ETV Bharat / politics

ପ୍ରଚାର କମ୍ପୁଛି ସୁକିନ୍ଦା, କିଏ ମାରିବ ବାଜି ! - Pritiranjan Pradeep Campaign - PRITIRANJAN PRADEEP CAMPAIGN

Odisha Assembly Election 2024: ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡେଇ ଏବଂ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ । ଅଧିକ ପଢ଼ନ୍ତୁ

Odisha Assembly Election 2024
Odisha Assembly Election 2024 (ETV Bharat Odisha)
author img

By ETV Bharat Odisha Team

Published : May 16, 2024, 10:20 PM IST

Odisha Assembly Election 2024 (ETV Bharat Odisha)

ଯାଜପୁର: ଦେଶରେ ଚାଲିଛି ନିର୍ବାଚନର ମହାପର୍ବ । ଯାଜପୁରରେ ଆସନ୍ତା ଜୁନ 1 ତାରିଖରେ ମତଦାନ ହେବାକୁ ଯାଉଛି । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପ୍ରମୁଖ ଦୁଇ ଦଳ ବିଜେଡି ଓ ବିଜେପି ତାଙ୍କ ପ୍ରଚାର କାର୍ଯ୍ୟକ୍ରମ ପାଇଁ ସେତିକି କସରତ କରୁଥିବା ଦେଖିବାକୁ ମିଳୁଛି । ଆଜି ଶନିଶ୍ଚରଙ୍କ ପୂଜା ଅର୍ଚ୍ଚନା କରି ପଚାର ମୈଦାନକୁ ଓହ୍ଲାଇଛନ୍ତି ବିଧାୟକ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡେଇ । ସେପଟେ ସୁକିନ୍ଦା ସ୍ଥିତ ବିଜେପିର କାର୍ଯ୍ୟାଳୟ ପରିସରରେ ମହାମିଶ୍ରଣ ସଭା ଆୟୋଜିତ ହୋଇଥିଲା l ଯେଉଁଥିରେ ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ଆସି ବିଜେପିରେ ସାମିଲ ହୋଇଥିଲେ ।

ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡେଇ ସକାଳୁ ଦାନଗଦି ବ୍ଲକ ରାଛିପୁର ଗାଁ ସ୍ଥିତ ଶନିଶ୍ଚର ମନ୍ଦିରରେ ପୂଜାର୍ଚ୍ଚନା କରି ନିଜର ପ୍ରଚାର ଆରମ୍ଭ କରିଛନ୍ତି l ପ୍ରୀତିରଞ୍ଜନ ନିଜର ପୂଜାର୍ଚ୍ଚନା ସାରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଦଳୀୟ କର୍ମୀଙ୍କୁ ଧରି ରାଛିପୁର, ମାର୍ଥାପୁର, ବାଲିପଶି, ଖପୁରିଆପଦା ଓ କିମ୍ଭିରୀଗଡି ଗାଁକୁ ଯାଇଥିଲେ । ସେଠାରେ ପହଞ୍ଚି ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଦେବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ l ଆଜି ପ୍ରୀତିରଞ୍ଜନଙ୍କ ଏହି ପ୍ରଚାର କାର୍ଯ୍ୟକ୍ରମରେ ଦାନଗଦି ବ୍ଲକ ଅଧ୍ୟକ୍ଷା, ଜିଲ୍ଲାପରିଷଦ ସଭ୍ୟାଙ୍କ ସମେତ ଅନେକ ଦଳୀୟ କର୍ମୀ ସାମିଲ ହେଇଥିଲେ l

ଏହା ମଧ୍ୟ ପଢ଼ନ୍ତୁ.. ‘ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଲେ, ନବୀନ ବାବୁ ନୁହଁନ୍ତି ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ’ - JP NADDA ROAD SHOW In BBSR

ସେହିପରି ବିଜେପିର ମହମିଶ୍ରଣ ପର୍ବରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ଓ ସାଂସଦ ପ୍ରାର୍ଥୀ ଡଃ ରବିନ୍ଦ୍ର ନାରାୟଣ ବେହେରାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ 38 ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟଙ୍କ ସମେତ ବହୁ ଆଦିବାସୀ ନେତା ଓ କର୍ମୀ ବିଜେଡ଼ି ଓ କଂଗ୍ରେସ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଚାନ୍ଦିଆ, ଗୋବରଘାଟି ଅଞ୍ଚଳର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏକ ଶୋଭାଯାତ୍ରାରେ ବୀରଭୂମି ପଡିଆକୁ ଯାଇଥିଲେ । ସେଠାରେ ଶହୀଦ ମାନଙ୍କ ସ୍ମାରକୀ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚନା କରିଥିଲେ । ପରେ ସେଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ସୁକିନ୍ଦା ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ଏଥର ଘଡେଇ ପରିବାରର ପରାଜୟ ହେବ ଏବଂ ନିଶ୍ଚିତ ବିଜେପିର ବାଜିମାତ ହେବ ବୋଲି ବିଜେପି ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.