ETV Bharat / state

ଜନବସତିରେ ଗଜରାଜ, ଗାଁ ଦାଣ୍ଡରେ ମଗର - Elephant And Crocodile Terror

author img

By ETV Bharat Odisha Team

Published : Sep 14, 2024, 4:41 PM IST

Elephant And Crocodile Terror: ହାତୀ ଓ କୁମ୍ଭୀର ଭୟରେ ଲୋକେ । ଗାଁ ମୁହାଁ ହୋଇଛନ୍ତି ହାତୀ ଓ କୁମ୍ଭୀର । ଅଧିକ ପଢ଼ନ୍ତୁ

Elephant And Crocodile Terror
Elephant And Crocodile Terror (ETV Bharat Odisha)

ଯାଜପୁର/କେନ୍ଦ୍ରାପଡ଼ା: ଗାଁ ମୁହାଁ ଜଙ୍ଗଲୀ ଜନ୍ତୁ । ଲୋକଙ୍କୁ ଘାରିଛି ହାତୀ ଓ କୁମ୍ଭୀର ଭୟ । ଏଣେ ଜଙ୍ଗଲ ଛାଡ଼ି ରାଜରାସ୍ତାରେ ବୁଲୁଛି ହାତୀ । ତେଣେ ଗାଁ ଦାଣ୍ଡରେ ବୁଲୁଛି କୁମ୍ଭୀର । ହାତୀ ଆଉ କୁମ୍ଭୀର ଭୟରେ ଥରହର ଲୋକେ । ଏପଟେ ଜଙ୍ଗଲ ବିଭାଗ ପକ୍ଷରୁ ହାତୀକୁ ଜଙ୍ଗଲକୁ ଘୋଡାଇବାକୁ ଉଦ୍ୟମ ଚାଲିଛି । ସେପଟେ କୁମ୍ଭୀରକୁ ଖୁଣ୍ଟରେ ବାନ୍ଧି ରଖିଛନ୍ତି ଲୋକେ ।

Elephant (ETV Bharat Odisha)

ଗାଁ ମୁହାଁ ଦନ୍ତା:

Elephant
Elephant (ETV Bharat Odisha)

ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଝୁମ୍ପାଣ ଅଞ୍ଚଳରେ ଆତଙ୍କ ଖେଳାଇଛି ହାତୀ । ୫୩ ନମ୍ବର ଜାତୀୟ ରାଜପଥ ଉପରେ ବୁଲୁଛି ଏହି ବଣୁଆ ହାତୀ । ଖାଦ୍ୟ ଅନ୍ୱେଷଣରେ ଦନ୍ତାହାତୀ ନିକଟସ୍ଥ ମହାଗିରୀ ପାହାଡ଼ରୁ ଏଠାକୁ ଚାଲିଆସିଥିବା ସନ୍ଦେହ କରାଯାଉଛି । ହାତୀଟିକୁ ଆଜି ସକାଳୁ ପ୍ରଥମେ ଗୋବରଘାଟି ଅଞ୍ଚଳରେ ଦେଖିବାକୁ ମିଳିଥିଲା । ପରେ ହାତୀଟି ୫୩ ନଂ ଜାତୀୟ ରାଜପଥ ଦେଇ ଝୁମ୍ପାଣ ଅଞ୍ଚଳରୁ ସୁକିନ୍ଦା ତୃତୀୟ ରିଜର୍ଭ ବାଟାଲିୟନ ଅଭିମୁଖେ ଚାଲି ଆସିଛି । ତେବେ ହାତୀଟି ଏପର୍ଯ୍ୟନ୍ତ କୌଣସି ଧନଜୀବନ କ୍ଷତି କରିନଥିବା ବେଳେ ଟମକା ଓ ସୁକିନ୍ଦା ବନାଞ୍ଚଳ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ହାତୀଟିକୁ ଜଙ୍ଗଲକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ସେପଟେ ବଣୁଆ ହାତୀଟି ଜନବସ୍ତି ଅଞ୍ଚଳରେ ବୁଲୁଥୁବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହେଇଯାଇଛନ୍ତି । ହାତୀ ଆଗକୁ ନଯିବା ପାଇଁ ଡାକବାଜି ଯନ୍ତ୍ର ମଧ୍ୟରେ ଲୋକଙ୍କୁ ସୂଚନା ଦେଉଛି ବନ ବିଭାଗ । ବନ ବିଭାଗ ପକ୍ଷରୁ ହାତୀ ଘୋଉଡାଇବାକୁ ଉଦ୍ୟମ ଜାରି ରହିଛି ।

Elephant
Elephant (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...ଗଣେଶ ମୂର୍ତ୍ତିକୁ ଶୁଣ୍ଢରେ ଭାଙ୍ଗି କଚାଡି ଦେଲା ହାତୀ, ଚିନ୍ତାରେ କାରିଗର - elephant breaks ganesh idol

ବନ୍ଧା ପଡ଼ିଛି କୁମ୍ଭୀର !

