ETV Bharat / state

ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ସମ୍ଭାବନା, ୩ଟି ଜିଲ୍ଲାକୁ ରେଡ୍ ଆଲର୍ଟ - Odisha Weather Update

author img

By ETV Bharat Odisha Team

Published : Sep 14, 2024, 5:12 PM IST

Heavy Rain In Odisha: ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ । ଭୀଷଣ ବର୍ଷା ପାଇଁ ବିଭିନ୍ନ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

Odisha Weather Update
Odisha Weather Update (ETV Bharat Odisha)

ଭୁବନେଶ୍ବର: ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରେ ସୃଷ୍ଟ ହୋଇଥିବା ଲଘୁଚାପ । ବର୍ତ୍ତମାନ ଗଭୀର ଅବପାତଟି ବାଂଲାଦେଶ ଓ ପଶ୍ଚିମବଙ୍ଗ ଗାଙ୍ଗେଟିକ୍ ଅଞ୍ଚଳ ଉପରେ ରହିଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦେଇ ଗତି କରିବା ସହ ଆଜି ପାଇଁ ତୀବ୍ରତା ରହିବ । ଏହା ଗତ ୬ ଘଣ୍ଟା ଧରି ୨୮ କିମି ବେଗରେ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ପରେ ପୁଣି ଗଭୀର ଅବପାତଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଦୁର୍ବଳ ହେବା ସହ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସହ ଝାଡଖଣ୍ଡ ଓ ଛତିଶଗଡ ଆଡକୁ ଗତି କରିବ ବା ଉପକୂଳ ଅତିକ୍ରମ କରିବ । ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ।

ବିଜୁଳି ଘଡ଼ଘଡ଼ି ସହ ବର୍ଷା ସତର୍କ:

Odisha Weather Update
Odisha Weather Update (IMD)

ଆଜି ସାରା ରାଜ୍ୟରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ ଜାରି କରାଯାଇଛି । ଆଜି ଅନେକ ସ୍ଥାନରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ଵର ଜିଲ୍ଲାରେ ଭୀଷଣ ବର୍ଷା ସହ ବିଜୁଳି ଘଡ଼ଘଡ଼ ସମ୍ଭାବନା ଥିବାରୁ ଏହି ୩ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ ଓ ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ସହ ବିଜୁଳି ଘଡ଼ଘଡ଼ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏଥିସହ ପ୍ରବଳ ବର୍ଷା ସହ ସହ ବିଜୁଳି ଘଡ଼ଘଡ଼ି ନେଇ ୧୩ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି । ଜିଲ୍ଲା ଗୁଡ଼ିକ ହେଉଛି କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବୌଦ୍ଧ, ଦେବଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ । ସେହିପରି ବିଜୁଳି ଘଡ଼ଘଡ଼ି ପାଇଁ କୋରାପୁଟ, ମାଲକାନଗିରି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ପୁରୀକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ଆଜିଠୁ ପୁଣି ଲଘୁଚାପ ବର୍ଷା: ୩କୁ ଅରେଞ୍ଜ ଆଲର୍ଟ, ମୟୂରଭଞ୍ଜରେ ସ୍କୁଲ ଛୁଟି - Low Pressure Rain

ଆସନ୍ତାକାଲି ଏସବୁ ଜିଲ୍ଲାରେ ଭୀଷଣ ବର୍ଷା:

ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଦେଓଗଡ଼, ଅନୁଗୋଳ, କେନ୍ଦୁଝର, ସୋନପୁର, ବରଗଡ଼ ଓ ମୟୂରଭଞ୍ଜରେ ପ୍ରବଳ ବର୍ଷାର ଆଶଙ୍କା ନେଇ ଜାରି ହୋଇଛି ୟେଲୋ ଚେତାବନୀ । ସେପଟେ ୧୬ ତାରିଖରୁ କମିବ ବର୍ଷାର ପରିମାଣ । ତେବେ ସମୁଦ୍ର ମଧ୍ୟରେ ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆଜି ଠାରୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏହାସହ ବନ୍ଦର ଗୁଡିକୁ ୩ ନମ୍ବର ବିପଦ ସଂକେତର ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶା ଉପକୂଳ ଅର୍ଥାତ ପାରାଦ୍ୱୀପ ଓ ଧାମରା ବନ୍ଦର ପାଇଁ ଏହି ୱାର୍ଣ୍ଣିଂ ରହିଛି।

Odisha Weather Update
Odisha Weather Update (IMD)

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ: କହିଲେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ, କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା - Reviews Flood Situation

ଏହା ମଧ୍ୟ ପଢ଼ନ୍ତୁ...ବାଂଲାଦେଶ ଉପକୂଳରେ ଲଘୁଚାପ, ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ନେବ ଅବପାତ ରୂପ - Low Pressure Rain

ନିଅଣ୍ଟିଆ ବର୍ଷା:

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୯୫୦.୩ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୧୦୪୪.୯ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ ହୋଇଛି । ସେହିପରି ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜର ମୌସୁମୀରେ ସର୍ବାଧିକ ୧୩୬.୦୦ ମି ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.