ETV Bharat / politics

ଶକ୍ତ ହେଉଛି ଶଙ୍ଖ ଦୁର୍ଗ, ବିଜେଡ଼ିରେ ସାମିଲ ବିଜେପିର ସତ୍ୟ ଜେନା ଓ କଂଗ୍ରେସର ଅନ୍ନପୂର୍ଣ୍ଣା ସାହୁ - BJD Joining Program - BJD JOINING PROGRAM

BJD Joining Program: ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଛନ୍ତି କଟକ ଜିଲ୍ଲାର ବିଜେପି ଓ କଂଗ୍ରେସର ଶତାଧିକ ନେତା ଓ କର୍ମୀ । ଅଧିକ ପଢ଼ନ୍ତୁ

BJD Joining Program
BJD Joining Program (Etv Bharat)
author img

By ETV Bharat Odisha Team

Published : May 2, 2024, 8:57 PM IST

BJD Joining Program (Etv Bharat)

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବିଜେଡ଼ି ଦଳ ହେଉଛି ମଜଭୁତ । ଆଜି ବିଜେଡ଼ି ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି । ଯେଉଁଥିରେ କଟକ ସଦର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି ।

ଦଳରେ ସାମିଲ ହୋଇଥିବା ବିଜେପି ଏବଂ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ବିଜେଡି ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରାଯାଇଛି । ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ କଟକ ସଦର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୁତ ହେବ ବୋଲି ବିଜେଡି ନେତା କହିଛନ୍ତି । ଏହି ଅବସରରେ ବିଜେଡ଼ିରେ ସାମିଲ ହୋଇଥିବା ବିଜେପି ଓ କଂଗ୍ରେସ ନେତାମାନେ ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଆମେ ଅନୁପ୍ରାଣିତ ହୋଇଛୁ । ନବୀନଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଆମେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛୁ ।

ଏହା ମଧ୍ୟ ପଡ଼ନ୍ତୁ.. ସସ୍ମିତଙ୍କ ଦମ୍ଭୋକ୍ତି: 17 ଲୋକସଭା ଓ ତିନି ଚତୁର୍ଥାଂଶ ବିଧାନସଭା ଜିତିବ ବିଜେଡି - BJD Targets BJP

ସେମାନେ ଆହୁରି ମଧ୍ୟ କହିଛନ୍ତି, "ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ସଂଗଠନ ସମ୍ପାଦକ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।" ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଜେପି ରାଜ୍ୟ ସମ୍ପାଦକ ସତ୍ୟ ଜେନା, ପୂର୍ବତନ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଅନ୍ନପୂର୍ଣ୍ଣା ସାହୁ, ଅକ୍ଷୟ କୁମାର ପରିଜା, ପ୍ରଦୀପ୍ତି ପାତ୍ର, ସଂଗ୍ରାମ ସିଂହ, ଆଲୋକ କୁମାର ବେହେରା, ବିଜୟ କେତନ ବିଶୋୟୀ, ଗୋବର୍ଦ୍ଧନ ଖୁଣ୍ଟିଆ, ପ୍ରମୋଦ କୁମାର ସାହୁ, ନିର୍ମଳ ପଢ଼ିହାରୀ, କଳ୍ପନା ମହାନ୍ତି, କୈଳାସ ଚନ୍ଦ୍ର ବେହେରା, ବିଷ୍ଣୁ ଚନ୍ଦ୍ର ବେହେରା, କ୍ଷୀରୋଦ ବେହେରା, ମାନସ ରଞ୍ଜନ ମହାପାତ୍ର, କମଳାକାନ୍ତ ବେହେରା, ଚିତ୍ତରଞ୍ଜନ ବେହେରା, ମୋନିଜା ବେଗମ, ରାଜେଶ କୁମାର ମହାନ୍ତି, ରାକେଶ ସାହୁ, ଲକ୍ଷ୍ମୀକାନ୍ତ ଚୌଧୁରୀ, ଜ୍ଞାନରଞ୍ଜନ ସ୍ୱାଇଁ, ପ୍ରଭାତ ବେହେରାଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.