Crocodile
Crocodile (ETV Bharat Odisha)

ସେପଟେ ଆତଙ୍କ ଖେଳାଇଛି କୁମ୍ଭୀର । କେନ୍ଦ୍ରାପଡା ରାଜନଗର ଗଜରାଜପୁର ଗାଁ ଦାଣ୍ଡରେ କୁମ୍ଭୀର । ଗାଁ ପୋଖରୀରୁ କୁମ୍ଭୀରକୁ ଉଦ୍ଧାର ପରେ ଗାଁ ଦାଣ୍ଡରେ ଖୁଣ୍ଟରେ ବାନ୍ଧି ରଖିଛନ୍ତି ଉତ୍ତକ୍ତେ ଲୋକେ । ଦୀର୍ଘ ସମୟ ଧରି କୁମ୍ଭୀରକୁ ଧରିବା ପାଇଁ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କର୍ଣ୍ଣପାତ କରୁନଥିଲା ବନ ବିଭାଗ । ଆଜି ଗାଁ ଲୋକେ ମିଶି ମାଛ ଧରିବା ଜାଲରେ କୁମ୍ଭୀରଟିକୁ କାବୁ କରି ଗାଁ ଦାଣ୍ଡ ଖୁଣ୍ଟରେ ବାନ୍ଧି ରଖିଥିବା ଘଟଣା ଆଜି ସମଗ୍ର ରାଜନଗର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅନ୍ୟପଟେ ବନବିଭାଗ ପହଞ୍ଚି କୁମ୍ଭୀରକୁ ନେବାକୁ ଉଦ୍ୟମ କରିଥିଲେ ମଧ୍ୟ ଗ୍ରାମବାସୀ କୁମ୍ଭୀରକୁ ନ ଛାଡିବା ନେଇ ଗାଁରେ ଉତ୍ତେଜନା ଦେଖାଯାଇଛି ।

Crocodile (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଧଳା କୁମ୍ଭୀରଙ୍କ ଘର ଭିତରକନିକା: ଶୋଭାବର୍ଦ୍ଧନ କରୁଛନ୍ତି ଗୋରୀ-ମଲ୍ଲୀ-ଶ୍ୱେତା, ହେଲେ ଚିନ୍ତା ବଢ଼ାଉଛି ପ୍ରଜନନ ଓ ବଂଶବୃଦ୍ଧି - Albino Crocodile in Odisha

ଏହା ମଧ୍ୟ ପଢ଼ନ୍ତୁ...ରାତିରେ ବାସନ ଧୋଇବାକୁ ଯାଇଥିଲେ ମହିଳା; ନଦୀରେ ଟାଣି ନେଲା କୁମ୍ଭୀର, ସକାଳୁ ମିଳିଲା କ୍ଷତାକ୍ତ ମୃତଦେହ - Kendrapara crocodile attack

ପୋଖରୀରୁ ସବୁ ମାଛ ଯାଆଁଳ ଖାଇ ଦେଇଛି କୁମ୍ଭୀର:

କେନ୍ଦ୍ରାପଡା ରାଜନଗର ଗଜରାଜପୁର ଗାଁର ମାଛ ଚାଷୀ ପ୍ରଦୀପ ବରାଳଙ୍କ କହିଛନ୍ତି,"ମାସକ ତଳେ ଏକ କୁମ୍ଭୀର କେନାଲରୁ ଉଠି ଆସି ମୁଁ ମାଛ ଛାଡିଥିବା ପୋଖରୀରେ ପଶିଥିଲା, ଏନେଇ ବନବିଭାଗକୁ ମଧ୍ୟ ଆମେ ଖବର ଦେଇଥିଲୁ । ହେଲେ ବନବିଭାଗ କୌଣସି ପଦକ୍ଷେପ ନେଲା ନାହିଁ । ଯାହାଫଳରେ କୁମ୍ଭୀରଟି ପୋଖରୀରୁ ମୁଁ ଛାଡିଥିବା ସମସ୍ତ ମାଛ ଯାଆଁଳ ଖାଇ ଦେଇଥିଲା । ଆଜି ପୁଣି ଗୋଟିଏ ପୋଖରୀରୁ ଅନ୍ୟ ଏକ ପୋଖରୀକୁ ଯାଇଥିବା ବେଳେ ମୋ ସ୍ତ୍ରୀ ଘରର ବାସନକୁସନ ମାଜିବାକୁ ଯାଇଥିବା ବେଳେ କୁମ୍ଭୀରଟିକୁ ଦେଖି ମୋତେ ଡାକିଥିଲେ । ମୁଁ ଗାଁର ୧୦ରୁ ୧୫ ଜଣ ଲୋକଙ୍କୁ ନେଇ ପୋଖରୀରେ କୁମ୍ଭୀର ଭାସୁଥିବା ଦେଖି ପ୍ରଶାସନକୁ ଜଣାଇଥିଲୁ । ସେମାନେ ସମସ୍ତେ ଆସିଥିଲେ ସୁଦ୍ଧା ତୁମେ ପୋଖରୀ ସଫା କର, ଦଳ କାଢ଼ ତାପରେ ଆମେ ଆସିବୁ ବୋଲି କହି ଚାଲି ଯାଇଥିଲେ । ମୁଁ ଓ ଗାଁ ଲୋକେ ମିଶି ମାଛଧରା ଜାଲ ଆଣି କୁମ୍ଭୀରଟିକୁ କାବୁ କରିଥିଲୁ ।"

ଇଟିଭି ଭାରତ, ଯାଜପୁର/କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.