ETV Bharat / politics

ବିଜେପି ଛାଡି ବିଜେିରେ ସାମିଲ ହେଲେ ଦିଲ୍ଲୀପ ନାୟକ - Dillip Nayak quits BJP - DILLIP NAYAK QUITS BJP

Dillip Nayak quits BJP: ବିଜେପି ଛାଡି ବିଜେଡିରେ ମିଶିଲେ ପୁରୀ ନିମାପଡା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଦିଲ୍ଲୀପ ନାୟକ । ଅଧିକ ପଢନ୍ତୁ

Dillip Nayak quits BJP
Dillip Nayak quits BJP
author img

By ETV Bharat Odisha Team

Published : Apr 4, 2024, 8:55 PM IST

ବିଜେପି ଛାଡି ବିଜେିରେ ସାମିଲ ହେଲେ ଦିଲ୍ଲୀପ ନାୟକ

ଭୁବନେଶ୍ବର: ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଦିଲ୍ଲୀପ ନାୟକ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ସହ ସେ ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାସ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ବିଜେପି ନେତା ଦିଲ୍ଲୀପ ନାୟକ, କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ବିଜେଡି ନେତା ଉପଢୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି ।

ଟିକେଟ କରିବା ଚର୍ଚ୍ଚା ଭିତରେ ଶକ୍ତି ପ୍ରଦର୍ଶିତ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାସ । ନିମାପଡା ନିର୍ବାଚନ ମଣ୍ଡଳୀର ଜଣାଶୁଣା ଟାଣୁଆ ବିଜେପି ନେତା ଦିଲ୍ଲୀପ ନାୟକଙ୍କୁ ଆଜି ସମୀର ବିଜେଡିରେ ସାମିଲ କରାଇଛନ୍ତି । ଗତକାଲି ଦିଲ୍ଲୀପ ବିଜେପିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଆଜି ଦିଲ୍ଲୀପ ବିଜେଡିରେ ଯୋଗ ଦେଇଛନ୍ତି । ଦିଲ୍ଲୀପ ଓ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ନିମାପଡା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୁତ ହେବ ବୋଲି ବିଜେଡି ନେତା କହିଛନ୍ତି ।

ବିଜେଡ଼ିରେ ସାମିଲ ହେବା ଦିଲ୍ଲୀପ ନାୟକ କହିଛନ୍ତି, "ଦୀର୍ଘ ବର୍ଷ ହେଲା ବିଜେପିରେ ଥିଲେ । ତୃଣମୂଳରେ ଲୋକଙ୍କ ସହ ରହି କାମ କରୁଥିଲି । କିନ୍ତୁ ଦଳ ଏହାର ମୂଲ୍ୟ ବୁଝିଲା ନାହିଁ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିକାଶ କାର୍ଯ୍ୟ ଜାରି ରଖିଛନ୍ତି । ତେଣୁ ତାଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହେଲି । ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛି । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ମୋତେ ଯାହା ଦାୟିତ୍ବ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି ।"

ଏହା ବି ପଢନ୍ତୁ- ବିଜେଡିରେ ସାମିଲ ହେଲେ ପରିଣୀତା ମିଶ୍ର ଓ ସୁଶାନ୍ତ ମିଶ୍ର, ପରିଣୀତା ହେଲେ ବରଗଡ ସାଂସଦ ପ୍ରାର୍ଥୀ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ଗୋପ କ୍ଲବର ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ପୂର୍ବତନ ସମିତି ସଭ୍ୟ ପ୍ରତାପ ସ୍ବାଇଁ, ଚିତ୍ତରଞ୍ଜନ ପାତ୍ର, ସମିତି ସଭ୍ୟ ପୂଜାରାଣୀ ମହାପାତ୍ର, ଲକିବାଳା ନାୟକ, ସରପଞ୍ଚ ଅଜୟ ପରିଡା, ପୂର୍ବତନ ସରପଞ୍ଚ ଗଦାଧର ସାମନ୍ତରାୟ, ନିମାପଡା ମଣ୍ଡଳ ସଭାପତି ମାନସ ପ୍ରଧାନ, ପୂର୍ବତନ ନିମାପଡା ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ପୂର୍ବତନ ନିମାପଡା ଏନଏସି ଅଧ୍ୟକ୍ଷ ଅଜୟ କୁମାର ଭୋଇଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି । ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.