ETV Bharat / sports

ୟୁନିକ୍ ଷ୍ଟାଇଲରେ ଅଲିମ୍ପିକ୍ସ ଉଦଘାଟନ; ନଦୀ ଗର୍ଭରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, 6ଘଣ୍ଟା ଚାଲିବ ପରେଡ୍ ଅଫ୍ ନେସନ୍ସ, ପ୍ରଥମ ଥର ଖୋଲା ଆକାଶ ତଳେ ଦେଖିବାକୁ ମିଳିବ... - Paris Olympic 2024

Paris Olympic 2024: ଅଲିମ୍ପିକ୍ସ ଇତିହାସରେ ପ୍ରଥମ । ଷ୍ଟାଡିୟମ ବାହାରେ ହେବ ଉଦଘାଟନୀ ଉତ୍ସବ । ଡଙ୍ଗାରେ ପରେଡ କରିବେ ଅଲମ୍ପିଆନ୍ସ । ପ୍ୟାରିସକୁ ଜଗିବେ 45 ହଜାର ପୋଲିସ କର୍ମଚାରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 25, 2024, 10:40 AM IST

Updated : Jul 25, 2024, 11:18 AM IST

Paris Olympic
Paris Olympic (ETV BHARAT ODISHA)
Paris Olympic  2024
Paris Olympic 2024 (@Olympics)

ହାଇଦ୍ରାବାଦ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା... ଆରମ୍ଭ ହୋଇଯିବ ବିଶ୍ବର ସବୁଠାରୁ ବଡ କ୍ରୀଡା ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍ସ । ଏନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ । ସମୟ ଯେତିକି ପାଖଉଛି କ୍ରୀଡା ପ୍ରେମୀଙ୍କ ଉତ୍ସାହ ସେତିକି ବଢୁଛି । ସୁରକ୍ଷାକୁ ମଧ୍ୟ କଡାକଡି କରାଯାଇଛି । ପ୍ୟାରିସରେ ଏକାଠି ହୋଇଛନ୍ତି ବିଶ୍ବର ବଛା ବଛା ଖେଳାଳି । ମେଡାଲ ଲକ୍ଷ୍ୟରେ ପ୍ରତିଦ୍ବନ୍ଦ୍ବିତା କରି ବିଦେଶ ମାଟିରେ ନିଜର ଦେଶକୁ ଗର୍ବୀତ କରାଇବେ । ଆସନ୍ତାକାଲି ଠାରୁ ଅଗଷ୍ଟ 11 ତାରିଖ ପର୍ଯ୍ୟନ୍ତ ଚାଲିବ ଅଲିମ୍ପିକ୍ସ । ଫ୍ରାନ୍ସର ସ୍ଥାନୀୟ ସମଯ ସନ୍ଧ୍ୟା 7ଟା ପରେ ଆରମ୍ଭ ହେବ ଉଦଘାଟନି ଉତ୍ସବ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏଥିରେ ସାମିଲ ହେବେ ସମସ୍ତ ଅଲମ୍ପିଆନ । ଦୀର୍ଘ 100 ବର୍ଷ ପରେ ପ୍ୟାରିସକୁ ଅଲିମ୍ପିକ୍ସ ଫେରିଥିବାରୁ ଉତ୍ସାହିତ ପ୍ୟାରିସବାସୀ । ଶେଷ ଥର ପାଇଁ 1924ରେ ଆୟୋଜନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକରେ ପ୍ରଥମ ବ୍ୟକ୍ତିଗତ ପଦକ ଜିତିବେ କି କିଶୋର ଜେନା; ଜାଣନ୍ତୁ କେତେ ପ୍ରସ୍ତୁତ, କିଏ ଦେବେ ଚ୍ୟାଲେଞ୍ଜ ? ଓଡିଆ ପୁଅ କହିଲେ ବେଷ୍ଟ ଦେବି - Kishore Jena on Paris Olympics

