ETV Bharat / state

ମଦ ନେଲା ଜୀବନ, ସାଙ୍ଗକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସାଙ୍ଗ - Youth killed friend

author img

By ETV Bharat Odisha Team

Published : Sep 14, 2024, 12:12 PM IST

Sambalpur Murder: ବଲାଙ୍ଗୀରରେ ମଦ ନିଶାରେ ସାଙ୍ଗର ଜୀବନ ନେଲା ସାଙ୍ଗ । ଠେଙ୍ଗାରେ ପିଟିପିଟି କଲା ହତ୍ୟା । ଅଭିଯୁକ୍ତ କେରଳର ମୂଳ ବାସିନ୍ଦା ଓ ସମ୍ବଲପୁରରେ ରହୁଥିବା ପୋଲିସର ସୂଚନା । ଅଧିକ ପଢନ୍ତୁ

ମଦ ନିଶାରେ ସାଙ୍ଗର ଜୀବନ ନେଲା ସାଙ୍ଗ
ମଦ ନିଶାରେ ସାଙ୍ଗର ଜୀବନ ନେଲା ସାଙ୍ଗ (ETV Bharat Odisha)

ସମ୍ବଲପୁର: ମଦ ନିଶାରେ ସାଙ୍ଗର ଜୀବନ ନେବାକୁ ପଛାଇଲା ନାହିଁ ସାଙ୍ଗ । ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ସାଙ୍ଗଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହେବା ପରେ ସାଙ୍ଗକୁ ପିଟି ପିଟି ହତ୍ୟା କଲା ସାଙ୍ଗ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାସନପୁର ସ୍ଥିତ ବାଙ୍କିଟିକରା ଗ୍ରାମରେ । ମୃତକ ସତ୍ୟନାରାୟଣ ପାଣିଗ୍ରାହୀ ଭାବେ ଚିହ୍ନଟ ହୋଇଛନ୍ତି । ଅନ୍ୟ ଦୁଇ ଯୁବକ ମଧ୍ୟ ଅଭିଯୁକ୍ତର ଆକ୍ରମଣରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତ 45 ବର୍ଷୀୟ ଜେ.ଶ୍ରୀଧରକୁ ପୋଲିସ ଗିରଫ କରିଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

