ETV Bharat / international

ଯୁଦ୍ଧ ମଧ୍ୟରେ ୨୩ରେ ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ ମୋଦି, କିଛି ଦିନ ତଳେ ଯାଇଥିଲେ ଋଷିଆ - PM Modi Ukraine visit - PM MODI UKRAINE VISIT

PM Modi to visit Ukraine: ଘମାଘୋଟ ଯୁଦ୍ଧ ମଧ୍ୟରେ ଦୁଇ ଦିନ ପର ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାସକ ତଳେ ସେ ଋଷିଆ ଯାଇଥିବାବେଳେ ଏବେ ତାଙ୍କର ୟୁକ୍ରେନ ଗସ୍ତ ଉପରେ ସାରା ବିଶ୍ବର ନଜର । ପଢନ୍ତୁ ପୁରା ଖବର

ଯୁଦ୍ଧ ମଧ୍ୟରେ ୨୩ରେ ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ ମୋଦି, କିଛି ଦିନ ତଳେ ଋଷିଆ ଯାଇଥିଲେ
ଯୁଦ୍ଧ ମଧ୍ୟରେ ୨୩ରେ ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ ମୋଦି, କିଛି ଦିନ ତଳେ ଋଷିଆ ଯାଇଥିଲେ (ETV Bharat Odisha)
author img

By ETV Bharat Odisha Team

Published : Aug 20, 2024, 11:47 AM IST

ନୂଆଦିଲ୍ଲୀ: ୟୁକ୍ରେନ-ଋଷିଆ ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କ ନିୟନ୍ତ୍ରଣ କ୍ରମେ ସେ ଆସନ୍ତା ୨୩ ତାରିଖରେ ପ୍ରଥମ ଥର ୟୁକ୍ରେନ ଯିବେ । କିଛି ଦିନ ତଳେ ମୋଦି ଋଷିଆ ଗସ୍ତ କରିଥିଲେ । ଦୁଇ ଦେଶରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଏବେ ମୋଦିଙ୍କ ୟୁକ୍ରେନ ଗସ୍ତକୁ ବେଶ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି ଏବଂ ଏହା ଉପରେ ସାରା ବିଶ୍ବର ନଜର ରହିଛି । ତେବେ ଋଷିଆ ପରେ ୟୁକ୍ରେନ ଗସ୍ତକୁ ଭାରତର ସନ୍ତୁଳନ ରକ୍ଷା ଆଭିମୁଖ୍ୟ ଭାବରେ ମଧ୍ୟ ଦେଖାଯାଉଛି । ତିନି ଦଶନ୍ଧି ମଧ୍ୟରେ କୌଣସି ପ୍ରଧାନମନ୍ତ୍ରୀ ୟୁକ୍ରେନ ଗସ୍ତରେ ଯାଉଛନ୍ତି ।

  • 21ରୁ ଦୁଇଦିନିଆ ପୋଲାଣ୍ଡ ଗସ୍ତ

ବିଦେଶ ବ୍ୟାପାର (ପଶ୍ଚିମ ରାଷ୍ଟ୍ରସମୂହ) ସଚିବ ଚନ୍ମୟଲାଲ ଗତକାଲି ସାପ୍ତାହିକ ପ୍ରେସମିଟରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୨୩ରେ ୟୁକ୍ରେନ ଗସ୍ତ କରିବେ । ୟୁକ୍ରେନ- ଭାରତ ଦ୍ବିପାକ୍ଷିକ ସମ୍ପର୍କ ପ୍ରତିଷ୍ଠା ହେବାପରଠାରୁ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ମୋଦି ପ୍ରଥମେ ୨୧ ତାରିଖରେ ଦୁଉଦିନିଆ ଗସ୍ତରେ ପୋଲାଣ୍ଡରେ ପହଞ୍ଚିବେ । 22 ତାରିଖରେ ସେ ପାଲାଣ୍ଡରୁ କିଭ ଯାତ୍ରା କରିବେ । ମୋଦି ଟ୍ରେନ ମାଧ୍ୟମରେ ପାଲାଣ୍ଡରୁ କିଭ ଯାଇପାରନ୍ତି । ମାତ୍ର ଏସମ୍ପର୍କରେ ସରକାରୀ ଭାବେ କିଛି ପ୍ରକାଶ କରାଯାଇନି । ଉଭୟ ଋଷିଆ ଓ ୟୁକ୍ରେନ ସହ ଭାରତର ସ୍ବତନ୍ତ୍ର ସମ୍ପର୍କ ରହିଛି । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସଙ୍କଟର କୂଟନୀତି ଓ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଗୁରୁତ୍ବ ଦେଇଆସିଛି ଭାରତ ।

