ETV Bharat / sports

୩ୟ ଥର ଏସିସି ସଭାପତି ହେଲେ ଜୟ ଶାହ, ଲଢ଼ିବେ ଆଇସିସି ଅଧ୍ୟକ୍ଷ ନିର୍ବାଚନ !

author img

By ETV Bharat Odisha Team

Published : Jan 31, 2024, 10:38 PM IST

Jay Shah remain as ACC President: କ୍ରମାଗତ ୩ୟ ଥର ଲାଗି ଏସିସି ଅଧ୍ୟକ୍ଷ ପଦରେ ନିର୍ବାଚିତ ହେଲେ ବିସିସିଆଇ ସଚିବ ଜୟ ଶାହ । ଆଇସିସି ଅଧ୍ୟକ୍ଷ ନିର୍ବାଚନ ଲଢ଼ିବା ଚର୍ଚ୍ଚା । ଅଧିକ ପଢ଼ନ୍ତୁ

୩ୟ ଥର ଏସିସି ସଭାପତି ହେଲେ ଜୟ ଶାହ
୩ୟ ଥର ଏସିସି ସଭାପତି ହେଲେ ଜୟ ଶାହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଚିବ ଜୟ ଶାହ ପୁଣିଥରେ ଏସୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ହୋଇଛନ୍ତି । ଏହାକୁ ମିଶାଇ କ୍ରମାଗତ ୩ୟ ଥର ପାଇଁ ଏସିଆନ କ୍ରିକେଟ କାଉନସିଲ୍‌ (ଏସିସି) ଅଧ୍ୟକ୍ଷ ପଦବୀରେ ନିର୍ବାଚିତ ହୋଇଛନ୍ତି ଜୟ ଶାହ । ବୁଧବାର ଏସିସିର ବାର୍ଷିକ ସାଧାରଣ ବୈଠକ ବସିଥିବା ବେଳେ ଏଥିରେ ଜୟ ଶାହଙ୍କୁ ପୁନର୍ବାର ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ସବୁଠାରୁ ବଡ଼କଥା ହେଉଛି ଆସନ୍ତା ନଭେମ୍ବରରେ ଆଇସିସି ଅଧ୍ୟକ୍ଷ ପଦବୀ ପାଇଁ ହେବାକୁ ଥିବା ନିର୍ବାଚନ ମଧ୍ୟ ଲଢ଼ିପାରନ୍ତି ଜୟ ଶାହ । ଏହା ହେଲେ ସେ ଏସିସି ପଦରୁ ଇସ୍ତଫା ମଧ୍ୟ ଦେବେ ।

ନିର୍ଦ୍ବନ୍ଦ୍ବରେ ଏସିସି ଅଧ୍ୟକ୍ଷ ନିର୍ବାଚିତ: ବର୍ତ୍ତମାନ ଇଣ୍ଡୋନେସିଆର ବାର୍ଲିରେ ଏସୀୟ କ୍ରିକେଟ ପରିଷଦର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହେଉଛି । ଏଥିରେ ସମସ୍ତ ସଦସ୍ୟ ରାଷ୍ଟ୍ରର ଅଧିକାରୀ ଯୋଗ ଦେଇଛନ୍ତି । ଏଠାରେ ପରିଷଦର ଅଧ୍ୟକ୍ଷ ଭାବେ ଜୟ ଶାହଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଶାମ୍ମି ସିଲ୍‌ଭା ପ୍ରସ୍ତାବ ରଖିଥିଲେ । ଏହାପରେ ସର୍ବସମ୍ମତିକ୍ରମେ ତୃତୀୟ ଥର ପାଇଁ ଏସିସି ଅଧ୍ୟକ୍ଷ ଭାବେ ଜୟ ଶାହଙ୍କ ନାଁ ଉପରେ ମୋହର ବାଜିଛି । ପ୍ରକାଶ ଥାଉ, ଜୟ ଶାହ ୨୦୨୧ରୁ ଏସିସି ଅଧ୍ୟକ୍ଷ କାର୍ଯ୍ୟଭାର ସମ୍ଭାଳୁଛନ୍ତି । ତାଙ୍କ ପୂର୍ବରୁ ବାଂଲାଦେଶର ନଜମୁଲ ହାସନ ଏହି ପଦରେ ରହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କୋହଲିଙ୍କ ନେତୃତ୍ବରେ ହାଇଦ୍ରାବାଦ ଟେଷ୍ଟ ହାରିନଥାନ୍ତା ଭାରତ: ମାଇକେଲ ଭନ

ଆଇସିସି ନିର୍ବାଚନ ଲଢ଼ିବେ ଜୟ ଶାହ !: ଏବେ ବିସିସିଆଇ ସଚିବ ତଥା ଏସିସି ଅଧ୍ୟକ୍ଷ ଜୟ ଶାହ ଆଇସିସି ଅଧ୍ୟକ୍ଷ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ଜାରି ରହିଥିବା ଏସୀୟ କ୍ରିକେଟ ପରିଷଦର ବାର୍ଷିକ ସାଧାରଣ ବୈଠକରେ ମଧ୍ୟ ଏହା ଉପରେ ଆଲୋଚନା ହୋଇପାରେ । ଯଦି ଏପରି ହୁଏ, ତେବେ ଆଗାମୀ ନଭେମ୍ବରରେ ହେବାକୁ ଥିବା ଆଇସିସି ଅଧ୍ୟକ୍ଷ ପଦ ନିର୍ବାଚନରେ ନାମାଙ୍କନ ଭରିବେ ଜୟ ଶାହ । ଯଦି ଭବିଷ୍ୟତରେ ଶାହ ଆଇସିସି ଅଧ୍ୟକ୍ଷ ନିର୍ବାଚନ ଲଢ଼ୁଛନ୍ତି, ଏଥିପାଇଁ ତାଙ୍କୁ ବିସିସିଆଇ ସଚିବ ଓ ଏସିସି ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେବାକୁ ପଡ଼ିବ । ତେବେ ଏହି ନିର୍ବାଚନ ଲଢ଼ିଲେ ଜୟ ଶାହଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.