ETV Bharat / politics

ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର, କହିଲେ 'ମନ ମାନୁ ନଥିଲା, ଜରୁରୀ ଥିଲା ପରିବର୍ତ୍ତନ' - Bhrugu Baxipatra joins BJD

author img

By ETV Bharat Odisha Team

Published : Apr 3, 2024, 2:18 PM IST

Updated : Apr 3, 2024, 4:19 PM IST

Bhrugu Baxipatra joins BJD: ସକାଳେ ବିଜେପିରୁ ଦେଇଥିଲେ ଇସ୍ତଫା । ଅପରାହ୍ନରେ ଏବେ ଶଙ୍ଖ ଭବନରେ ଫୁଙ୍କିଲେ ଶଙ୍ଖ । ଭୃଗୁ ବକ୍ସିପାତ୍ର ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Bhrugu Baxipatra
Bhrugu Baxipatra
Bhrugu Baxipatra joins BJD

ଭୁବନେଶ୍ବର: ବିଜେପି ଛାଡ଼ିବାର 5 ଘଣ୍ଟା ନୁପୁରୁଣୁରୁ ବିଜେଡିରେ ସାମିଲ ହେଲେ ଭୃଗୁ ବକ୍ସିପାତ୍ର । ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ଶଙ୍ଖ ଧରିଛନ୍ତି । ପ୍ରକାଶଥାଉକି, ଗତଥର ବ୍ରହ୍ମପୁରରୁ ବିଜେପି ସାଂସଦ ପ୍ରାର୍ଥୀ ଭାବେ ଲଢିଥିଲେ ଭୃଗୁ । ଆଜି ସକାଳେ ସେ ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ । ଭୃଗୁଙ୍କ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ।

ଶଙ୍ଖ ଧରିବା ପରେ ପ୍ରତିକ୍ରିୟା ଦେଇଛନ୍ତି ଭୃଗୁ ବକ୍ସିପାତ୍ର । ସେ କହିଛନ୍ତି " ମୋ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେଲା । ୨୩ ବର୍ଷ ପରେ ନୂଆ ରାଜନୈତିକ ଜୀବନ ଆରମ୍ଭ ହେଲା । କିଛି ଦିନ ହେଲା ମନ ବୁଝୁ ନଥିଲା । ମୋ ମନ ମାନୁ ନଥିଲା । ପରିବର୍ତ୍ତନ ଆବଶ୍ୟକ ଥିଲା । କେନ୍ଦ୍ର ବିଜେପି ଏବଂ ରାଜ୍ୟ ବିଜେପି ମଧ୍ୟରେ ଆକାଶ ପାତାଳ ଫରକ । ନବୀନ ବାବୁଙ୍କ ନେତୃତ୍ବରେ ରାଜ୍ୟର ବିକାଶରେ ସାମିଲ ହେବି । ଦକ୍ଷିଣ ଓଡିଶାର ବିକାଶ ପାଇଁ ଏବଂ ସାରା ଓଡ଼ିଶାର ସବୁ ବର୍ଗ ଓ ଅଞ୍ଚଳର କିଭଳି ବିକାଶ ହୋଇପାରିବ ଚେଷ୍ଟା କରିବି । ବିଗତ କିଛି ଦିନ ଧରି ମନ ବୁଝିଲା ନାହିଁ କି ମାନିଲା ନାହିଁ ତେଣୁ ଦଳ ପରିବର୍ତ୍ତନ କରିବାକୁ ବାଧ୍ୟ ହେଲି । ଯେଉଁ ସୁଯୋଗ ମୋତେ ମିଳିଛି, ତାହାକୁ ଓଡିଶାର ବିକାଶ କାର୍ଯ୍ୟରେ ଲଗାଇବା । ସାଧାରଣ ଲୋକଙ୍କ ଜନଜୀବନକୁ ଅଧିକ ଶକ୍ତିଶାଳୀ କରିବାରେ ଯାହା ଯାହା ଆବଶ୍ୟକ ତାହା କରିବି । ନୂଆ ପରିବାର ସହ ମିଶି ଓଡ଼ିଶାର କାମକୁ ଅଧିକ କ୍ରିୟାଶୀଳ କରିବାକୁ ଚେଷ୍ଟା କରିବି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଆହୁରି ବ୍ୟାପକ କରିବି ।"

ସେହିପରି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି, "ଆଜି ଖୁସିର ଦିନ । ମହାମିଶ୍ରଣ ଯୋଗୁଁ ବିଜେଡି ଦକ୍ଷିଣ ଓଡ଼ିଶାରେ ଆହୁରି ସୁସଂଗଠିତ ହେବ । ତାଙ୍କ ଆହୁରି ସମର୍ଥକ ବି ସାମିଲ ହେବେ । ସେ ସଂଗଠନ ଆଗକୁ ନେବାକୁ ଆଗଭର ହେଉଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଓ ରୂପାନ୍ତର କାର୍ଯ୍ୟକ୍ରମରେ ଆଉ ଏକ ଫର୍ଦ୍ଦ ଯୋଡି ହେଲା । ସମସ୍ତେ ମିଳିମିଶି କାମ କରିବୁ । ସେହିପରି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ଭୃଗୁଙ୍କ ରାଜନୈତିକ ଓ ସଂଗଠନ ଦକ୍ଷତା ସମସ୍ତେ ଜାଣିଛନ୍ତି । ସେ ଭଲ ବକ୍ତା, ବାଗ୍ମୀ । ସେ ଚିନ୍ତାଧାରା ଦଳକୁ ଆହୁରି ସୁଦୃଢ କରିବ । ଦକ୍ଷିଣ ଓଡ଼ିଶାରେ ସାଙ୍ଗଠନିକ ଦକ୍ଷତା ୨୦୩୬ ଭିଜନ ସାକାର କରିବାରେ ସହାୟକ ହେବ । "

ଏହା ମଧ୍ୟ ପଢନ୍ତୁ: ବିଜେପି ସହ 23 ବର୍ଷର ସଂପର୍କ ତୁଟାଇଲେ ଭୃଗୁ ବକ୍ସିପାତ୍ର: ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା - Bhrugu Baxipatra Quits Bjp

କହିରଖୁଛୁ କି, ଏଥର ବ୍ରହ୍ମପୁର ଲୋକସଭା ଆସନରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ଅପରପକ୍ଷରେ ଗତ 2019ରେ ବ୍ରହ୍ମପୁର ଆସନରୁ ବିଜେପିରୁ ଲୋକସଭା ପ୍ରାର୍ଥୀ ହୋଇଥିବା ଭୃଗୁଙ୍କୁ ଅଣଦେଖା କରାଯାଇଥିବା ଆଲୋଚନା ହେଉଛି । ଏହାକୁ ନେଇ ଭୃଗୁ ଅସନୁଷ୍ଟ ଥିଲେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି । ତେବେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପ୍ରଦୀପ ପାଣିଗ୍ରାହୀକୁ ଟିକେଟ ଦେଇଥିବା ବେଳେ କଂଗ୍ରେସ ରଶ୍ମିରଞ୍ଜନ ପଟ୍ଟନାୟକକୁ ଟିକେଟ ଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ଏଭଳି ସମୟରେ ଭୃଗୁ ବିଜେପି ଛାଡି ବିଜେଡିରେ ସାମିଲ ହୋଇ ସାରିଛନ୍ତି । ବିଜେଡି ପକ୍ଷରୁ ଭୃଗୁଙ୍କୁ ବ୍ରହ୍ମପୁର ଆସନରୁ ଟିକେଟ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

Last Updated : Apr 3, 2024, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.