ETV Bharat / health

ଆଣ୍ଟିବାୟୋଟିକ୍ସ ଖାଉଛନ୍ତି କି ? ଡାକ୍ତର କହିଲେ ଜୀବନ ପାଇଁ ସାଜିପାରେ ବିପଦ - ANTIBIOTICS SIDE EFFECTS

କଥା କଥାକେ ଆଣ୍ଟିବାୟୋଟିକ୍ସ ଖାଉଥିଲେ ସାବଧାନ ! ଭବିଷ୍ୟତରେ ଦେଖାଦେଇପାରେ ଜଟିଳ ସ୍ବାସ୍ଥ୍ୟ ସମସ୍ୟା । ଚେତାବନୀ ଦେଲେ ଡାକ୍ତର । ପଢନ୍ତୁ ପୁରା ଖବର

ଆଣ୍ଟିବାୟୋଟିକ୍ସ ଖାଉଥିଲେ ସାବଧାନ
ଆଣ୍ଟିବାୟୋଟିକ୍ସ ଖାଉଥିଲେ ସାବଧାନ (ETV Bharat Odisha)
author img

By ETV Bharat Health Team

Published : Dec 4, 2024, 8:45 AM IST

Updated : Dec 4, 2024, 2:23 PM IST

ଭୁବନେଶ୍ବର: ବାରମ୍ବାର ଆଣ୍ଟିବାୟୋଟିକ୍ସ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! ଥଣ୍ଡା, କାଶ ଭଳି ସାମାନ୍ୟ ରୋଗରେ ଆଣ୍ଟିବାୟୋଟିକ୍ସ ସେବନ କରିବା ଶରୀର ପାଇଁ ଘାତକ ହୋଇପାରେ । ଏହା ଲିଭର, କିଡନୀ ଭଳି ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗକୁ ପ୍ରଭାବିତ କରି ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ଏମିତି କିଛି ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାରର ରୋଗ ଦ୍ଵାରା ସଂକ୍ରମିତ ହୋଇଥାଉ । ଆମ ମଧ୍ୟରୁ ଅଧିକାଂଶ ଲୋକ ଛୋଟ ଛୋଟ ସମସ୍ୟା ପାଇଁ ତୁରନ୍ତ ଆଣ୍ଟିବାୟୋଟିକ୍ସ ସେବନ କରିଥାନ୍ତି। କିନ୍ତୁ ଏହା ବାରମ୍ବାର ସେବନ କରିବା ସ୍ବାସ୍ଥ୍ୟ ପାଇଁ ଆଦୌ ଠିକ୍ ନୁହେଁ । ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ଆଣ୍ଟିବାୟୋଟିକ୍ସ ଔଷଧ ଖାଇବା ଶରୀର ପ୍ରତି ବିପଦ ସୃଷ୍ଟି କରୁଛି । ଏନେଇ ଆରଏମଆରସି ପକ୍ଷରୁ ସୂଚନା ଦିଆଯାଇଥିବା ଜଣାଇଛନ୍ତି ଡାକ୍ତର ଶୁଭଶ୍ରୀ ସାମନ୍ତରାୟ ।

ଆଣ୍ଟିବାୟୋଟିକ୍ସ କ'ଣ ଏବଂ ଏହାର ଶରୀର ଉପରେ ପ୍ରଭାବ:

ପ୍ରଥମ ଉଦ୍ଭାବନ ହୋଇଥିବା ଆଣ୍ଟିବାୟୋଟିକ୍ସ ନାମ ଥିଲା 'ପେନିସିଲିନ' । ଏହାଦ୍ବାରା ଏକ ମାରାତ୍ମକ ସଂକ୍ରମଣରୁ ରୋଗୀଙ୍କ ସଫଳ ଚିକିତ୍ସା କରାଯାଇଥିଲା । ପରବର୍ତ୍ତୀ ସମୟରେ ଅଧିକାଂଶ ରୋଗୀ ଭଲ ହୋଇଥିଲେ । ଫଳରେ ସମୟ ସହିତ ଆଣ୍ଟିବାୟୋଟିକ୍ସ ବ୍ୟବହାର ମାତ୍ରାଧିକ ବୃଦ୍ଧି ପାଇଲା ।

