ETV Bharat / sports

78ତମ ସ୍ବାଧୀନତା ଦିବସ; ସଚିନଙ୍କଠୁ ନୀରଜ... ଧୁମଧାମରେ ସେଲିବ୍ରେଟ କଲେ ସ୍ବାଧୀନତା ଦିବସ, ତେନ୍ଦୁଲକର କହିଲେ ସମସ୍ତ ଦେଶବାସୀ ଟିମ୍ ଇଣ୍ଡିଆର ଖେଳାଳି - Independence Day Athletes post

author img

By ETV Bharat Sports Team

Published : Aug 15, 2024, 6:22 PM IST

Updated : Aug 15, 2024, 7:39 PM IST

78th Independence Day Indian Athletes Celebrations: ତେନ୍ଦୁଲକର କହିଲେ ସମସ୍ତ ଦେଶବାସୀ ଟିମ୍ ଇଣ୍ଡିଆର ଖେଳାଳି । ଅଧିକ ପଢନ୍ତୁ

Sachin Tendulkar Neeraj Chopra
Sachin Tendulkar Neeraj Chopra (ETV Bharat Odisha)

ହାଇଦ୍ରାବାଦ: ଆଜି ସ୍ବାଧୀନତା ଦିବସ । ଦେଶ ପାଳୁଛି 78 ତମ ସ୍ବାଧୀନତା ଦିବସ । ପଲ୍ଲୀରୁ ଦିଲ୍ଲୀ ସବୁଠି ଫର ଫର୍ ଉଡୁଛି ତ୍ରିରଙ୍ଗା । ସ୍ବାଧୀନତାର ଧୁମର ଧୁମଧାମ ସେଲିବ୍ରେସନ କରୁଛନ୍ତି ଦେଶବାସୀ । ସ୍ବାଧୀନତାରେ ଧୁନରେ ଗାଉଛନ୍ତି ଜାତୀୟ ସଙ୍ଗୀତ । ଦେଶାତ୍ମବୋଧ ଗୀତର ତାଳେ ତାଳେ ସ୍ବାଧାନତାର ସ୍ବାଦ ଚାଖୁଛନ୍ତି ଦେଶବାସୀ । ତେବେ ଏହି ପବିତ୍ର ଦିବସ ଅବସରରେ ଭାରତୀୟ କ୍ରୀଡାବିତ ମଧ୍ୟ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହିତ ଦିନଟିକୁ ଧୁମଧାମରେ ସେଲିବ୍ରେସନ କରିଛନ୍ତି ।

ଏହା ବି ପଢନ୍ତୁ - Paris Olympics 2024; ସ୍ବାଧୀନତା ଦିବସରେ ଅଲିମ୍ପିକ୍ସ ହିରୋଙ୍କୁ ଭେଟିଲେ ମୋଦି, କହିଲେ ମେଡାଲ ବିଜେତା ଦେଶର ଗୌରବ - PM meets Indian Olympic contingent

ସଚିନ ତେନ୍ଦୁଲକର-

ମାଷ୍ଟର-ବ୍ଲାଷ୍ଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କର ଲେଖିଛନ୍ତି କି, "କେବଳ କ୍ରୀଡାବିତ ହିଁ ଭାରତ ପାଇଁ ଖେଳି ନଥାନ୍ତି । ପ୍ରତ୍ୟେକ ଭାରତୀୟ ଯିଏ ସାଧୁତା ଏବଂ ନିଷ୍ଠାର ସହିତ ତାଙ୍କ କାମ କରିଥାନ୍ତି, ସେମାନେ ସମସ୍ତେ ଟିମ ଇଣ୍ଡିଆର ଜଣେ ଜଣେ ମହତ୍ବପୂର୍ଣ୍ଣ ଖେଳାଳି । ଯେତେବେଳେ ଜାତୀୟ ସଙ୍ଗୀତ ବାଜେ ମୁଁ ଭାବୁଛି ଆପଣମାନେ ହିଁ ସେପରି ଗର୍ବ ଅନୁଭକ କରନ୍ତି ଯେପରି ମୁଁ କରେ... ।"

ଏହା ବି ପଢନ୍ତୁ- ସ୍ବାଧୀନତା ଦିବସରେ ଫ୍ୟାନ୍ସଙ୍କୁ ଝଟକା, କ୍ରିକେଟକୁ କହିଥିଲେ ଅଲବିଦା; ଜିତିଛନ୍ତି ଆଇସିସି ଟ୍ରଫି, ଜାଣନ୍ତୁ କିଏ ? - Goodbye To Cricket On August 15

ନୀରଜ ଚୋପ୍ରା-

ଟୋକିଓ ଅଲିମ୍ପିକ୍ସ 2020ର ସ୍ବର୍ଣ୍ଣ ପଦକ ବିଜେତା ଷ୍ଟାର ଜାଭଲିନ ଥ୍ରୋୟର ତଥା 2024 ପ୍ୟାରିସ ଅଲିମ୍ପିକସର ସିଲଭର ପଦକ ବିଜେତା ଷ୍ଟାର ଜାଭଲିନ ଖେଳାଳି ନୀରଜ ଚୋପ୍ରା ଦେଶବାସୀଙ୍କୁ 78 ତମ ସ୍ବାଧୀନତା ଦିବସ ଅବସରରେ ଶୁଭଚ୍ଛା ଜଣାଇଛନ୍ତି । ସେ ଇନଷ୍ଟାରେ ପୋଷ୍ଟ କରି ସ୍ବାଧୀନତା ଦିବସର ଶୁଭେଚ୍ଛା ଲେଖିଛନ୍ତି ।

ଏହା ବି ପଢନ୍ତୁ- ଲାଲକିଲ୍ଲାରୁ ମୋଦିଙ୍କ ବଡ ଘୋଷଣା, 2036 ଅଲିମ୍ପିକ୍ସ ଆୟୋଜନ କରିବ ଭାରତ ! - Indias dream to host 2036 olympics

ଗୌତମ ଗମ୍ଭୀର-

ଭାରତୀୟ କ୍ରିକେଟ ଟିମର ଚର୍ଚ୍ଚିତ କୋଚ ଗୌତମ ଗମ୍ଭୀର ସମସ୍ତ ଦେଶବାସୀଙ୍କୁ ସ୍ବାଧୀନତା ଦିବସ ଅବସରରେ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି କି, "ସ୍ବାଧୀନତାର ମୂଲ୍ୟ ରହିଛି । ଆମର ବୀର ସ୍ବାଧୀନତା ସଂଗ୍ରାମୀ ତାଙ୍କ ରକ୍ତ ଦାନ କରି ଏହାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ସମସ୍ତଙ୍କୁ ସ୍ବାଧୀନତା ଦିବସର ଢେର ସାରା ଶୁଭେଚ୍ଛା ।"

Last Updated : Aug 15, 2024, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.