ETV Bharat / politics

ବିଜେପି ଓ ବିଜେଡି ଗଠବନ୍ଧନ ସ୍ପଷ୍ଟ କଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ: ପଞ୍ଚାନନ - PM Modi Odisha Visit

Panchanan Kanungo criticized PM Modi: ସବୁବେଳେ ବିଜେପି ନେତାମାନେ ବିଜେଡି ସରକାର ଉପରେ ଭ୍ରଷ୍ଟାଚାର ଓ ଦୁର୍ନୀତି ଅଭିଯୋଗ ଲଗାଉଛନ୍ତି । ହେଲେ ଓଡ଼ିଶା ଗସ୍ତରେ ଆସି ଖୋଦ ପ୍ରଧାନମନ୍ତ୍ରୀ ବିଜେଡି ବିରୋଧରେ ପଦୁଟିଏ ବି ନକହିବା ଉଭୟ ଦଳର ଗଠବନ୍ଧନକୁ ସ୍ପଷ୍ଟ କରିଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଅଧିକ ପଢ଼ନ୍ତୁ

Panchanan Kanungo criticized PM Modi
Panchanan Kanungo criticized PM Modi
author img

By ETV Bharat Odisha Team

Published : Feb 3, 2024, 9:42 PM IST

Panchanan Kanungo criticized PM Modi

ଭୁବନେଶ୍ବର: ଓଡ଼ିଶାରେ ପ୍ରତିଦିନ ବିଜେଡି ସରକାର ବିରୋଧରେ ଗର୍ଜୁଛି ପ୍ରମୁଖ ବିରୋଧୀ ଦଳ ବିଜେପି । ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ବିଜେପି ନେତୃବୃନ୍ଦ ଶାସକ ଦଳ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ହେଲେ ଆଜି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବାବେଳେ ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ ବି କହିନଥିଲେ । ଫଳରେ ଦୁଇ ଦଳକୁ ନେଇ କଂଗ୍ରେସ କରି ଆସୁଥିବା ଅଭିଯୋଗ ପ୍ରଣାଣିତ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି । ବିଜେପି ଓ ବିଜେଡି ମଧ୍ୟରେ ଥିବା ଗଠବନ୍ଧନକୁ ମୋଦିଙ୍କ ବକ୍ତବ୍ୟ ସ୍ପଷ୍ଟ କରିଛି ବୋଲି କହିଛନ୍ତି ପଞ୍ଚାନନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ଓ ଭାଷଣ ଉପରେ ପ୍ରତିକ୍ରିୟା ରଖି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଗସ୍ତରେ ଆସିଥିଲେ । ପ୍ରଧାନମନ୍ତ୍ରୀ ଓଡିଶା ବାବଦରେ କଣ କହିବେ ତାହା ଉପରେ ସମସ୍ତଙ୍କର ନଜର ଥିଲା । ଓଡ଼ିଶାରେ ଚାଲିଥିବା ଦୁର୍ନୀତି ଭ୍ରଷ୍ଟାଚାର ସମ୍ପର୍କରେ ପ୍ରଧାନମନ୍ତ୍ରୀ କିଛି ନା କିଛି ମନ୍ତବ୍ୟ ଦେବେ ବୋଲି ସମସ୍ତେ ଆଶା କରିଥିଲେ । କାରଣ ଏଠାରେ ସମସ୍ତ ବିଜେପି ନେତା ଓ କର୍ମୀ ବୁଲି ବୁଲି ଚାରିଆଡେ କହୁଛନ୍ତି ଯେ, ଏଠାରେ ଯେତେ ଭ୍ରଷ୍ଟାଚାର ଆଉ କେଉଁଠି ନାହିଁ । ବିଜେଡିର ଭ୍ରଷ୍ଟାଚାର ଓ କେନ୍ଦ୍ରୀୟ ଯୋଜନା ଏଠାରେ ଲାଗୁ କରାଯାଉନାହିଁ ବୋଲି କହି କୋର୍ଟକୁ ମଧ୍ୟ ଯାଇଛି ବିଜେପି ।"

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ଗରିବୀ ଓଡିଶା ପ୍ରଚାର କରୁଥିଲା, ବିଜେପି ସମୃଦ୍ଧ ଓଡିଶାକୁ ବିଶ୍ବସ୍ତରରେ ପହଞ୍ଚାଇଛି: ପ୍ରଧାନମନ୍ତ୍ରୀ