ଆଣ୍ଟିବାୟୋଟିକ୍ସ ଖାଉଛନ୍ତି କି ? (ETV Bharat Odisha)

ଡାକ୍ତର ଶୁଭଶ୍ରୀ ସାମନ୍ତରାୟ କହିଛନ୍ତି, ''ଆଣ୍ଟିବାୟୋଟିକ୍ସ ସଠିକ୍ ମାତ୍ରାରେ ସଠିକ୍ ରୋଗ ପାଇଁ ଦେବା ଆବଶ୍ୟକ । ବିନା ଡାକ୍ତରୀ ପରାମର୍ଶରେ ଅତ୍ୟଧିକ ଆଣ୍ଟିବାୟୋଟିକ୍ସ ସେବନ କରିବା ଦ୍ଵାରା ଏହାର ରେଜିଷ୍ଟାନ୍ସ ମାତ୍ରା ବା ପ୍ରଭାବହୀନତା ବୃଦ୍ଧି ପାଏ । ଫଳରେ ଅନେକ ସମୟରେ ଆଣ୍ଟିବାୟୋଟିକ୍ସ ଶରୀରରେ କାମ କରିନଥାଏ କିମ୍ବା କମ୍ କାମ କରିଥାଏ । ଏହି କାରଣରୁ ଭବିଷ୍ୟତରେ ରୋଗୀର ଚିକିତ୍ସା କ୍ଷେତ୍ରରେ ସମସ୍ଯା ଦେଖାଯାଏ । ଯଦି କୌଣସି କାରଣରୁ ଆଣ୍ଟିବାୟୋଟିକ୍ସ ଆବଶ୍ୟକ ପଡୁଛି ତେବେ ଡାକ୍ତରଙ୍କ ପରାମର୍ଶରେ ନେବା ଆବଶ୍ୟକ । ଆଣ୍ଟିବାୟୋଟିକ୍ସ ବାରମ୍ବାର ଓ ଅନୁପଯୁକ୍ତ ଡୋଜ୍ ଖାଉଥିଲେ ଏହା ସିଧାସଳଖ ଲିଭର, କିଡନୀ ଆଦି ଅଙ୍ଗ ଉପରେ ପ୍ରଭାବ ପକାଇଥାଏ । ଏହି ଅଙ୍ଗଗୁଡିକରେ ସମସ୍ୟା ଦେଖାଯିବା କିମ୍ବା ଖରାପ ହେବାର ଆଶଙ୍କା ରହିଥାଏ ।''

ବିନା ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ୍ସ ଖାଇବା ଅନୁଚିତ୍ । ଋତୁ ପରିବର୍ତ୍ତନ ଯୋଗୁଁ ଜ୍ବର, ଥଣ୍ଡା, ଗଳା ଦରଜ ଭଳି ସମସ୍ୟା ହେଲେ ସଙ୍ଗେ ସଙ୍ଗେ ଆଣ୍ଟିବାୟୋଟିକ୍ସ ଖାଇବା ଦରକାର ନାହିଁ । ପ୍ରଥମେ ୩ ଦିନ ଡାକ୍ତରଙ୍କ ପରାମର୍ଶରେ ମେଡ଼ିସିନ ଖାଆନ୍ତୁ । ଏହାସହ ଲୁଣ ପାଣି କୁଳୁକୁଜା କରିବା, ବାମ୍ଫ ନେବା ଆବଶ୍ୟକ । ଏସବୁ ପରେ ଯଦି ୩ ଦିନ ପରେ ସ୍ବାସ୍ଥ୍ୟବସ୍ଥା ନ ସୁଧୁରିଲା ତେବେ ଡାକ୍ତରଙ୍କ ପରାମର୍ଶରେ କିଛି ଟେଷ୍ଟ କରିବା ସହ ଆଣ୍ଟିବାୟୋଟିକ ସେବନ କରିପାରିବେ ।

ଆଣ୍ଟିବାୟୋଟିକ୍ସ ଖାଉଥିଲେ ସାବଧାନ
ଆଣ୍ଟିବାୟୋଟିକ୍ସ ଖାଉଥିଲେ ସାବଧାନ (ETV Bharat Odisha)

କ'ଣ କରିବେ:

ପ୍ରଥମେ ରୋଗକୁ ଚିହ୍ନନ୍ତୁ ପରେ ଡାକ୍ତର ପରାମର୍ଶରେ ଆଣ୍ଟିବାୟୋଟିକ୍ସ ସେବନ କରନ୍ତୁ ।

ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା । ଛିଙ୍କିବା ବେଳେ ମୁହଁରେ ହାତ ରଖିବା । ଏହାଦ୍ବାରା ସଂକ୍ରମଣ ଆଶଙ୍କା ଏଡାଇ ପାରିବେ ।

ବାହାରୁ ଘରକୁ ଫେରିଲେ ତୁରନ୍ତ ସାବୁନରେ ଭଲ ଭାବେ ହାତଗୋଡ ଧୁଅନ୍ତୁ । ୫ ମିନିଟ ଧରି ହାତକୁ ଭଲ ଭାବରେ ଧୁଅନ୍ତୁ ।

ଟ୍ରେନ/ବସ୍‌ରେ ଯାତ୍ରା ସମୟରେ କୌଣସି ଜିନିଷକୁ ଧରିଲେ ସଙ୍ଗେ ସଙ୍ଗେ ସାନିଟାଇଜର ବ୍ୟବହାର କରନ୍ତୁ ।

ସ୍ବାସ୍ଥ୍ୟକର ଖାଦ୍ୟ ପାନୀୟ ସେବନ କରନ୍ତୁ । ଅପରିଷ୍କାର ଖାଦ୍ୟ ଖାଇଲେ ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ ।

ସଂକ୍ରମଣରୁ ରକ୍ଷା ପାଇଁ ଏବେ ଛୋଟ ପିଲାଙ୍କ ଭଳି ବୟସ୍କମାନେ ମଧ୍ୟ ଟିକା ନେଇପାରିବେ ବୋଲି ଡାକ୍ତର ଶୁଭଶ୍ରୀ ସାମନ୍ତରାୟ ।

କେଉଁମାନେ ଆଣ୍ଟିବାୟୋଟିକ ସେବନ କରିପାରିବେ:

ଆଣ୍ଟିବାୟୋଟିକ ଶରୀର ପାଇଁ ଯେତେ ଗୁରୁତ୍ବପୂର୍ଣ୍ଣ ସେତିକି କ୍ଷତିକାରକ । ତେବେ ଶରୀର ପାଇଁ ଭିନ୍ନ ଭିନ୍ନ ଆଣ୍ଟିବାୟୋଟିକ ରହିଛି । କିଡନୀ ରୋଗ ଥିଲେ ଆଣ୍ଟିବାୟୋଟିକର ଡୋଜ ପରିବର୍ତ୍ତନ କରିବାକୁ ପଡିଥାଏ । କିଡନୀରେ ସମସ୍ୟା ଦେଖାଦେଲେ ବେଳେବେଳେ ଆଣ୍ଟିବାୟୋଟିକ ଅଧା କିମ୍ବା ୧/୪ ଦିଆଯାଇଥାଏ । ତେଣୁ ବିନା ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ ଖାଇବା ଅନୁଚିତ । ଯେ ପର୍ଯ୍ୟନ୍ତ ଜରୁରୀ ନୁହେଁ ଆଣ୍ଟିବାୟୋଟିକ ସେବନ କରନ୍ତୁ ନାହିଁ ବୋଲି ଡାକ୍ତର ଶୁଭଶ୍ରୀ ସାମନ୍ତରାୟ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Antibiotics ନିୟମିତ ଖାଉଥିଲେ ସାବଧାନ ! ହୋଇପାରେ ଏହି ସବୁ ଜଟିଳ ସମସ୍ୟା

ଏହା ମଧ୍ୟ ପଢନ୍ତୁ: ଏସବୁ ଲକ୍ଷଣ ହୋଇପାରେ ଏଡସ୍, ଜାଣନ୍ତୁ କେମିତି ଏଥିରୁ ବଞ୍ଚିବେ

ଏହା ମଧ୍ୟ ପଢନ୍ତୁ: ବିବାହ ପୂର୍ବରୁ ପାର୍ଟନରଙ୍କ ଏହି 7 ମେଡିକାଲ ଟେଷ୍ଟ କରାନ୍ତୁ, ନହେଲେ...

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 4, 2024, 2:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.