ETV Bharat / lifestyle

ଥୁରୁଥୁରୁ ଶୀତରେ ବୁଲିବାକୁ ଭଲ ଲାଗେନି ? ତାହେଲେ ଯାଆନ୍ତୁ ଏହି 5 ସ୍ଥାନ - BEST PLACES IN INDIA

ଯଦି ଆପଣଙ୍କୁ ଥୁରୁଥୁରୁ ଶୀତରେ ବୁଲିବା ପସନ୍ଦ ନୁହେଁ ତା'ହେଲେ ଯାଇପାରିବେ ଭାରତର ଏହି 5ଟି ବଜେଟ ଫ୍ରେଣ୍ଡଲି ସ୍ଥାନ । ଆପଣଙ୍କ ନୂଆବର୍ଷ ହୋଇଯିବ ସ୍ପେଶାଲ ।

କମ୍ ବଜେଟରେ ପରିବାର ସହ ବୁଲିଯାଆନ୍ତୁ ଏହି ଜାଗା
କମ୍ ବଜେଟରେ ପରିବାର ସହ ବୁଲିଯାଆନ୍ତୁ ଏହି ଜାଗା (ETV Bharat)
author img

By ETV Bharat Lifestyle Team

Published : Dec 14, 2024, 1:29 PM IST

ବର୍ତ୍ତମାନ ଚାଲିଛି ପିକନିକ୍ ଋତୁ । ସମସ୍ତେ ପରିବାର, ସାଙ୍ଗସାଥୀ ସହ ବୁଲାବୁଲି ଓ ଭୋଜିଭାତର ପ୍ଲାନ କରୁଛନ୍ତି । କିଏ ହିଲ୍ ଷ୍ଟେସନ ଗଲାଣି ତ ଆଉ କିଏ ସି-ବିଚ୍‌ । ହେଲେ ଏମିତି ବି ଅନେକ ଲୋକ ଅଛନ୍ତି ଯାହାଙ୍କୁ ଥଣ୍ଡା ସ୍ଥାନରେ ବୁଲିବା ଆଦୌ ପସନ୍ଦ ନୁହେଁ । ଯଦି ଆପଣ ବି ସେମାନଙ୍କ ମଧ୍ୟରୁ ଜଣେ ତାହେଲେ ଏହି ଖବର ଆପଣଙ୍କ ପାଇଁ । ଆଜି ଆମେ ଭାରତର ଏପରି କିଛି ପର୍ଯ୍ୟଟନ ସ୍ଥାନଗୁଡିକ ବିଷୟରେ କହିବୁ ଯେଉଁଠାରେ ଡିସେମ୍ବର ମାସରେ ବିଶେଷ ଶୀତ ନଥାଏ ଓ ଭ୍ରମଣ ପାଇଁ ପାଗ ପୁରା ଅନୁକୂଳ ରହିଥାଏ । ଏଠାରେ ଭ୍ରମଣ କରି ଆପଣ ନିଜର ନୂଆବର୍ଷକୁ ସ୍ପେଶାଲ କରିପାରିବେ ।

କମ୍ ବଜେଟରେ ପରିବାର ସହ ବୁଲିଯାଆନ୍ତୁ ଏହି ଜାଗା
କମ୍ ବଜେଟରେ ପରିବାର ସହ ବୁଲିଯାଆନ୍ତୁ ଏହି ଜାଗା (ETV Bharat)

ହାଇଦ୍ରାବାଦ:

