ETV Bharat / state

ଅଧା ବାଟରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ, ଘରକୁ ଫେରି ପାରିଲାନି ମୃତଦେହ - Migrant labour death

author img

By ETV Bharat Odisha Team

Published : Sep 14, 2024, 3:14 PM IST

Migrant labour death: ପେଟପାଟଣା ପାଇଁ ବେଙ୍ଗାଲୁରୁ ଯାଇ ଆଉ ଘରକୁ ଫେରିପାରିଲେନି ଓଡ଼ିଶା ଶ୍ରମିକ । ଆଧା ବାଟରେ ଚାଲିଗଲା ଜୀବନ । ଘରକୁ ଫେରିପାରୁନି ମୃତଦେହ । ଅଧିକ ପଢନ୍ତୁ

MIGRANT LABOUR DEATH
MIGRANT LABOUR DEATH (Etv Bharat)

ଅନୁଗୋଳ: ପୁଣି ସାମ୍ନାକୁ ଆସିଲା ଦାଦନ ଦୁର୍ଦ୍ଦଶା । ଘରେ ପହଞ୍ଚିବା ପୂର୍ବରୁ ଅଧା ବାଟରେ ଚାଲିଗଲା ଯୁବକଙ୍କ ଜୀବନ । ପେଟପାଟଣା ପାଇଁ ବେଙ୍ଗାଲୁରୁକୁ ଟଙ୍କା ରୋଜଗାର କରିବାକୁ ଯାଇ ଆଉ ଘରକୁ ଫେରିପାରିଲେନି ଅନୁଗୋଳ ଜିଲ୍ଲାର ବଲାସିଂହା ଗାଁର ସନ୍ତୋଷ ସାହୁ । ଟ୍ରେନ ଯୋଗେ ଘରକୁ ଫେରୁଥିବା ଆନ୍ଧ୍ରପ୍ରଦେଶରରେ ଚାଲିଗଲା ଜୀବନ । ମୃତ୍ୟୁ ପୂର୍ବରୁ ପୁଅକୁ ଦେଖିପାରିଲେ ନାହିଁ ପରିବାର ଲୋକେ । ପାଖରେ ଟଙ୍କା ନଥିବାରୁ ମୃତଦେହକୁ ଘରକୁ ଫେରାଇ ଆଣିବାକୁ ମଧ୍ୟ ଅସମର୍ଥ ।

MIGRANT LABOUR DEATH (Etv Bharat)

କଣ ଥିଲା ସମ୍ପୂର୍ଣ୍ଣ ଘଟଣା ?

ଟଙ୍କା ଦୁଇ ପଇସା ରୋଜଗାର କରିବା ପାଇଁ ସନ୍ତୋଷ ସାହୁ ସୁଦୂର ବେଙ୍ଗାଲୁରୁ ଯାଇଥିଲେ । ହଠାତ୍‌ ସେଠାରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ଟ୍ରେନ ଯୋଗେ ଗାଁକୁ ଫେରୁଥିଲେ । ହେଲେ ହଠାତ୍‌ ଆନ୍ଧ୍ରପ୍ରଦେଶର ଗୁଥକଲ ଜଙ୍ଗସନରେ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ। ଯାତ୍ରୀମାନେ ଅପେକ୍ଷା କରିଥିବା ସ୍ଥାନରେ ପଡିଯାଇଥିଲେ । ଏହାପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ସେଠାକାର ପୋଲିସ ସନ୍ତୋଷଙ୍କ ପରିବାରକୁ ଜଣାଇଥିଲେ । ହେଲେ ଅନୁଗୋଳରୁ ସେହି ସ୍ଥାନଟି ୧୩ଶହ କିମିରୁ ଅଧିକ ଦୂର ହୋଇଥିବାରୁ ପରିବାର ଲୋକେ ସେଠାକୁ ଯାଇ ମୃତଦେହ ଆଣିବା ଆଦୌ ସମ୍ଭବ ନୁହେଁ । ତେଣୁ ମୃତଦେହ ଜନ୍ମ ମାଟିକୁ ଫେରି ପାରୁନାହିଁ ।

ଏହା ମଧ୍ୟ ପଢନ୍ତୁ-ଦଣ୍ଡପାଟର ଦାଦନ ଦୁଃଖ, ଗାଁକୁ ଫେରିଲା ନାବାଳକ ଶ୍ରମିକ ମୃତଦେହ - Dandapata Migrant labour died

ସନ୍ତୋଷଙ୍କ ପରିବାର କହିଲେ ବାପା, ମା’, ଭାଇ, ସ୍ତ୍ରୀ ଓ ଦେଢ଼ ବର୍ଷର ପୁଅ । ଘରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ସନ୍ତୋଷ ରହୁଥିବା ଘରଟି ବର୍ଷାରେ ଭାଙ୍ଗି ଯିବାରୁ ତାଙ୍କ ବାପାଙ୍କୁ ମିଳିଥିବା ସରକାରୀ ଆବାସରେ ଆସି ଆଶ୍ରୟ ନେଉଛନ୍ତି । ବୟସାଧିକ ଯୋଗୁ ବାପା ମାଆ କିଛି କାମ କରି ପାରୁ ନାହାନ୍ତି । ମାଆ ପରଘରେ ଅଳ୍ପ କାମ କରି ଯାହା ମିଳେ ସେଥିରେ ଚଳନ୍ତି । ସନ୍ତୋଷ ସ୍ତ୍ରୀ ବିଡ଼ି ତିଆରି କରି ନିଜ ଛୁଆକୁ ପାଳୁଛି । ଏମିତି ଅବସ୍ଥାରେ ଜୀବନ ବିତୁଛି । ତେଣୁ ଏଭଳି ପରିସ୍ଥିତିରେ କେମିତି ପୁଅର ମୃତଦେହ ଘରକୁ ଫେରାଇ ଆଣିବେ ସେନେଇ ଚିନ୍ତାରେ ପରିବାର ଲୋକେ ।

ମୃତକଙ୍କ ସ୍ତ୍ରୀ କହିଛନ୍ତି, ''ବେଙ୍ଗାଲୁରୁ ଯିବାର ମାତ୍ର 15 ଦିନ ହୋଇଛି । ସେଠାରେ ଜ୍ବର ହେବା ପରେ ଚିକିତ୍ସିତ ହେଲେ । ତାପରେ ଫୋନ କରିକି କହିଲେ ଘରକୁ ପଳାଇ ଆସିବେ । ସେ ଯେଉଁଟି କାମ କରୁଥିଲେ ତାଙ୍କ ମାଲିକ ଫେନ କରି ତାଙ୍କୁ ଜ୍ବର ହୋଇଥିବା କହିଥିଲେ । ଏହାପରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ । ଆନ୍ଧ୍ରାରେ ତାଙ୍କର ମୃତ୍ୟୁ ହୋଇଛି । ''

ଏହା ମଧ୍ୟ ପଢନ୍ତୁ-ରେଳ ଧାରଣାରୁ ମିଳିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ - two migrant labour death

ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ସରୁନି ଦାଦନ ଦୁଃଖ, ପୁଣି ଦୁଇ ଶ୍ରମିକଙ୍କ ଗଲା ଜୀବନ - MIGRANT LABOUR DEATH

ଇଟିଭି ଭାରତ,ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.