍ରେଲୀୟ ଅଧିନାୟକ ମିଚେଲ୍‌ ମାର୍ଶ । ଅନ୍ୟପଟେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଜବରଦସ୍ତ ବ୍ୟାଟିଂ କରିଥି ଟିମ୍‌ ଇଣ୍ଡିଆ । ରୋହିତ ଶର୍ମାଙ୍କ ୯୨ ରନର ଧୂଆଁଧାର ପାଳି ବଳରେ ୨୦ ଓଭରରେ ୫ ୱିକେଟ୍‌ ହରାଇ ୨୦୫ ରନ କରିଛି ଭାରତ । ବିଜୟ ପାଇଁ ଅଷ୍ଟ୍ରେଲିଆ ଆଗରେ ୨୦୬ ରନ ଟାର୍ଗେଟ୍‌ ରହିଛି ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତକୁ ଦ୍ବିତୀୟ ଓଭରରେ ହିଁ ପ୍ରଥମ ଝଟ୍‌କା ଲାଗିଥିଲା । ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଯାଇଥିଲେ ବିରାଟ କୋହଲି । ତେବେ ଅଧିନାୟକ ରୋହିତ ଶର୍ମା କିନ୍ତୁ ଜବରଦସ୍ତ ବ୍ୟାଟିଂ ଆରମ୍ଭ କରିଥିଲେ । କଙ୍ଗାରୁ ବୋଲରଙ୍କ ଲାଇନ୍‌ ଲେନ୍ଥ ବିଗାଡ଼ି ଦେଇଥିଲେ ହିଟ୍‌ମ୍ୟାନ୍‌ । ଅନ୍ୟପଟେ ୧୫ ରନ କରି ଋଷଭ ପନ୍ତ ମଧ୍ୟ ନିଜ ୱିକେଟ୍‌ ଫିଙ୍ଗି ଦେଇଥିଲେ । ହେଲେ ରୋହିତଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା । କେବଳ ୪୦ ବଲରୁ ୭ ଚୌକା ଓ ୮ ଛକା ସହିତ ୯୨ ରନ କରିଥିଲେ ରୋହିତ ଶର୍ମା । ହେଲେ ୪୧ତମ ବଲରେ ମିଚେଲ୍‌ ଷ୍ଟାର୍କଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ । ଏକ ଦମଦାର ଶତକରୁ ବଞ୍ଚିତ ହୋଇଥିଲେ ରୋହିତ ।

ଅନ୍ୟପଟେ ସୂର୍ଯ୍ୟକୁମାର ୧୬ ବଲରୁ ୩୧ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ୨୨ ବଲରୁ ୨୮ ରନର ପାଳି ଖେଳି ଶିବମ ଦୁବେ ଆଉଟ୍‌ ହୋଇଥିଲେ । ଜାଡେଜା ଅପରାଜିତ ୯ ରନ କରିଥିଲାବେଳେ ୧୭ ବଲରୁ ଅପରାଜିତ ୨୭ ରନ କରି ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ ପାଣ୍ଡ୍ୟା । ତେବେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୨୦୫ ରନ କରିଛି । ଅନ୍ୟପଟେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୨୦୬ ରନ ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ...ଅଷ୍ଟ୍ରେଲିଆଠୁ ବିଶ୍ବକପ ପ୍ରତିଶୋଧ ନେବ ଭାରତ, କଣ ରହିଛି ରୋହିତଙ୍କ ରଣନୀତି ? - T20 WORLD CUP 2024

ଏହି ପାଳିରେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସ୍‌ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିବାବେଳେ ହାଜଲେଉଡ୍‌ ୪ ଓଭରରୁ କେବଳ ୧୪ ରନ ବ୍ୟୟ କରି ଗୋଟିଏ ୱିକେଟ୍‌ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 24, 2024, 10:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.