ଡିସେମ୍ବରରେ ନିଜାମ ସହର ହାଇଦ୍ରାବାଦ ଭ୍ରମଣ କରିବାର ଅନୁଭୂତି ନିଆରା ହୋଇପାରେ । ଏଠାରେ ଆପଣ ଚାରମିନାର ଦେଖିପାରିବେ । ଆହୁରିମଧ୍ୟ, ଏସିଆର ସର୍ବବୃହତ ରାମୋଜୀ ଫିଲ୍ମ ସିଟି, ଷ୍ଟାଚ୍ୟୁ ଅଫ ଇକ୍ବାଲିଟି, ବିର୍ଲା ମନ୍ଦିର, ହୁସେନ ସାଗର, ଗୋଲକୋଣ୍ଡା ଦୁର୍ଗ ଇତ୍ୟାଦି ଅନେକ ଦର୍ଶନୀୟ ପର୍ଯ୍ୟଟନସ୍ଥଳୀ ରହିଛି । ଏଠି ମିଳୁଥିବା ହାଇଦ୍ରାବାଦି ବିରିୟାନି ପୁରା ବିଶ୍ବରେ ପ୍ରସିଦ୍ଧ । ନିଜ ପରିବାର ସହ ବୁଲିବା ଲାଗି ହାଇଦ୍ରାବାଦ ସବୁଠୁ ପରଫେକ୍ଟ ଏବଂ ବଜେଟ ଫ୍ରେଣ୍ଡଲି ସ୍ଥାନ । ଦିନ ସାରା ବୁଲିବୁଲି ପରେ ରାତିରେ ପରିବାର ଲୋକଙ୍କ ସହିତ ବସି ବିରିୟାନିର ମଜା ନେଇପାରିବେ । ଅନ୍ୟ ସ୍ଥାନଗୁଡିକ ତୁଳନାରେ ଡିସେମ୍ବରରେ ଏଠି ଅଧିକ ଥଣ୍ଡା ଅନୁଭୂତ ହୁଏ ନାହିଁ ।

ମୁମ୍ବାଇ:

ମାୟାନଗରୀ ଭାବେ ଜଣାଶୁଣା ମୁମ୍ବାଇ । ମୁମ୍ବାଇକୁ ନେଇ କୁହାଯାଏ କି, ଏହି ସହର କେବେ ଶୁଏ ନାହିଁ । ଡିସେମ୍ବର ମାସରେ ଏଠିକାର ପାଗ ଅତ୍ୟନ୍ତ ମନୋରମ ଥାଏ । ବୁଲାବୁଲି କରିବା ପାଇଁ ମୁମ୍ବାଇରେ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ରହିଛି ଯେଉଁଠି ଆପଣ ନିଜ ପାର୍ଟନର କିମ୍ବା ପରିବାର ସହ ଖୁବ୍ ଉପଭୋଗ କରିପାରିବେ । ସେଥିମଧ୍ୟରୁ ଗେଟ୍ ୱେ ଅଫ ଇଣ୍ଡିଆ, ହାତୀଗୁମ୍ଫା, ଶ୍ରୀସିଦ୍ଧି ବିନାୟକ ମନ୍ଦିର, ଛତ୍ରପତି ଶିବାଜୀ ଟର୍ମିନସ, ଜୁହୁ ବିଚ୍, ଆମ୍ୟୁଜମେଣ୍ଟ ପାର୍କ, ହାଜି ଅଲି ଦରଘା, ଶିବାଜି ପାର୍କ ପ୍ରଭୃତି ଅନ୍ୟତମ । ମୁମ୍ବାଇର ଷ୍ଟ୍ରିଟ ଫୁଡ୍ ସାରା ଦେଶରେ ପ୍ରସିଦ୍ଧ, ଖାସ୍ କରି ବଡାପାଓ ।

ଗୁଜୁରାଟ:

ଡିସେମ୍ବର ମାସରେ ଗୁଜୁରାଟରେ ପାଗ ଭଲ ଥାଏ । ଏହି ଦିନରେ ଏଠାରେ ଅଧିକ ଥଣ୍ଡା କିମ୍ବା ଗରମ ପଡେ ନାହିଁ । ଏଥିସହ ଡିସେମ୍ବରରେ ଏଠି ପ୍ରସିଦ୍ଧ ରଣ ଉତ୍ସବ ମଧ୍ୟ ଆୟୋଜିତ ହୋଇଥାଏ, ଯାହାକୁ ଦେଖିବାକୁ ରାଜ୍ୟ ବାହାରରୁ ଲୋକଙ୍କ ସମାଗମ ହୋଇଥାଏ । ଗୁଜୁରାଟରେ ଆପଣ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟି, ଦ୍ବାରିକା ମନ୍ଦିର, ସୋମନାଥ ମନ୍ଦିର, ଭୁଜ, ନାହାରଗଡ ଆର୍କିଓଲୋଜିକାଲ ପାର୍କ, ସସାନ ଗିର ନ୍ୟାସିନାଲ ପାର୍କ, ଜୁନାଗଡର ବିଭିନ୍ନ ବୌଦ୍ଧ ଓ ହିନ୍ଦୁ ମନ୍ଦିର, ରାଣୀ କି ଭାବ୍ ଇତ୍ୟାଦି ସ୍ଥାନଗୁଡିକ ଭ୍ରମଣ କରିପାରିବେ ।

