ETV Bharat / health

ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ଚକ୍ଷୁଦାନ ସଚେତନତା; ଆପଣଙ୍କ ଚକ୍ଷୁ, ଦୁଇଟି ଜୀବନକୁ କରିବ ଆଲୋକିତ - Eye donation

author img

By ETV Bharat Health Team

Published : Aug 25, 2024, 9:04 AM IST

Updated : Aug 25, 2024, 11:26 AM IST

LV Prashad eye institute urges for eye donation: ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ 'ଜାତୀୟ ଚକ୍ଷୁଦାନ ପକ୍ଷ' ପାଳିତ । ଚକ୍ଷୁଦାନ ପାଇଁ ଆଗେଇ ଆସିବାକୁ ଲୋକମାନଙ୍କୁ ନିବେଦନ କଲେ ଡାକ୍ତର ସୁଜାତା ଦାସ । ଅଧିକ ପଢନ୍ତୁ

ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ଚକ୍ଷୁଦାନ ସଚେତନତା
ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ଚକ୍ଷୁଦାନ ସଚେତନତା (ETV Bharat Odisha)

ହାଇଦ୍ରାବାଦ: ଦେଶରେ ପ୍ରତିବର୍ଷ ଅଗଷ୍ଟ 25ରୁ ସେପ୍ଟେମ୍ବର 8 ଯାଏଁ 'ଜାତୀୟ ଚକ୍ଷୁଦାନ ପକ୍ଷ' ପାଳନ କରାଯାଏ । ମୃତ୍ୟୁ ପରେ ଲୋକଙ୍କୁ ଚକ୍ଷୁଦାନ ପାଇଁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ । ଏହି ଅବସରରେ ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ଆଜି 300ରୁ ଅଧିକ ଭିଜନ ସେଣ୍ଟର ସମେତ ଭୁବନେଶ୍ବରସ୍ଥିତ 'ଦୃଷ୍ଟିଦାନ' ଆଇ ବ୍ୟାଙ୍କ, ହାଇଦ୍ରାବାଦର ଆଇ ବ୍ୟାଙ୍କଠାରେ ଏହି ଚକ୍ଷୁଦାନ ପକ୍ଷ ପାଳନ କରାଯାଉଛି ଏବଂ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।

ଭାରତର ପାଖାପାଖି 1.2 ମିଲିୟନ ଲୋକ ସ୍ବଚ୍ଛପଟଳ ବା କର୍ଣ୍ଣିଆଲ ଦୃଷ୍ଟିବାଧିତ । ଏପରି ସ୍ଥଳେ ଦେଶରେ ପ୍ରତିବର୍ଷ 1 ଲକ୍ଷରୁ ଅଧିକ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ରହିଥିବାବେଳେ ବାର୍ଷିକ 25 ହଜାରରୁ କମ୍ ଟ୍ରାନ୍ସପ୍ଲାଣ୍ଟ ହୋଇପାରୁଛି । ଏହାର ମୁଖ୍ୟ କାରଣ ହେଉଛି କର୍ଣ୍ଣିଆ ଅଭାବ । ଏଥିପାଇଁ ଲୋକଙ୍କୁ ଚକ୍ଷୁଦାନ କରିବାକୁ ପ୍ରୋତ୍ସାହିତ କରି ଏହି ଅଭାବ ଦୂର କରିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଜନସଚେତନତା ସୃଷ୍ଟି କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: କେମିତି କମିବ ଡାଇବେଟିସ ? କ'ଣ ଖାଇବେ, କ'ଣ କରିବେ, ଶୁଣନ୍ତୁ ଡାଏଟେସିଆନଙ୍କ ଟିପ୍ସ - How to control Diabetes

ଏନେଇ ଚକ୍ଷୁ ବିଶେଷଜ୍ଞ ଡ. ସୁଜାତା ଦାସ କହିଛନ୍ତି, ''ଲୋକଙ୍କ ମୃତ୍ୟୁ ପରେ ସ୍ବଚ୍ଛପଟଳ ବା କର୍ଣ୍ଣିଆ ଦାନ କରିବା ଉଚିତ୍ । ଏହାଦ୍ବାରା ଅନ୍ୟର ଅନ୍ଧତ୍ବ ଦୂର ହୋଇପାରିବ । ମୃତ୍ୟୁ ପରେ ପରିବାର ସଦସ୍ୟଙ୍କ ସମ୍ମତିରେ କର୍ଣ୍ଣିଆ ଦାନ କରାଯାଇପାରେ । ଜଣେ ଲୋକ କର୍ଣ୍ଣିଆ ଦାନ କଲେ, ଏଥିରେ ଦୁଇ ଜଣ କିମ୍ବା ତା'ଠାରୁ ଅଧିକ ଲୋକେ ଉପକୃତ ହୋଇପାରିବେ । ପ୍ରତି ବୟସ୍କର ଲୋକ କର୍ଣ୍ଣିଆ ଦାନ କରିପାରିବେ । ଯାହାର କର୍ଣ୍ଣିଆ ଜନିତ ଅନ୍ଧତ୍ବ ନଥିବ ସେମାନେ ମଧ୍ୟ ଦେଇପାରିବେ । କର୍ଣ୍ଣିଆ ଦାନ ପାଇଁ ଅଧିକ ସମୟ ଲାଗେନି । ମାତ୍ର 15ରୁ 20 ମିନିଟ୍ ମଧ୍ୟରେ ଏହା କରାଯାଇଥାଏ । ଏଥିରେ ମୁହଁ ଆଦୌ ବିକୃତ ହୁଏନାହିଁ ।''

ଡାକ୍ତର ସୁଜାତା କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ କରୁଥିବା ଡାକ୍ତରଙ୍କ ମଧ୍ୟରେ ଦେଶରେ ଜଣେ ଜଣାଶୁଣା ବିଶେଷଜ୍ଞ ଏବଂ ସେ ଦୀର୍ଘ ଦିନ ଧରି ଭୁବନେଶ୍ବରର ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ସହ ଯୋଡି ହୋଇରହିଛନ୍ତି ।

Last Updated : Aug 25, 2024, 11:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.