ETV Bharat / politics

ବିଜେଡିରେ ସାମିଲ ହେଲେ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର - Dr Debananda Mohapatra Joins BJD

Dr. Debananda Mohapatra Joins BJD: ବିଜେଡିରେ ସାମିଲ ହେଲେ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର । ଦଳରେ ସାମିଲ ହେବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, 5ଟି ଅଧକ୍ଷ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅଧିକ ପଢନ୍ତୁ

Debananda Mohapatra Joins BJD
Debananda Mohapatra Joins BJD
author img

By ETV Bharat Odisha Team

Published : Apr 6, 2024, 10:13 PM IST

Debananda Mohapatra Joins BJD

ଭୁବନେଶ୍ବର: ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର । ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦେବାନନ୍ଦଙ୍କୁ ସ୍ୱାଗତ କରିଛନ୍ତି ସସ୍ମିତ । ସୂଚନା ଅନୁସାରେ, ପ୍ରଫେସର ଦେବାନନ୍ଦ ମହାପାତ୍ରଙ୍କ ପୈତୃକ ଘର କଟକ ଚୌଦ୍ୱାର। ବିଶିଷ୍ଟ ଡାକ୍ତର ଭାବେ ସେ ଜନସେବା ଜାରି ରଖିଛନ୍ତି । ସେ SCB ମେଡିକାଲ ପିଜି ଡାକ୍ତର ସଂଘର ପୂର୍ବତନ ସଭାପତି । ଏହାସହ IMA ର ପୂର୍ବତନ ଉପସଭାପତି ଥିଲେ ।

ଦେବାନନ୍ଦ ସମାଜ ସେବା ଓ ଓଡିଶାବାସୀଙ୍କ ପାଇଁ ନିଜକୁ ସମର୍ପଣ କରିଥିବା କୁହାଯାଇଚି । କୋଭିଡ ସେ ସମୟରେ ବହୁତ କାମ କରିଥିଲେ । ତାଙ୍କର 30 ବର୍ଷର ଡାକ୍ତରୀ ଜୀବନ । ବିଜେଡିରେ ସାମିଲ ହେବା ପରେ ଦେବାନନ୍ଦ ମହାପାତ୍ର କହିଛନ୍ତି, "ବିଜେଡିରେ ଛୋଟ କର୍ମୀ ଭାବେ କାମ କରିବି । ଦଳରେ ସାମିଲ କରିବାକୁ ଅନୁମତି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହୃଦୟରୁ ଧନ୍ୟବାଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ରାତି ପରିଶ୍ରମ କରି ଓଡି଼ଶା ପାଇଁ କିଛି ନୂଆ କାମ କରୁଛନ୍ତି ।" ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, 5ଟି ଅଧକ୍ଷ ଭି କେ ପାଣ୍ଡିଆନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବିଜେପି ଛାଡି ବିଜେିରେ ସାମିଲ ହେଲେ ଦିଲ୍ଲୀପ ନାୟକ - Dillip Nayak Quits BJP

ସେ ଆହୁରି ମଧ୍ୟ କହିଛନ୍ତି, "ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିରେ ପ୍ରଭାବିତ ହୋଇ ମୁଁ ବିଜେଡିରେ ସାମିଲ ହୋଇଛି । ରାଜ୍ୟରେ ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭିଜନ-2036 ନେଇ କାମ କରୁଛନ୍ତି । ଘର, ରାସ୍ତା, ସ୍ୱଚ୍ଛ ପାଣି ଯୋଗାଇବା ସହ ଓଡି଼ଶାବାସୀ ଭଲରେ ରହିବେ ବୋଲି ସେ ସବୁବେଳେ ଚିନ୍ତା କରନ୍ତି । ପୂର୍ବାଞ୍ଚଳରେ ବଡ଼ ସହର କରିବା ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଆମେ ସହଯୋଗ କରି ଏହାକୁ ପୂରଣ କରିବା । ରାଜ୍ୟରେ ତିନିରୁ 13କୁ ମେଡିକାଲ କଲେଜ ହେଲାଣି । ଅନ୍ୟ ରାଜ୍ୟରେ ସ୍ୱାସ୍ଥ୍ୟ ସେବାଠାରୁ ଓଡିଶାର ଭଲ । BSKY ପାଇଁ ମାସକୁ 250 କୋଟି ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାସ୍ଥ୍ୟ ନିରାପତ୍ତା ହିଁ ଭିଜନ । ମୁଁ ବିଜେଡିର ସାଧାରଣ କର୍ମୀ ହୋଇ ଯାହା ମୋ ପକ୍ଷରେ ସମ୍ଭବ, ତାହା କରିବି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.