ଜୟପୁର:

ରାଜସ୍ଥାନର ଜୟପୁର ସହରକୁ ପିଙ୍କ ସିଟି କୁହାଯାଏ । ଶୀତ ଦିନେ ଏଠିକାର ପାଗ ପର୍ଯ୍ୟଟକଙ୍କୁ ଆନନ୍ଦିତ କରିଥାଏ । ଖରା ଦିନେ ଜୟପୁରରେ ତାପମାତ୍ରା ଖୁବ୍ ଅଧିକ ରହିଥାଏ । ଯେଉଁ କାରଣରୁ ଏଠାରେ ବୁଲାବୁଲି କରିବା କଷ୍ଟକର ହୁଏ । କିନ୍ତୁ ଡିସେମ୍ବର ମାସରେ ପରିବାର ସହ ଜୟପୁର ଭ୍ରମଣ କରିବାର ସବୁଠୁ ଉପଯୁକ୍ତ ସମୟ । ହାୱା ମହଲ, ଅମ୍ବର ପ୍ୟାଲେସ, ଜନ୍ତର ମନ୍ତର ଜୟପୁର, ଜଲ ମହଲ, ନାହାରଗଡ ଦୁର୍ଗ, ଜୟଗଡ ଦୁର୍ଗ, ଆଲବର୍ଟ ହଲ ମ୍ୟୁଜିୟମ, ରାମବାଗ ପ୍ୟାଲେସ, ମୋତି ଡୁଙ୍ଗରି ଗଣେଶ ମନ୍ଦିର, ଶାକମ୍ବରି ହ୍ରଦ ପ୍ରଭୃତି ଏଠିକାର ମୁଖ୍ୟ ଆକର୍ଷଣ ।

ଗୋଆ:

ଯଦି ଆପଣଙ୍କୁ ଶୀତ ଦିନ ଆଦୌ ପସନ୍ଦ ନୁହେଁ ଏବଂ ସି-ବିଚ୍‌ରେ ବୁଲିବା ଓ ନାଇଟ ଲାଇଫର ମଜା ନେବାକୁ ଚାହୁଁଛନ୍ତି ତାହେଲେ ଗୋଆ ଏକ ପରଫେକ୍ଟ ସ୍ଥାନ ହୋଇପାରିବ । ଗୋଆରେ ଆପଣ ମାଳଦ୍ବୀପର ଅନୁଭୂତି ପାଇବେ । ଏଠାରେ ଖାଇବା, ବୁଲିବା, ରହିବା ବଜେଟ୍ ଫ୍ରେଣ୍ଡଲି । ୱାଟର ସ୍ପୋର୍ଟସ୍ ଏଠିକାର ମୁଖ୍ୟ ଆକର୍ଷଣ । ଏହାସହିତ ଭାଗାଟର ବିଚ୍, ଅଞ୍ଜୁନା ବିଚ୍, ପୋଲାଲେମ ବିଚ୍, ଦୁଧସାଗର ୱାଟରଫଲ, ଡାମ୍ବଡି ସୁରିଲା ଶିବ ମନ୍ଦିର ଭଳି ଅନେକ ଦର୍ଶନୀୟ ସ୍ଥାନ ରହିଛି । ଏଠାରେ ଆପଣ ବେଳାଭୂମିର ନାଇଟ ଲାଇଭ ସହ ସ୍ବାଦିଷ୍ଟ ସି-ଫୁଡ୍ ଉପଭୋଗ କରିପାରିବେ ।

ଏହା ମଧ୍ୟ ପଢନ୍ତୁ: କେଶ ସହ ଜମାରୁ କରନ୍ତୁନି ଏହି 7 ଭୁଲ୍, ନହେଲେ ସବୁ ଝଡିଯିବ - TIPS FOR HEALTHY HAIR

ଏହା ମଧ୍ୟ ପଢନ୍ତୁ: ବିବାହ ପୂର୍ବରୁ ଅଣଦେଖା କରନ୍ତୁନି ଏସବୁ କଥା, ନହେଲେ ହଇରାଣ ହେବେ - RELATIONSHIP TIPS

ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ଭିତରେ ରୋମାଣ୍ଟିକ ସ୍ପଟ୍ ଖୋଜିଛନ୍ତି ? ଏହି ଖବର ପ୍ରେମୀଯୁଗଳଙ୍କ ପାଇଁ - ROMANTIC PLACES IN ODISHA

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.