ପ୍ରଥମ ଥର ଷ୍ଟାଡିୟମ ବାହାରେ ଉଦଘାଟନୀ ଉତ୍ସବ: ଦୀର୍ଘ ଏକ ଶତାବ୍ଦୀ ପରେ ପ୍ୟାରିସକୁ କ୍ରୀଡା ମହାକୁମ୍ଭ ଫେରିଥିବାରୁ ଏହାକୁ ଟିକିଏ ଭିନ୍ନ କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ଆୟୋଜକ । ଏଥର ଷ୍ଟାଡିୟମ ନୁହଁ ବର ବାହାରେ ଉଦଘାଟନୀ ଉତ୍ସବ ଆଯୋଜନ କରାଯିବ । ଯାହା ପ୍ରଥମ ଥର ଅଲିମ୍ପିକ୍ସ ଇତିହାସରେ ଦେଖିବାକୁ ମିଳିବ । ପୂର୍ବରୁ କେବେ ଉଦଘାଟନୀ ଉତ୍ସବ ଷ୍ଟାଡିଯମ ବାହାରେ ହୋଇନାହିଁ । ଏଥର ନଦୀ ଗର୍ଭରେ ଉତ୍ସବର ଆୟୋଜନ କରାଯିବ । ଫ୍ରାନ୍ସର ସେନ ନଦୀର ଅଷ୍ଟ୍ରେର୍ଲିଜ ବ୍ରିଜ ଠାରୁ ଆଇଫିଲ ଟାଓ୍ବାର ପର୍ଯ୍ୟନ୍ତ ଉତ୍ସବ ଚାଲିବ । ଏହି ଦୁଇ ସ୍ଥାନ ମଧ୍ୟରେ ଦୂରତା 6 କିଲୋମିଟର ରହିଛି ।

Paris Olympic  2024
Paris Olympic 2024 (@Olympics)

ଡଙ୍ଗାରେ ନଦୀ ଯାତ୍ରା କରିବେ ଆଥଲେଟ୍ସ: ଏଥର ଅଲିମ୍ପିକ୍ସ ଷ୍ଟାଡିୟମରେ ପରେଡ୍ ଅଫ୍ ନେସନ୍ସ ଅନୁଷ୍ଠିତ ହେବ ନାହିଁ ବରଂ ଏହା ବଦଳରେ ସେନ୍ ନଦୀରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଆଥଲେଟ୍ସ ମାନେ ଡଙ୍ଗା ଦ୍ବାରାରେ ଯାତ୍ରା କରିବେ । ପରେଡ୍ ଅଫ୍ ନେସନ୍ସ ଆଷ୍ଟର୍ଲିଜ୍ ବ୍ରିଜ୍ ତଳେ ଆରମ୍ଭ ହେବ ଏବଂ ନୋଟରେ-ଡ୍ୟାମ୍, ପଣ୍ଟ୍-ନେଉଫ୍ ଏବଂ ଲୁଭ୍ରେ ଭଳି ଆଇକନିକ୍ ପ୍ୟାରିସିଆନ୍ ଲ୍ୟାଣ୍ଡମାର୍କ ଏବଂ ଇଭେଣ୍ଟ ଆୟୋଜନ କରୁଥିବା କେତେକ ସ୍ଥାନ ଦେଇ ଅତିକ୍ରମ କରିବ । ଆଇଫେଲ୍ ଟାୱାର ନିକଟରେ ଥିବା ଏକ ଏସପ୍ଲାନେଡ୍ ଟ୍ରୋକାଡେରୋରେ ଡଙ୍ଗା ଯାତ୍ରା ଶେଷ ହେବ । ସେହିପରି ଦର୍ଶକ ମାନେ ନଦୀ ତଟରେ ରହି ଉଦଘାଟନୀ ଉତ୍ସବ ଦେଖିପାରିବେ । ପରେଡ 4 ଘଣ୍ଟା ପର୍ଯ୍ୟନ୍ତ ଚାଲିବ ।

Paris Olympic  2024
Paris Olympic 2024 (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ସମ୍ପୂର୍ଣ୍ଣ କ୍ରୀଡାସୂଚୀ, ଦେଖନ୍ତୁ କେଉଁ ଦିନ ଅଛି କେଉଁ ଇଭେଣ୍ଟ - PARIS OLYMPICS 2024