  • ବିଦେଶ ସଚିବଙ୍କ ସୂଚନା:-

ବୈଦେଶିକ ସଚିବ (ୱେଷ୍ଟ) ତନ୍ମୟ ଲାଲ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ମୋଦି ଉଭୟ ୟୁକ୍ରେନ ଓ ଋଷିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ଏବଂ ଏହି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସହଯୋଗ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସମସ୍ତ ସମ୍ଭାବ୍ୟ ସମର୍ଥନ ଓ ସହଯୋଗ ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ । ଏପରି ସ୍ଥଳେ ଭାରତ ଓ ୟୁକ୍ରେନ ନେତାଙ୍କ ମଧ୍ୟରେ ଏହି ଆଲୋଚନାର ଫଳାଫଳ କ'ଣ ହେବା ତାହା ପୂର୍ବାନୁମାନ କରିବା ଆମ କାମ ନୁହେଁ ।’’

ଏହା ମଧ୍ୟ ପଢନ୍ତୁ: ଋଷ ରାଷ୍ଟ୍ରପତିଙ୍କ ବାସଭବନରେ ମୋଦି-ପୁଟିନ ଭେଟ; ଇଲେକ୍ଟ୍ରିକ କାର୍‌ରେ ବୁଲିଲେ ମୋଦି, ଏକାଠି ଡିନର୍ କଲେ - PM Modi Meet Putin

  • ଋଷ-ୟୁକ୍ରେନ ସଙ୍କଟ ଓ ଭାରତର ଆଭିମୁଖ୍ୟ

ପ୍ରକାଶ ଥାଉକି, ୟୁକ୍ରେନ ଓ ଋଷିଆ ଯୁଦ୍ଧ ଆରମ୍ଭ ପରଠୁ ଭାରତ ପ୍ରଥମରୁ ଅତି ସନ୍ତୁଳିତ ଆଭିମୁଖ୍ୟ ରଖିଆସିଛି । ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ କଟକଣା ସତ୍ତ୍ବେ ଋଷିଆ ସହ ବାଣିଜ୍ୟିକ କାରବାର ଜାରି ରଖିବା ସଙ୍ଗେ ସଙ୍ଗେ ଯୁଦ୍ଧ ପ୍ରଭାବିତ ୟୁକ୍ରେନକୁ ଆବଶ୍ୟକୀୟ ମେଡିସିନ ଓ ମାନବୀୟ ସହାୟତା ପ୍ରଦାନ କରିଛି । ଗୋଷ୍ଠୀ ନରପେକ୍ଷତା ବଜାୟ ରଖିଥିଲେ ମଧ୍ୟ ଭାରତ କେବେ ବି ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଋଷିଆର ନିନ୍ଦା କରିନାହିଁ । ଏମିତିକି ଜାତିସଂଘରେ ମଧ୍ୟ ଋଷିଆ ବିରୋଧି ନିନ୍ଦା ପ୍ରସ୍ତାବ ଭୋଟିଂରୁ ନୂଆଦିଲ୍ଲୀ ବିରତ ରହିଥିଲା । ଏନେଇ ଭାରତର ଆଭିମୁଖ୍ୟରେ ସ୍ପଷ୍ଟତା ନଥିବା କହି ପାଶ୍ଚତ୍ୟ ରାଷ୍ଟ୍ରମାନେ ନିନ୍ଦା କରିଥିଲେ । ଏହାବ୍ୟତୀତ ନିର୍ବାଚନ ପରେ ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦି ଋଷିଆ ଗସ୍ତ କରିଥିଲେ । ତାଙ୍କର ଏହି ଗସ୍ତ ଏବଂ ରାଷ୍ଟ୍ରପତି ପୁଟିନ ତାଙ୍କୁ ସୌହାର୍ଦ୍ଦପୂର୍ଣ୍ଣ ଆଲିଙ୍ଗନ କରିବାକୁ ନେଇ କିଭ୍ କଡା ନିନ୍ଦା ମଧ୍ୟ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.