ସେ ଆହୁରି କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଲେ ତାଙ୍କର ପୁରୁଣା ଅଭ୍ୟାସ ଯାହା ୨୦୧୪ ପୂର୍ବରୁ ଥିଲା, ତାହା କଲେ । ପ୍ରଧାନମନ୍ତ୍ରୀ ହେବାର ୧୦ ବର୍ଷ ପରେ ମଧ୍ୟ ତାହାର ପୁନରାବୃତ୍ତି କଲେ । କଂଗ୍ରେସକୁ ଶୋଧିଲେ । କଂଗ୍ରେସ କିଛି କରିନାହିଁ ବୋଲି କେବଳ କହିଲେ । ସେ ପାଖରେ ହୀରାକୁଦ ତାଙ୍କୁ ଦେଖାଗଲା ନାହିଁ । ସେଇ ପାଖରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ତାଙ୍କୁ ଦେଖାଗଲା ନାହିଁ । ସବୁ କଥା ସେ କରିଛନ୍ତି ବୋଲି ତାଙ୍କ ଭାଷଣରୁ ଲାଗିଲା । କଂଗ୍ରେସ ସମୟରେ ଓଡିଶାକୁ କିଛି ଦିଆଯାଉନଥିଲା । ତାଙ୍କ ସମୟରେ ଓଡିଶା ସବୁ ପାଇଲା ବୋଲି ବକ୍ତବ୍ୟ ରଖିଲେ । ଗୋଟିଏ ପଦ ବି ରାଜ୍ୟ ସରକାରଙ୍କ ଉପରେ କହିଲେ ନାହିଁ ।"

ବିଜେଡି ଓ ବିଜେପି ଭିତିରି ମେଣ୍ଟ ଅଭିଯୋଗ ଦୋହରାଇ ପଞ୍ଚାନନ କହିଛନ୍ତି, "ଆମେ ତ କହିଦେଇଛୁ, ବିଜେଡି ଓ ବିଜେପି ମଧ୍ୟରେ ବିବାହ ବନ୍ଧନ ହୋଇସାରିଛି । ଏ କଥା ଲୋକେ ଜାଣନ୍ତୁ । ଲୋକେ ଗୋଟି ଗୋଟି କରି ଦେଖୁଛନ୍ତି । ପ୍ରତିଦିନ ଦେଖିବେ । ଭୋଟ ଆସିଲା ବେଳକୁ ସ୍ପଷ୍ଟ ବାରି ହୋଇଯିବ, ବିଜେଡି କାହାକୁ କେମିତି ବିଜେପିକୁ ଛାଡୁଛନ୍ତି । ନବୀନ ପଟ୍ଟନାୟକଙ୍କୁ ନେତା ବୋଲି କହିପାରୁନାହୁଁ । ଏଠିକାର ଯେଉଁ ବର୍ତ୍ତମାନର ବିଜେଡି ନେତା ପାଣ୍ଡିଆନ ଓ ଏଠିକାର ଖଣି ଖାଦାନର ବଡ଼ ଲୁଟେରା ପ୍ରଭାକରନ ଭିତରେ ଗଠବନ୍ଧନ ଅଛି । ତାହା ବିଜେପି ଓ ବିଜେଡି ମଧ୍ୟରେ ଗଠବନ୍ଧନ । ଏ କଥା ଦିନକୁ ଦିନ ପ୍ରମାଣିତ ହେବାରେ ଲାଗିଛି । ଆଜି ମୋଦିଙ୍କ ବକ୍ତବ୍ୟରେ ଆହୁରି ସ୍ପଷ୍ଟ ହୋଇଛି । ଓଡିଶାବାସୀ ଆଉ ଭୁଲରେ ପଡିବେ ନାହିଁ । ଆଉ ଅଧିକ ପ୍ରତାଡିତ ହେବେନାହିଁ । ଅଧିକ ପ୍ରବଞ୍ଚିତ ହେବେନାହିଁ । ଏ କଥା ଆମେ ବିଶ୍ବାସ ରଖିଛୁ । ବିଜେଡି ଓ ବିଜେପି ମିଛ କଳିରେ ଓଡିଶା ପ୍ରତାଡିତ ହୋଇଛି । ଏଥର ଆଉ ପ୍ରତାରଣା ଭିତରକୁ ଯିବାନାହିଁ । ଏ ବିଶ୍ଵାସ ଆମର ଅଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.