ETV Bharat / international

ଗାଜା ସ୍କୁଲ ଉପରେ ସକାଳ ପ୍ରାର୍ଥନା ବେଳେ ରକେଟ୍ ପକାଇଲା ଇସ୍ରାଏଲ; ୧୦୦ରୁ ଅଧିକ ମୃତ, ମଧ୍ୟପ୍ରାଚ୍ୟରେ ବର୍ଷୁଛି ବୋମା-ରକେଟ୍ - Israeli strike at Gaza school

author img

By ETV Bharat Odisha Team

Published : Aug 10, 2024, 11:42 AM IST

Updated : Aug 10, 2024, 12:12 PM IST

Israeli strike at Gaza school: ଗାଜାର ସ୍କୁଲ ଉପରେ ରକେଟ ମାଡ଼ କଲା ଇସ୍ରାଏଲ ସେନା । ଚାଲିଗଲା ୧୦୦ରୁ ଅଧିକ ଜୀବନ । ଅଧିକ ପଢନ୍ତୁ

ଗାଜା ସ୍କୁଲ ଉପରେ ରକେଟ୍ ପକାଇଲା ଇସ୍ରାଏଲ; ୧୦୦ରୁ ଅଧିକ ମୃତ
ଗାଜା ସ୍କୁଲ ଉପରେ ରକେଟ୍ ପକାଇଲା ଇସ୍ରାଏଲ; ୧୦୦ରୁ ଅଧିକ ମୃତ (ETV Bharat Odisha)

ତେଲ୍ ଅଭିଭ୍: ପ୍ରାୟ ବର୍ଷେ ହେବ ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଗାଜା ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା । ଏବେ ଇସ୍ରାଏଲ ପୂର୍ବ ଗାଜାର ଏକ ସ୍କୁଲକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ କରିଛି । ଆକ୍ରମଣରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ସେହି ସ୍କୁଲରେ ପାଲେଷ୍ଟାଇନ ଯୁଦ୍ଧ ବିସ୍ଥାପିତମାନେ ଆଶ୍ରୟ ନେଇଥିଲେ । ଶନିବାର ସକାଳ ଆକ୍ରମଣ ହୋଇଥିବା ସ୍ଥାନୀୟ ସରକାରୀ ମିଡିଆ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି ।

ସକାଳ ପ୍ରାର୍ଥନା ବେଳେ ସ୍କୁଲରେ ରକେଟ ମାଡ଼:

ହମାସ୍ ପରିଚାଳିତ ଗାଜା ସରକାରୀ ମିଡିଆ ଅଫିସ୍ ଅନୁସାରେ, ଆକ୍ରମଣ ହୋଇଥିବା ସ୍କୁଲରେ ବିସ୍ଥାପିତମାନେ ଆଶ୍ରୟ ନେଉଥିଲେ । ଶନିବାର ସକାଳେ ସେମାନେ ପ୍ରାର୍ଥନା କରୁଥିବାବେଳେ ଇସ୍ରାଏଲ ଆକ୍ରମଣ କରିଥିଲା । ସ୍କୁଲ ଉପରେ ୩ଟି ରକେଟ ମାଡ ହୋଇଥିଲା । ଏଥିରେ ଶତାଧିକ ଲୋକେ ମୃତାହତ ହୋଇଛନ୍ତି । ରକେଟ ମାଡ ଯୋଗୁଁ ସ୍କୁଲରେ ନିଆଁ ଲାଗିଯାଇଥିଲା । ଅନେକ ଲୋକ ନିଆଁରେ ଜଳି ପ୍ରାଣ ହରାଇଛନ୍ତି । ଅନ୍ୟପଟେ ଆକ୍ରମଣ ହୋଇଥିବା ସେହି ସ୍କୁଲରେ ସାଧାରଣ ନାଗରିକ ନୁହଁନ୍ତି ବରଂ ଆତଙ୍କବାଦୀ ଲୁଚିଥିବା ଇସ୍ରାଏଲ ଦାବି କରିଛି ।

ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲର ଟାର୍ଗେଟ କିଲିଂ, ଭବିଷ୍ୟତ ଉପରେ କଣ ପଡିବ ପ୍ରଭାବ ? - Targeted Killings of Israel

ସପ୍ତାହେ ତଳେ ମଧ୍ୟ ଇସ୍ରାଏଲ ସେନା ଗାଜାର ୪ଟି ସ୍କୁଲକୁ ଟାର୍ଗେଟ କରିଥିଲା ଯେଉଁଥିରେ ୩୦ରୁ ଅଧିକ ଜଣଙ୍କ ମୃତ୍ୟୁ ଓ ଅନେକ ଆହତ ହୋଇଥିଲେ । ଇସ୍ରାଏଲ ଗାଜାରେ ସ୍କୁଲ ସମେତ ଆବାସିକ ବିଲ୍ଡିଂଗୁଡିକ ଉପରେ ଆକ୍ରମଣ କରୁଛି ଏବଂ ଦାବି କରୁଛି ଯେ, ସେହିସବୁ ସ୍ଥାନରେ ଆତଙ୍କବାଦୀ ଲୁଚିକି ଅଛନ୍ତି । ସେମାନେ ହମାସ୍ କମାଣ୍ଡ କଣ୍ଟ୍ରୋଲ ସେଣ୍ଟରରୁ ନିଜର ଗତିବିଧି ଚଳାଉଛନ୍ତି ।

ମଲେଣି ୪୦ ହଜାରରୁ ଅଧିକ ନାଗରିକ:

ଅକ୍ଟୋବର ୭ରୁ ୧୦ ମାସ ହେଲା ଇସ୍ରାଏଲ ଓ ହମାସ୍ ମଧ୍ୟର ଯୁଦ୍ଧ ଜାରି ରହିଛି । ପ୍ରଥମେ ହମାସ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଓ ଏଥିରେ ୧୨୦୦ରୁ ଅଧିକ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଓ ୨୫୦ ଜଣକୁ ପଣବନ୍ଦୀ କରିଥିଲା ହମାସ୍ । ଏହାର ଜବାବରେ ଗାଜା ଉପରେ ଘନ ଘନ ଏୟାରଷ୍ଟ୍ରାଇକ କରୁଛି ଇସ୍ରାଏଲ ସେନା । ଏହି ଆକ୍ରମଣର ଅଦ୍ୟାବଧି ୪୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇସାରିଛି । ଅସ୍ତ୍ରବିରତି ପାଇଁ ଦୁଇ ପକ୍ଷ ମଧ୍ୟରେ ଏକାଧିକ ରାଉଣ୍ଡ ଆଲୋଚନା ହୋଇଥିଲେ ହେଁ ରକ୍ତପାତରେ ବ୍ରେକ ଲାଗିପାରୁନି ।

Last Updated : Aug 10, 2024, 12:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.