ETV Bharat / politics

ବିଜେପିରୁ ଲଢ଼ିବେ ଦିଲ୍ଲୀପ ରାୟ ! ଜୁଏଲଙ୍କ ମନ୍ତବ୍ୟ ପରେ ସରଗରମ ରାଉରକେଲା ରାଜନୀତି - Jual Oram on Dilip Ray

author img

By ETV Bharat Odisha Team

Published : Apr 9, 2024, 9:47 PM IST

Jual Oram on Dilip Ray: ରାଉରକେଲାରୁ ବିଜେପି ଟିକେଟରେ ଲଢ଼ିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ । ଟିକେଟ ଫାଇନାଲ ଓ ଖୁବ ଶୀଘ୍ର ଘୋଷଣା ହେବ ବୋଲି ମଧ୍ୟ କହିଲେ ଜୁଏଲ । ଅଧିକ ପଢ଼ନ୍ତୁ

Jual Oram on Dilip Ray
Jual Oram on Dilip Ray
Jual Oram on Dilip Ray

ରାଉରକେଲା (ସୁନ୍ଦରଗଡ଼): ପୁଣି ତେଜିଲା ଦିଲ୍ଲୀପ ରାୟଙ୍କ ନିର୍ବାଚନ ଲଢ଼ିବା ଚର୍ଚ୍ଚା । କେବଳ ନିର୍ବାଚନ ଲଢ଼ିବା ନେଇ ନୁହେଁ, ପୁଣି ବିଜେପିରୁ ଲଢ଼ିବେ ବୋଲି କହିଛନ୍ତି ଖୋଦ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ । ଦିଲ୍ଲୀପ ରାୟ ରାଉରକେଲା ବିଧାନସଭାରୁ ଲଢ଼ିବେ ଏବଂ ତାଙ୍କ ଟିକେଟ ଫାଇନାଲ । ଆସନ୍ତାକାଲି ମଧ୍ୟରେ ଘୋଷଣା ହେବ ବୋଲି ଆଜି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଯାହାକୁ ନେଇ ରାଉରକେଲା ରାଜନୀତି ସରଗରମ ହୋଇଛି ।

ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଚଳିତ ସାଧାରଣ ନିର୍ବାଚନରେ ରାଉରକେଲା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହେବେ ବୋଲି ଆଜି ପ୍ରତିକ୍ରିୟାରେ କହିଛନ୍ତି ସୁନ୍ଦରଗଡ଼ରୁ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ । ଦଳୀୟ ଘୋଷଣା ପୂର୍ବରୁ ନିର୍ବାଚନ ପ୍ରଚାର ବେଳେ ସାଂସଦ ଜୁଏଲ ଓରାମ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ନିର୍ବାଚନ ପ୍ରଚାରରେ ଥିବାବେଳେ ଜୁଏଲ ଓରାମ କହିଛନ୍ତି, "ରାଉରକେଲାରେ ଆମେ ଫୁଲ୍‌ ଦମରେ ପ୍ରଚାର କରୁଛୁ । ଟିକେଟ ଘୋଷଣା ହେବା ଦିନଠାରୁ ମୁଁ ଏଠାରେ ଅଛି । ଦିଲ୍ଲୀପ ବାବୁଙ୍କର ମଧ୍ୟ କେସ୍‌ ସମାଧାନ ହେଲା । ସେ କାଲି ଆସିବେ । ଖୁବଶୀଘ୍ର ତାଙ୍କ ଟିକେଟ ମଧ୍ୟ ଘୋଷଣା ହେବ । ସେ ଆସିବା ପରେ ଆମେ ପ୍ରଚାର ଜୋରଦାର କରିବୁ । ତାଙ୍କ ଟିକେଟ ଫାଇନାଲ ହୋଇସାରିଛି । କୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ।"

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ଲଢ଼ିପାରିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ, ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି - Dilip Roy in Coal Scam Case

ପ୍ରକାଶ ଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଥିବାବେଳେ ୧୯୯୯ ମସିହାରେ ଝାଡ଼ଖଣ୍ଡରେ ବେଆଇନ ଭାବରେ କୋଇଲା ବ୍ଲକ ଅଲୋକେସନରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଭେଟେରାନ ରାଜନେତା ଦିଲ୍ଲୀପ ରାୟ । ୬ ଅକ୍ଟୋବର ୨୦୨୦ରେ ସ୍ପେଶାଲ ସିବିଆଇ କୋର୍ଟ ଦିଲ୍ଲୀପଙ୍କୁ ୩ ବର୍ଷ ଜେଲ ଦଣ୍ଡ ଶୁଣାଇବା ସହ ୧୦ ଲକ୍ଷ ଟଙ୍କା ଜରିମାନା କରିଥିଲେ । ଏହି ରାୟକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ସହ ନିର୍ବାଚନ ଲଢ଼ିବା ପାଇଁ ଆବେଦନ କରିଥିଲେ ଦିଲ୍ଲୀପ । ଗତକାଲି ତାଙ୍କ ଉପରେ ଥିବା ଦଣ୍ଡାଦେଶରେ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାପରେ ସେ ନିର୍ବାଚନ ଲଢ଼ିପାରିବେ ବୋଲି ସ୍ପଷ୍ଟ ହୋଇଛି । ହେଲେ ସେ କେଉଁ ଦଳକୁ ଯିବେ ସେନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଆଜି ସାଂସଦ ଜୁଏଲ ଓରାମଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଆହୁରି ଉଷ୍ମ କରିଛି । ସୂଚନାଯୋଗ୍ୟ, ଦିଲ୍ଲୀପ ରାୟ ୨୦୧୮ରେ ରାଉରକେଲାରୁ ବିଧାୟକ ପଦ ସହ ବିଜେପି ଛାଡ଼ିଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.