ETV Bharat / entertainment

ସିଦ୍ଧାନ୍ତ ଚତୁର୍ବେଦୀ 'ୟୁଦ୍ରା' ଟ୍ରେଲର ଆଉଟ୍; ଆକ୍ସନ ଅବତାରରେ, ଖଳନାୟକ ଭୂମିକାରେ ନଜର ଆସିଲେ ରାଘବ ଜୁଏଲ - Yudhra Trailer

author img

By ETV Bharat Entertainment Team

Published : Aug 30, 2024, 10:38 AM IST

Yudhra Trailer: ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଆଗାମୀ ଫିଲ୍ମ 'ୟୁଦ୍ରା' ଟ୍ରେଲର ରିଲିଜ ହୋଇଛି । ଏଥିରେ ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ ଦମଦାର ଆକ୍ସନ ଅବତାରରେ ଦେଖିବାକୁ ମିଳିଛି । ଏଥିସହ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଲୋକପ୍ରିୟ ଡ୍ୟାନ୍ସର ତଥା କମେଡିଆନ ତାରକା ରାଘବ ଜୁଏଲଙ୍କୁ ଦେଖିବାକୁ ମିଳିଛି । ଦେଖନ୍ତୁ ଟ୍ରେଲର,

ସିଦ୍ଧାନ୍ତ ଚତୁର୍ବେଦୀ 'ୟୁଦ୍ରା' ଟ୍ରେଲର ଆଉଟ୍; ଆକ୍ସନ ଅବତାରରେ, ଖଳନାୟକ ଭୂମିକାରେ ନଜର ଆସିଲେ ରାଘବ ଜୁଏଲ
ସିଦ୍ଧାନ୍ତ ଚତୁର୍ବେଦୀ 'ୟୁଦ୍ରା' ଟ୍ରେଲର ଆଉଟ୍; ଆକ୍ସନ ଅବତାରରେ, ଖଳନାୟକ ଭୂମିକାରେ ନଜର ଆସିଲେ ରାଘବ ଜୁଏଲ (Film Poster)

ହାଇଦ୍ରାବାଦ: ବଲିଉଡ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ତାଙ୍କର ଆଗାମୀ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର 'ୟୁଦ୍ରା' ସହ ପରଦାକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ନିର୍ମାତା 'ୟୁଦ୍ରା' ଟ୍ରେଲର ରିଲିଜ କରିଛନ୍ତି । ଯେଉଁଥିରେ ସିଦ୍ଧାନ୍ତଙ୍କୁ ହାଇ-ଆକ୍ସନ ଅବତାରରେ ଦେଖିବାକୁ ମିଳିଛି । ଏଥିସହ ଏଥିରେ ରାଘବ ଜୁଏଲ ନଜର ଆସିଛନ୍ତି । ସୋସିଆଲ ମିଡିଆ ୟୁଟ୍ୟୁବରେ ସେୟାର ହେବା ମାତ୍ରେ ଟ୍ରେଲରକୁ 1 ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଲାଣି । ଟ୍ରେଲରକୁ ଲୋକେ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମ ଦେଖିବାକୁ ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

'ୟୁଦ୍ରା' ଟ୍ରେଲର

'ୟୁଦ୍ରା' ଟ୍ରେଲର ଆକ୍ସନରେ ପରିପୂର୍ଣ୍ଣ, ଯେଉଁଥିରେ ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳିଛି । ଟ୍ରେଲରର ଆରମ୍ଭରେ ସିଦ୍ଧାନ୍ତ କୁହନ୍ତି, ''ତୁମେ କ’ଣ ଭାବିଲ, ମୁଁ ଅଭିମନ୍ୟୁ, ମୁଁ ତାଙ୍କ ବାପା ଅର୍ଜୁନ । ରାଘବ ଜୁୟାଲ ମଧ୍ୟ ଟ୍ରେଲରରେ ଏକ ଆଶ୍ଚର୍ଯ୍ୟଜନକ ପ୍ୟାକେଜ୍ ପରି । ତାଙ୍କୁ ଏତିରେ ଭିଲେନ୍ ଅବତାରରେ ଦେଖିବାକୁ ମିଳିଥିବା ବେଳେ ଅଭିନେତ୍ରୀ ମାଲବିକା ମୋହନାନଙ୍କୁ ସିଦ୍ଧାନ୍ତ ସହ ରୋମାଣଟିକ ଅନ୍ଦାଜରେ ଦେଖିବାକୁ ମିଳିଛି । ଟ୍ରେଲରରେ ସିଦ୍ଧାନ୍ତ ଏବଂ ରାଘବଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପରେ ମଧ୍ୟ ଦେଖିବାକୁ ମିଳିଛି । ଏହାକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହ ଫିଲ୍ମକୁ ନେଇ ଉତ୍ସାହିତ ଥିବା କହିଛନ୍ତି ।

ଏହି ଦିନ ଫିଲ୍ମ ରିଲିଜ ହେବ

ନୂଆ ପୋଷ୍ଟର ରିଲିଜ କରି ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଏହି ଫିଲ୍ମ 20 ସେପ୍ଟେମ୍ବର 2024ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ରବି ଉଦୟୱାର, ଏହାର କାହାଣୀ ଶ୍ରୀଧର ରାଘବନ ଲେଖିଥିବା ବେଳେ ଏହାର ଗୀତ ଜାଭେଦ ଅଖତର ଲେଖିଛନ୍ତି । ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ସାଉଥ ଅଭିନେତ୍ରୀ ମାଲଭିକା ମୋହନନ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ପ୍ରଥମ ଥର ପାଇଁ ଉଭୟ ଏହି ଫିଲ୍ମରେ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: 'ୟୁଧ୍ରା' ସହ ପରଦାକୁ ଫେରୁଛନ୍ତି ସିଦ୍ଧାନ୍ତ ଚତୁର୍ବେଦୀ, ନୂଆ ପୋଷ୍ଟର ସହ ସାମ୍ନାକୁ ଆସିଲା ରିଲିଜ ଡେଟ୍

ସିଦ୍ଧାନ୍ତ ଚତୁର୍ବେଦୀ ଓ ମାଲଭିକାଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ, ୟୁଧ୍ରା ବ୍ୟତୀତ ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ 'ଧଡକ ୨'ରେ ଦେଖିବାକୁ ମିଳିବ । ଏହା ହେଉଛି 2018 ର 'ଧଡକ'ର ସିକ୍ୱେଲ ଅଟେ । କରଣ ଜୋହରଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରରେ ସିଦ୍ଧାନ୍ତ ତ୍ରିପ୍ତି ଡିମ୍ରିଙ୍କ ସହ ସ୍କ୍ରିନ୍ ସେୟାର କରିବେ । ସାଉଥ ଅଭିନେତ୍ରୀ ମାଲାଭିକାଙ୍କ ବିଷୟରେ କହିବାକୁ ଗଲେ ସେ ପ୍ରଭାସଙ୍କ ଫିଲ୍ମ ‘ରାଜା ସାବ’ରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.