ମୁମ୍ବାଇ: ଷ୍ଟଣ୍ଟ ପ୍ରଦର୍ଶନ କରିବା ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲଙ୍କ ପାଇଁ ପଡିଲା ମହଙ୍ଗା । ଅଭିନେତାଙ୍କୁ ହେପାଜତକୁ ନେଇଛି ମୁମ୍ବାଇ ରେଲୱେ ପୋଲିସ । ବାନ୍ଦ୍ରାସ୍ଥିତ ରେଳୱେ ପୋଲିସ (ଆରପିଏଫ) କାର୍ଯ୍ୟାଳୟରୁ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଅଭିନେତା କାର୍ଯ୍ୟାଳୟରେ ବସିଥିବାର ନଜର ଆସିଛନ୍ତି । ଏହା ବାନ୍ଦ୍ରା ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୧ର ଆରପିଏଫ କାର୍ଯ୍ୟାଳୟର ବୋଲି ଜଣାପଡିଛି । ଏହି ଫଟୋ ବେଶ ଭାଇରାଲ ହେଉଛି । ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କୁ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିଥିବା ଅଭିଯୋଗରେ ରେଲୱେ ପୋଲିସ ଅଭିନେତାଙ୍କୁ ଅଟକ ରଖି ପଚରାଉଚରା କରୁଛି । ହେଲେ ଏପର୍ଯ୍ୟନ୍ତ ଏନେଇ ପୋଲିସ ପକ୍ଷରୁ କୌଣସି ଅଫିସିଆଲ ସୂଚନା ମିଳି ପାରିନାହିଁ ।
- " class="align-text-top noRightClick twitterSection" data="">
ବିଦ୍ୟୁତ ଜାମୱାଲ ଚଳଚ୍ଚିତ୍ରରେ ଆକ୍ସନ ସିନ୍ କରିବା ପାଇଁ ବେଶ ଜଣାଶୁଣା । ଜଣେ ଅଭିନେତା ହେବା ବ୍ୟତୀତ ସେ ଜଣେ ମାର୍ଶଲ ଆର୍ଟିଷ୍ଟ ମଧ୍ୟ । ସେ 'କମାଣ୍ଡୋ' ଚଳଚ୍ଚିତ୍ର ସହ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲେ । ଫିଲ୍ମଫେୟାର ବ୍ୟତୀତ ସେ ଅନେକ ପୁରସ୍କାର ଜିତିଛନ୍ତି । ସେ 'ଶକ୍ତି' ଚଳଚ୍ଚିତ୍ର ସହିତ ତେଲୁଗୁ ସିନେମାରେ ଡେବ୍ୟୁ କରିଥିଲେ । ଫିଲ୍ମ 'ଫୋର୍ସ' ସହ ହିନ୍ଦୀ ସିନେମାରେ ପ୍ରବେଶ କରିଥିଲେ । ଫିଲ୍ମ 'କମାଣ୍ଡୋ'ରେ ସେ ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହାପରେ ସେ 'ଅନଜାନ', 'ବାଦଶାହୋ', 'କମାଣ୍ଡୋ ୨', 'ଜଙ୍ଗଲି', 'ୟାରା', 'କମାଣ୍ଡୋ 3' ଏବଂ 'ସନକ' ଭଳି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି ।
ବିଦ୍ୟୁତ ଜାମୱାଲଙ୍କ ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ, ସେ ଖୁବଶୀଘ୍ର 'କ୍ରାକ'ରେ ନଜର ଆସିବେ । ଫିଲ୍ମଟି ଫେବୃଆରୀ ୨୩ରେ ରିଲିଜ ହେବ । ବର୍ତ୍ତମାନ ଫିଲ୍ମର ଜୋରଦାର ପ୍ରମୋସନରେ ଲାଗି ପଡିଛନ୍ତି ଫିଲ୍ମର ପୁରା ଟିମ । ଫେବୃଆରୀ ୯ରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଆକ୍ସନରେ ଭରା ଏହି ଦମଦାର ଟ୍ରେଲର ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: 'କ୍ରାକ'ର ପ୍ରଥମ ଟ୍ରାକ ରିଲିଜ, ପରଦାରେ ବିଦ୍ୟୁତ-ନୋରାଙ୍କ ଜବରଦସ୍ତ କେମେଷ୍ଟ୍ରି
କହିରଖୁଛୁ କି, 'କ୍ରାକ୍... ଜିତେଗା ତୋ ଜିଏଗା' ଫିଲ୍ମଟି ଏକ ସ୍ପୋର୍ଟ୍ସ୍ ଆକ୍ସନ୍ ଫିଲ୍ମ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଦତ୍ତ । ଏହି ଚଳଚ୍ଚିତ୍ରଟି ବିଦ୍ୟୁତ ଜାମୱାଲ ଏବଂ ଅବ୍ବାସ ସୟିଦଙ୍କ ଦ୍ୱାରା ନିର୍ମିତ । ଏହି ଫିଲ୍ମରେ ବିଦ୍ୟୁତ ଜାମୱାଲଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ନୋରା ଫତେହି ଏବଂ ଆମି ଜ୍ୟାକସନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।