ETV Bharat / politics

ଜୟଦେବରେ ବିଜେପିର ରଣନୀତି, ମୋଦିଙ୍କ ଗ୍ୟାରେଣ୍ଟି ଆଧାରରେ ଏକାଠି ଲଢିବ ଦଳ - Jayadev Assembly Constituency - JAYADEV ASSEMBLY CONSTITUENCY

BJP STRATEGY MEETING IN JAYADEV: ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେପି ଆରମ୍ଭ କରିଛି ଅଙ୍କକଷା । ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ଜୟଦେବ ପ୍ରାର୍ଥୀ ଅରବିନ୍ଦ ଢ଼ାଲିଙ୍କ ନେତୃତ୍ବରେ ଏକାଠି ଲଢିବାକୁ ସଂକଳ୍ପ ନେଇଛନ୍ତି ନେତା ଓ କର୍ମୀ । ଅଧିକ ପଢନ୍ତୁ

BJP STRATEGY MEETING IN JAYADEV CONSTITUENCY
BJP STRATEGY MEETING IN JAYADEV CONSTITUENCY (Etv Bharat)
author img

By ETV Bharat Odisha Team

Published : May 5, 2024, 5:40 PM IST

BJP STRATEGY MEETING IN JAYADEV CONSTITUENCY (ETV BHARAT ODISHA)

ନିଆଳି: ସାଧାରଣ ନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ । ପ୍ରାର୍ଥୀ ମାନେ ମଧ୍ୟ ଲଢେଇ ପାଇଁ ଲୋକଙ୍କ ପାଖକୁ ଯିବା ଆରମ୍ଭ କଲେଣି । ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ମାରାଥନ ବୈଠକ । ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ବାଲିଅନ୍ତା ବ୍ଲକ ବାଳକାଟି ସ୍ଥିତ ଏକ ଘରୋଇ ମଣ୍ତପ ପରିସରରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସାଂସଦ ଓ ବିଧାୟକ ପ୍ରାର୍ଥୀ ।

ଏଥିରେ ଭୁବନେଶ୍ବର ଲୋକସଭା ଆସନ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ଜୟଦେବ ପ୍ରାର୍ଥୀ ଅରବିନ୍ଦ ଢ଼ାଲିଙ୍କ ସମେତ ଜୟଦେବ ନିର୍ବାଚନ ମଣ୍ଡଳୀ ସମସ୍ତ ମଣ୍ତଳ ସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ ।‌ ବିଶେଷ କରି ଜୟଦେବ ବିଜେପି ନେତା ଶିବ ମଲ୍ଲିକ, ମାଗୁଣି ସେଠି, ଜଗନ୍ନାଥ ବେହେରା, ଦିଲ୍ଲିପ ସ୍ବାଇଁ, ସାଧାରଣ ସମ୍ପାଦକ ଖୋର୍ଦ୍ଧା ଜିଲ୍ଲା ପ୍ରଭାତ ସ୍ବାଇଁଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନେକ ବିଜେପି ବରିଷ୍ଠ ନେତା ଅଂଶ ଗ୍ରହଣ କରିଥିଲେ । ଆଗାମୀ ସାଧାରଣ ନିର୍ବାଚନରେ କିପରି ବିଜେପି ସାଂସଦ ଏବଂ ବିଧାୟକ ପ୍ରାର୍ଥୀ ଅଧିକ ଭୋଟ ପାଇବେ ଏଥିପାଇଁ ଆଲୋଚନା ହୋଇଥିଲା । ଗାଁ ଗଣ୍ଡାରେ ଅସନ୍ତୁଷ୍ଟ କର୍ମୀ ଓ ଭୋଟର ମାନଙ୍କୁ ନିଜ ଦଳକୁ ଆକୃଷ୍ଟ କରିବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତି କରିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ .... ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା; କମ୍ପିବ ପ୍ରଚାର ମଇଦାନ, ଉତ୍ସାହିତ କର୍ମୀ - PM Modi Visit

ଜୟଦେବ ଆସନ ପାଇଁ ବିଧାୟକ ପ୍ରାର୍ଥୀ ହୋଇଥିବା ଅରବିନ୍ଦ ଢାଲି କହିଛନ୍ତି,' ବିଜେଡିରୁ ଆସିଥିବା ୪ ହଜାରୁ ଊର୍ଦ୍ଧ୍ବ କର୍ମୀ ମାନେ ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ବିଜେପି କର୍ମୀ ଓ ସେମାନଙ୍କୁ ନେଇ ଏକାଠି କାମ କରିବା ପାଇଁ ଏକ ସମନ୍ବୟ ବୈଠକ ଆୟୋଜନ ହୋଇଛି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ଜୟଦେବରୁ ପ୍ରାୟ ୫୦୦ କର୍ମୀ ରୋଡ ସୋରେ ସାମିଲ ହେବେ । ପୂର୍ବରୁ ବିଜେପିରେ ଥିବାରୁ କର୍ମୀଙ୍କ ଗ୍ରହଣୀୟତାରେ ସମସ୍ୟା ରହିବ ନାହିଁ । '

ବିଶେଷ ଭାବରେ ଆଗାମୀ ସାଧାରଣ ନିର୍ବାଚନରେ ମୋଦିଙ୍କ ଗ୍ୟାରେଣ୍ଟି ଓ ମୋଦିଙ୍କ ବିକାଶିତ ଭାରତ ଉପରେ ଗୁରୁତ୍ବାରୋପ କରାଯିବା ସହିତ ବିଜେପି ଭୋଟରଙ୍କ ନିକଟତର ହେବ‌ । ଏଥର ୪୦୦ ପାର ନାରା ସାରା ଦେଶରେ ସଫଳ ହେବା ପାଇଁ ସମସ୍ତ ବିଜେପି କର୍ମୀ ଏବଂ ଭୋଟରଙ୍କୁ ଏକାଠି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜୟଦେବରେ ବିଜେପିରେ ଗୋଷ୍ଠୀ କନ୍ଦଳ ଏବଂ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ସମସ୍ତଙ୍କୁ ଏକାଠି ହେବା ପାଇଁ କାର୍ଯ୍ୟକର୍ତ୍ତା ବୈଠକ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.