ETV Bharat / politics

ନବୀନଙ୍କ ପାଇଁ କାନ୍ଦିଲେ ଉପ-ନଗରପାଳ, ଅଶାଳୀନ ମନ୍ତବ୍ୟ ନଦେବାକୁ କଲେ ଅନୁରୋଧ - Deputy Chairperson of Baripada Municipality - DEPUTY CHAIRPERSON OF BARIPADA MUNICIPALITY

Municipality Deputy Chairperson Crying For Naveen Patnaik: ବାରିପଦାଠାରେ ସପିଂ ଫେଷ୍ଟିଭାଲ୍‌ର ଉଦଘାଟନୀ ମଞ୍ଚରେ ବାରିପଦା ପୌରପାଳିକାର ଉପ-ନଗରପାଳ ସୀମା ଦାସ ନବୀନ ପଟ୍ଟନାୟକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ନଦେବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ

Deputy Chairperson of Baripada Municipality
Deputy Chairperson of Baripada Municipality (ETV Bharat Odisha)
author img

By ETV Bharat Odisha Team

Published : Jun 9, 2024, 8:38 AM IST

ରାଇରଙ୍ଗପୁର: ନବୀନ ପଟ୍ଟନାୟକଙ୍କ ପାଇଁ କାନ୍ଦିଲେ ଉପ-ନଗରପାଳ । ବାରିପଦାଠାରେ ସପିଂ ଫେଷ୍ଟିଭାଲ୍‌ର ଉଦଘାଟନୀ ମଞ୍ଚରେ ପୌରପାଳିକାର ଉପ-ନଗରପାଳ ସୀମା ଦାସ ବିଜେଡି ସୁପ୍ରିମୋ ନବୀନଙ୍କ ପାଇଁ କାନ୍ଦି ପକାଇଛନ୍ତି । ବିଜୁ ଜନତା ଦଳର ପରାଜୟ ହେବା ପରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜେଡିର ବିଭିନ୍ନ ନେତା ସହିତ ଦଳର ମୁଖିଆ ତଥା ଓଡ଼ିଶାର ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ନେଇ ଅନେକ ଲୋକ ଟ୍ରୋଲ କରୁଥିବାର ଦେଖିବାକୁ ମିଳୁଛି । ଲୋକମାନେ ଅପଶବ୍ଦ ବ୍ୟବହାର କରି ଗାଳିଗୁଲଜ କରି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି । ତେବେ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କର ଏହିଭଳି ଆଚରଣ ଓ ଉଚାରଣକୁ ସହ୍ୟ କରି ପାରିନାହାଁନ୍ତି ବାରିପଦା ଉପ-ନଗରପାଳ ।

Deputy Chairperson of Baripada Municipality (ETV Bharat Odisha)

ଶୁକ୍ରବାର ସନ୍ଧ୍ୟାରେ ବାରିପଦା ସ୍ଥିତ ଛଉ ପଡ଼ିଆଠାରେ ଅନୁଷ୍ଠିତ ହୋଇଥିଲା ପଞ୍ଚମ ବାରିପଦା ସପିଂ ଫେଷ୍ଟିଭାଲ୍ । ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିବା ବାରିପଦା ପୌରପରିଷର ଉପ-ନଗରପାଳ ସୀମା ଦାସ ନିଜର ଦୁଃଖ ପ୍ରକାଶ କରିଥିଲେ । ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କ ପ୍ରତି ଅପଶବ୍ଦ ବ୍ୟବହାରକୁ ସେ ସହି ନପାରି ଭାଷଣ ସମୟରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ସେ ନବୀନ ପଟ୍ଟନାୟକଙ୍କ ବିରୋଧରେ ସୋସିଆଲ ମିଡିଆରେ ଲେଖା ଯାଉଥିବା କୌଣସି ଅପଶବ୍ଦକୁ ଗ୍ରହଣ କରି ପାରୁନଥିବା ସ୍ପଷ୍ଟ ଭାବରେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ .... ‘ବାରମ୍ବାର ସୁଯୋଗ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା, ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ’ - Naveen Patnaik reaction after results

ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଗତ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରି ଓଡ଼ିଶାକୁ ନୂଆ ରୂପ ଦେଇଛନ୍ତି । ତାଙ୍କ ଶାସନ କାଳରେ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେଇଥିବା ବେଳେ ସମଗ୍ର ବିଶ୍ବରେ ରାଜ୍ୟର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ନାନାଦି ଯୋଜନା କରିଥିବା ବେଳେ ଓଡ଼ିଶାବାସୀ ତାହାର ସୁଫଳ ଆଜି ବି ପାଉଛନ୍ତି । ଯାହାକି ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ । ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁରସ୍କାର ପାଇଥିବାବେଳେ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଆଜି ବି ସେ ଘର କରି ରହିଛନ୍ତି । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗୋଟେ ବୁଢ଼ୀ ମାଆଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ତାଙ୍କୁ ଝୁରିକି କାନ୍ଦୁଛନ୍ତି । କାରଣ ନବୀନ ପଟ୍ଟନାୟକ ଜଣେ ନିଆରା ମଣିଷ ।

ଆହୁରି ସେ କହୁଛନ୍ତି ଯେ, ଆପଣମାନେ ଯଦି ଆମ ଉପରେ ରାଗିଛନ୍ତି ତେବେ ଗାଳି କରନ୍ତୁ । ସୁଦାମ ମାରାଣ୍ଡିଙ୍କୁ ଯାହା କହୁଛନ୍ତି କୁହନ୍ତୁ, ସାନନ୍ଦ ମାରାଣ୍ଡି ଏବଂ ଦେବାଶିଷ ମାରାଣ୍ଡିଙ୍କୁ ନେଇ ଯାହା କହୁଛନ୍ତି କୁହନ୍ତୁ କିନ୍ତୁ ଆମର ପ୍ରିୟ ଜନନାୟକ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛିବି ଅଶାଳୀନ ମନ୍ତବ୍ୟ ଦିଅନ୍ତୁ ନାହିଁ । ଏହା ଆମମାନଙ୍କ ହୃଦୟକୁ ବହୁ କଷ୍ଟ ଦେଉଛି । ଏମିତିକି ରାସ୍ତାରେ ଯିବାଆସିବା ସମୟରେ ମଧ୍ୟ ଅନେକ ଲୋକ ଓ ଅନ୍ୟ ଦଳୀୟ ଲୋକମାନେ ତାଙ୍କୁ ଦେଖି ବିଭିନ୍ନ ପ୍ରକାରର କମେଣ୍ଟ ପାସ କରୁଥିବାର ମଧ୍ୟ ଉପ ନଗରପାଳ ନିଜ ଭାଷଣରେ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ ଉଭୟ କୌଣସି ଦଳର ନୁହନ୍ତି । ସେମାନେ ସବୁ ଜନସାଧାରଣଙ୍କର । ତେଣୁ କରି ତାଙ୍କୁ ନେଇ କୌଣସି ଅପଶବ୍ଦ ବ୍ୟବହାର ଏବଂ ମନ୍ଦ ମନ୍ତବ୍ୟରୁ ସମସ୍ତଙ୍କୁ ନିବୃତ୍ତ ରହିବା ପାଇଁ ସେ ସମସ୍ତଙ୍କୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.