  • ସାମାନ୍ୟ ବଚସାରୁ ହତ୍ୟା:-

ପୋଲିସର ସୂଚନା ଅନୁସାରେ, ମୃତକ ସତ୍ୟନାରାୟଣ ପାଣିଗ୍ରାହୀ (45) ହେଉଛନ୍ତି ମିର୍ଗାମୁଣ୍ଡା ଅଞ୍ଚଳର । ଗତକାଲି ରାତିରେ ବାଙ୍କୀଟିକରାର ନରେଶ ଓରାମଙ୍କ ଘର ପଛପଟ ବାରଣ୍ଡାରେ ସତ୍ୟନାରାୟଣ ପାଣିଗ୍ରାହୀ, ଜେ. ଶ୍ରୀଧର, ଦିଲ୍ଲୀପ ରାଉତ, ପ୍ରଫୁଲ୍ଲ ବାଦୀ ମିଶି ଖିଆ ପିଆ କରିଥିଲେ । ସତ୍ୟନାରାୟଣ ପ୍ରାଣିଗ୍ରାହୀ ଓ ଜେ.ଶ୍ରୀଧର ସେହିସ୍ଥାନରେ ମଦ୍ୟପାନ କରିଥିଲେ । ଦିଲ୍ଲୀପ ରାଉତ ଓ ପ୍ରଫୁଲ୍ଲ ବାଦୀ ଘରେ ଟିଭି ଦେଖୁଥିବା ସମୟରେ କୌଣସି କଥାକୁ ନେଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ଜେ.ଶ୍ରୀଧର ସତ୍ୟନାରାୟଣଙ୍କୁ ଏକ ବାଡିରେ ଆକ୍ରମଣ କରିଥିଲା । ଚିତ୍କାର ଶୁଣି ଘରେ ଟିଭି ଦେଖୁଥିବା ଦିଲ୍ଲୀପ ରାଉତ ଓ ପ୍ରଫୁଲ୍ଲ ବାଦୀ ସତ୍ୟନାରାୟଣଙ୍କୁ ବଞ୍ଚାଇବାକୁ ଆସିଥିଲେ ସୁଦ୍ଧା ସେମାନେ ମଧ୍ୟ ଅଭିଯୁକ୍ତର ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣରେ ଦିଲ୍ଲୀପ ରାଉତ ଘଟଣାସ୍ଥଳରେ ଅଚେତ ହୋଇ ଯାଇଥିବା ବେଳେ ପ୍ରଫୁଲ୍ଲ ବାଦୀ କୌଣସି ପ୍ରକାରେ ସେଠାରୁ ଦୌଡ଼ି ପଳାଇ ଆହତ ଅବସ୍ଥାରେ ହସ୍ପିଟାଲ ଯାଇଥିଲେ । ଆଜି ସକାଳୁ ମୃତକଙ୍କ ସମ୍ପର୍କୀୟ ଭାଇ ବିକାଶ ରଞ୍ଜନ ପୁରୋହିତ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସଦର ଥାନାକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୁକ୍ତ ଜେ.ଶ୍ରୀଧରକୁ ରେଳ ଷ୍ଟେସନରୁ ଗିରଫ କରିଥିବା ସଦର SDPO ତୁଫାନ ବାଗ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ମାଟ୍ରିମନି ସାଇଟରୁ ସଂପର୍କ, ମହିଳାମାନଙ୍କୁ ବ୍ଲାକମେଲ କରି ଯୌନ ଶୋଷଣ ! ବାନ୍ଧିଲା କ୍ରାଇମବ୍ରାଞ୍ଚ - Sexual harassment for marriage

  • ପୋଲିସ ନିକଟରେ କଣ ସ୍ବୀକାର କଲା ଅଭିଯୁକ୍ତ ?

ସଦର ଥାନା ଅଧିକାରୀ ସାବିତ୍ରୀ ବଳଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୃତକ ସତ୍ୟନାରାୟଣ ଜଣେ ସ୍ଥାନୀୟ ଚାଷୀ ହୋଇଥିବା ବେଳେ ଅଭିଯୁକ୍ତ ଜେ.ଶ୍ରୀଧର ଜଣେ କେରଳ ରାଜ୍ୟର ବାସିନ୍ଦା । ସେ ଏହି ଗାଁରେ ରହି ଆସୁଛନ୍ତି ଓ ଚାଷ କରନ୍ତି । ତେବେ ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି ଯେ ଅଭିଯୁକ୍ତ, ଜେ.ଶ୍ରୀଧରଙ୍କ ବୟାନ ଅନୁସାରେ, ସେ ରାଜ୍ୟ ବାହାରୁ ଆସି ଏହି ଗାଁରେ ରହୁଥିବାରୁ ସତ୍ୟନାରାୟଣ ତାଙ୍କୁ ସବୁବେଳେ ବାହାରିଆ ଲୋକ କହି ଧମକ ଦେବା ସହ ସବୁବେଳେ ମଦ ପିଇବାକୁ ମାଗୁଥିଲେ । ନହେଲେ ସରକାରୀ ଜମିରେ ରହିଛୁ ବୋଲି କହି ତଡିଦେବାର ଧମକ ମଧ୍ୟ ଦେଉଥିଲା । ଗତକାଲି ମଧ୍ୟ ସେ ସତ୍ୟନାରାୟଣର କହିବା ଅନୁସାରେ, ମଦ ଆଣି ଦେଇଥିଲା । ପରେ ଗାଳିଗୁଲଜ କରିବାରୁ ତାକୁ ଆକ୍ରମଣ କରିଥିଲା ବୋଲି ଅଭିଯୁକ୍ତ ଶ୍ରୀଧର ସ୍ବୀକାର କରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.