ETV Bharat / entertainment

ତାରକ ମେହତା କା ଉଲଟା ଚଷମା ଅଭିନେତା ଗୁରୁଚରଣ ସିଂ ନିଖୋଜ, ଥାନାରେ ଏତଲା ଦେଲେ ବାପା - TMKOC Sodhi Missing

TMKOC Sodhi Missing: ତାରକ ମେହତା କା ଉଲଟା ଚଷମାର ସୋଧି ନିଖୋଜ । 22 ତାରିଖରୁ ପତ୍ତା ମିଳୁନଥିବା ବେଳେ ଥାନାରେ ପରିବାର ଲୋକଙ୍କ ଅଭିଯୋଗ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 27, 2024, 1:54 PM IST

ଗୁରୁଚରଣ ସିଂ ନିଖୋଜ
ଗୁରୁଚରଣ ସିଂ ନିଖୋଜ

ହାଇଦ୍ରାବାଦ: ତାରକ ମେହତା କା ଉଲଟା ଚଷମାର ଅଭିନେତା ନିଖୋଜ । ସୋଧି ଭୂମିକାରେ ଅଭିନୟ କରୁଥିବା ଗୁରୁଚରଣ ସିଂ ନିଖୋଜ ହୋଇଥିବା ଜଣାପଡିଛି । ଏହି ଖବର ସାମ୍ନକୁ ଆସିବା ପରେ ଟେଲିଭିଜନ ଜଗତରେ ଆତଙ୍କ ଖେଳିଯାଇଛି । ଏନେଇ ପରିବାର ଲୋକେ ଥାନାରେ ଏକ ଅଭିଯୋଗ ମଧ୍ୟ କରିଛନ୍ତି ।

ପୋଲିସ କ୍ରମାଗତ ଭାବେ ତାଙ୍କୁ ଖୋଜିବା ପାଇଁ ଚେଷ୍ଟା କରୁଥିବା କଥା କୁହାଯାଇଛି । ଏନେଇ ତାଙ୍କ ବନ୍ଧୁ ସୋନି ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି । ଗତ କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ନେଇ ସେ କହିଛନ୍ତି । ତେବେ ସେ ଶ୍ରୀଘ୍ର ଫେରିବେ ଏବଂ ତାଙ୍କ ପରିବାର ସହିତ ଲଗାତାକ ସେ ଯୋଗଯୋଗରେ ରହିଥିବା ନେଇ ଆଶା ରଖିଥିବା କଥା କହିଛନ୍ତି ସୋନି ।

କିଛି ଦିନ ହେବ ଠିକ ନଥିଲା ସ୍ବାସ୍ଥ୍ଯବସ୍ଥା: ସୋନି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ତାଙ୍କ ପିତାମାତା ଚିନ୍ତିତ ହୋଇ ଦିଲ୍ଲୀର ଏକ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଛନ୍ତି । ମୁଁ ମଧ୍ୟ ମୁମ୍ବାଇରେ ଅଭିଯୋଗ କରିବି । ଗତ କିଛି ଦିନ ଧରି ଗୁରୁଚରନଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା । ତେଣୁ ସେଥିପାଇଁ ମୁଁ ଟିକେ ଚିନ୍ତାରେ ରହିଛି । ଦିଲ୍ଲୀ ଯିବା ପୂର୍ବରୁ ତାଙ୍କର ବିପି ଅଧିକ ଥିଲା ଏବଂ ସେ କିଛି ପରୀକ୍ଷା ମଧ୍ୟ କରିଥିଲେ । ସେ ଯିବା ପୂର୍ବରୁ ମଧ୍ୟ ଠିକ୍ ଖାଉ ନଥିଲେ । ମୁଁ ଭଗବାନଙ୍କୁ ପ୍ରାର୍ଥନା କରେ ଯେ ସେ ନିରାପଦରେ ଘରକୁ ଫେରନ୍ତୁ ।"

ଏହା ମଧ୍ୟ ପଢନ୍ତୁ: ଆନିମେଡେଟ ଶୋ ‘ତାରକ ମେହତା କା ଉଲ୍ଟା ଚଷମା’ର ଟାଇଟେଲ ଟ୍ରାକ ରିଲିଜ

ଚିନ୍ତାରେ ଜେନିଫର: ତାରକା ମେହେତା କା ଉଲଟା ଚଷମାରେ ସୋଧିଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଜେନିଫର ମିସ୍ତ୍ରି କହିଛନ୍ତି, ମୁଁ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛି । ଗୁରୁଚରଣ 2020 ମସିହାରେ ସିଟକମ୍ ଛାଡି ଦୋଇଥିଲେ । ଏହାପରେ 2023 ମସିହାରେ ଜେନିଫର ମଧ୍ୟ ଶୋ ଛାଡିଥିଲେ ।

ଅଭିନେତାଙ୍କ ବାପା ପୋଲିସ ଷ୍ଟେସନରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ସେ ଅଭିଯୋଗ ପତ୍ରରେ ଲେଖିଛନ୍ତି, ମୋ ପୁଅ ଗୁରୁଚରଣ(50) ଏପ୍ରିଲ 22 ତାରିଖ ସକାଳ 8ଟା 30 ମିନିଟରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ । କିନ୍ତୁ ସେ ଘରକୁ ଫେରିନଥିଲେ । ଫୋନ ମଧ୍ୟ ବନ୍ଦ ରହିଛ । ସେ ମାନସିକ ସ୍ତରରେ ସୁସ୍ଥ ରହିଛନ୍ତି । ଆମେ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲୁ କିନ୍ତୁ ପାଇଲୁ ନାହିଁ । '

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.