ପ୍ୟାରିସରେ କଡା ସୁରକ୍ଷା ବ୍ୟବସ୍ଥା: ଅଲିମ୍ପିକ୍ସ ପାଇଁ ପ୍ୟାରିସକୁ 12 ମଲିୟନ ଲୋକକଙ୍କ ସମାଗମ ହୋଇପାରେ ବୋଲି କୁହାଯାଉଛି । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଖେଳାଳି ହୁଅନ୍ତୁ କି କ୍ରୀଡା ପ୍ରେମୀ ଯେମିତି କେହିବି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସେନ୍ ନଦୀ କୂଳରେ ପ୍ରାୟ 3 ଲକ୍ଷ ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ନଦୀ କୂଳରେ ଦର୍ଶକଙ୍କ ସୁରକ୍ଷା ପାଇଁ 80 ଟି ବିଶାଳ ପରଦା ମଧ୍ୟ ରହିବ । ସେହିପରି 45 ହଜାର ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯିବ । ଉତ୍ସବଲ ଦିନ ସହରରେ କାର ଚଳା ବିମାନ ଓ ମେଟ୍ରୋ ସେବା ବନ୍ଦ ରହିବ ।

Paris Olympic  2024
Paris Olympic 2024 (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସ ଖେଳିବେ 117 ଭାରତୀୟ ଆଥଲେଟ୍ସ, ଜାଣନ୍ତୁ କେଉଁ ରାଜ୍ୟରୁ ରହିଛନ୍ତି ସର୍ବାଧିକ ? - Paris Olympics 2024

ଅଲିମ୍ପିକ୍ସ ଉଦଘାଟନ କରିବେ ଫ୍ରାନ୍ସ ରାଷ୍ଟ୍ରପତି: ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ ଆଇଓସି ସଭାପତି ଥୋମାସ୍ ବାଚଙ୍କ ଦ୍ବାରା ଆରମ୍ଭ ହେବ । ଫରାସୀ ପତାକା ଉତ୍ତୋଳନ ସମୟରେ ଫ୍ରାନ୍ସର ଜାତୀୟ ସଂଗୀତ ଗାନ କରାଯିବ। ଏହା ପରେ ପରେରେଡ୍ ଅଫ୍ ନେସନ୍ସ ହେବ । ପ୍ୟାରେଡରେ ପ୍ରାୟ 94 ଟି ଡଙ୍ଗା ସାମିଲ କରାଯାଇଛି। ଏନବିସି ଚ୍ୟାନେଲରେ ଉତ୍ସବର ସିଧାପ୍ରସାରଣ କରାଯିବ । ଆଥଲେଟ୍ସଙ୍କୁ ଅତି ନିକଟରେ ଦେଖିବାକୁ ସମସ୍ତ ଡଙ୍ଗାରେ କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ । ସେହିପରି 100 ରାଜ୍ୟର ମୁଖ୍ୟ ମଧ୍ୟ ଉତ୍ସବରେ ସାମିଲ ହେବେ ।

32ଟି କ୍ରୀଡାରେ 329ଟି ଇଭେଣ୍ଟ: 208 ଦେଶର 10 ହଜାରରୁ ଊର୍ଦ୍ଧ୍ବ ଖେଳାଳି ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିବେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସେନ୍ ନଦୀ କୂଳରେ ଅବସ୍ଥିତ 54 ହେକ୍ଟର ଅଲିମ୍ପିକ୍ସ ଗ୍ରାମରେ ରହିବେ । ଭାରତରୁ 117 ଜଣ କ୍ରୀଡାବିତ ଏହି କ୍ରୀଡା ମହାକୁମ୍ଭରେ ଅଂଶ ଗ୍ରହଣ କରିବେ । 32ଟି କ୍ରୀଡାରେ 329ଟି ଇଭେଣ୍ଟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 25, 2024, 11:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.