ETV Bharat / politics

ପ୍ରଚାରର ଶେଷ ପର୍ଯ୍ୟାୟରେ ଗର୍ଜିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଓଡିଶା ସହ ଛତିଶଗଡ଼ର କଲେ ତୁଳନା - NUAPADA ASSEMBLY CONSTITUENCY

Chhattisgarh CM Campaign In Nuapada: ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାରର ଶେଷ ଦିନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ହାଇ ଭୋଲଟେଜ ପ୍ରଚାର । ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଦରକାର ବୋଲି କହିଛନ୍ତି ବିଷ୍ଣୁ ଦେଓ ସାଏ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 11, 2024, 6:53 PM IST

Chhattisgarh CM Campaign In Nuapada
Chhattisgarh CM Campaign In Nuapada (ETV Bharat Odisha)

ନୂଆପଡା: ନିର୍ବାଚନ ଶେଷ ପର୍ଯ୍ୟାୟ ପ୍ରଚାରରେ ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । କଳାହାଣ୍ଡି ଲୋକସଭା ଅଧୀନସ୍ଥ ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାରର ଶେଷ ଦିନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି । ଏନେଇ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଲବିକା କେଶରୀ ସିଂ ଦେଓ, ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କ ସହିତ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସମେତ ଭାଜପାର ବହୁ ନେତୃମଣ୍ଡଳୀ ଉପସ୍ଥିତ ରହି ଉଦବୋଧନ ଦେଇଛନ୍ତି ।

ଆୟୋଜିତ ନିର୍ବାଚନ ସଭାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି । ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ସେହି ରାଜ୍ୟର ମାତୃଭାଷା କହି ପାରୁନାହାଁନ୍ତି ସେହି ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରଗତି ବିଷୟରେ କଣ ବିଚାର କରିବେ ବୋଲି କଟାକ୍ଷ କରିଛନ୍ତି । ଓଡ଼ିଶାର ପ୍ରଗତି ହୋଇପାରୁନାହିଁ । ଏଠାରେ ଡବଲ ଇଞ୍ଜିନ ସରକାର ଦରକାର । ଡବଲ ଇଞ୍ଜିନ ସରକାର ହେଲେ ଓଡ଼ିଶାର ପ୍ରଗତି ହେବ ବୋଲି ସିଧାସଳଖ ଓଡିଶା ସରକାରକୁ ଟାର୍ଗେଟ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ।

ଏହା ମଧ୍ୟ ପଢନ୍ତୁ .... ନୂଆପଡା ବିଧାନସଭା ଆସନ: ବିଜେଡି-ବିଜେପି-କଂଗ୍ରେସକୁ ଅଡୁଆ ସ୍ବାଧୀନ ପ୍ରାର୍ଥୀ - Nuapada Politics

ନିଜ ରାଜ୍ୟର ଉଦାହରଣ ଦେଇ କହିଛନ୍ତି, 'ଛତିଶଗଡ଼ରେ ଡବଲ ଇଞ୍ଜିନ ସରକାର ରହିଛି, ସରକାର ହେବାର ମାତ୍ର 3 ମାସ ମଧ୍ୟରେ ବହୁତ ପ୍ରଗତି ହୋଇଛି । ଶିକ୍ଷା,ସ୍ବାସ୍ଥ୍ୟ, ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇଛି । ସରକାର ହେବାର 3 ମାସ ମଧ୍ୟରେ 18 ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଆଯାଇଛି । ପ୍ରିୟ କିଷାନ ଭାଇ ମାନଙ୍କୁ 12 ଲକ୍ଷ 37 ହଜାର 16 କୋଟି ଟଙ୍କାର ବୋନସ ରାଶି ସହାୟତା ଦିଆଯାଇଛି । 24 ଲକ୍ଷ 72 ହଜାର କିଷାନଙ୍କ ଧାନ କ୍ରୟ କରାଯାଇଛି । 70 ଲକ୍ଷରୁ ଅଧିକ ମହିଳାଙ୍କୁ ମାସିକ 1000 ଟଙ୍କା ଭତ୍ତା ସହାୟତା ଦିଆଯାଇଛି । ରାମଲାଲାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସରକାରୀ ଖର୍ଚ୍ଚରେ ଭ୍ରମଣ କରାଯାଇଛି । ଏଭଳି ଛତିଶଗଡ଼ରେ ଡବଲ ଇଞ୍ଜିନ ସରକାରଙ୍କ ବିକାଶ ଚାଲିଛି ।'

ମୋର କହିବାର ଅର୍ଥ ହେଉଛି ଏଥର ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଗଠନ କରନ୍ତୁ ଏବଂ ଛତିଶଗଡ଼ ଭଳି ପ୍ରଗତି ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ନୂଆପଡା ଭାରତୀୟ ଜନତା ପାର୍ଟି କର୍ମୀ ଓ ନେତା ମହଲରେ ବେଶ ଉତ୍ସାହ ଦେଖାଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେ ସ୍ବତନ୍ତ୍ର ହେଲିକପ୍ଟରରେ ଆସି ନୂଆପଡା ପୋଲିସ ପଡିଆଠାରେ ଭୋଟ ପ୍ରଚାର କରି ଫେରିଯାଇଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.