ETV Bharat / entertainment

ଏହି କାରଣରୁ ୪ ବର୍ଷ ବ୍ରେକ ନେଇଥିଲେ କିଙ୍ଗ ଖାନ

author img

By ETV Bharat Odisha Team

Published : Jan 30, 2024, 10:54 AM IST

Shahrukh Khan On Break: କିଛି ଫିଲ୍ମ ଫ୍ଲପ ହେବା ପରେ ନର୍ଭସ ହୋଇପଡିଥିଲେ କିଙ୍ଗ ଖାନ । ଏହାପରେ ସେ ଫିଲ୍ମ ଦୁନିଆରୁ ପ୍ରାୟ ୪ ବର୍ଷର ବ୍ରେକ ନେଇଥିଲେ । ଏନେଇ ଏକ କାର୍ଯ୍ୟକ୍ରମରେ ଖୁଲାସା କରିଛନ୍ତି ଶାହାରୁଖ । ଅଧିକ ପଢନ୍ତୁ

ଏହି କାରଣରୁ ୪ ବର୍ଷ ବ୍ରେକ ନେଇଥିଲେ କିଙ୍ଗ ଖାନ
ଏହି କାରଣରୁ ୪ ବର୍ଷ ବ୍ରେକ ନେଇଥିଲେ କିଙ୍ଗ ଖାନ

ହାଇଦ୍ରାବାଦ: ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ 'ଜିରୋ' ଫ୍ଲପ ହେବା ପରେ ବଲିଉଡ ବାଦଶାହା ଶାହାରୁଖ ଖାନ ଫିଲ୍ମି ଦୁନିଆରୁ ଦୂରେଇ ରହିଥିଲେ । ଏହାପରେ ଦୀର୍ଘ ୪ ବର୍ଷର ବ୍ରେକ ପରେ ସେ ୨୦୨୩ରେ ଦମଦାର କମବ୍ୟାକ କରିଥିଲେ । ଏହି ବର୍ଷ କିଙ୍ଗ ଖାନଙ୍କ ଅଭିନୀତ ୩ଟି ଫିଲ୍ମ 'ପଠାନ, ଜବାନ ଏବଂ ଡଙ୍କି' ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କ ମନ ଜିତିବା ସହ ବମ୍ପର କଲେକ୍ସନ ସହ ବ୍ଲକବ୍ଲଷ୍ଟର ହୋଇଥିଲା । ଏହାରି ମଧ୍ୟରେ ଶାହାରୁଖ ଖାନ ଦୀର୍ଘ ଦିନର ବ୍ରେକ ପରେ କାହିଁକି ପଠାନ ସହ ଫେରିଥିଲେ ଏବଂ ଫ୍ଲପ ଫିଲ୍ମ ତାଙ୍କ ଉପରେ କେତେ ପ୍ରଭାବ ପକାଇଥିଲା, ତାହାର ଖୁଲାସା କହିଛନ୍ତି ।

ସୋମବାର ମୁମ୍ବାଇରେ ଆୟୋଜିତ ଏକ ସ୍ପେଶାଲ ଫ୍ୟାନ ମିଟ୍ କାର୍ଯ୍ୟକ୍ରମରେ ଶାହାରୁଖ ଖାନ ଯୋଗ ଦେଇଥିଲେ । ଏହି ସମୟରେ ସେ ତାଙ୍କୁ ଦେଇଥିବା ଭଲପାଇବା ଏବଂ ସମ୍ମାନ ପାଇଁ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଭିଡିଓକୁ ଏକ୍ସରେ ଶାହାରୁଖ ଖାନଙ୍କ ଫ୍ୟାନ କ୍ଲବ ପକ୍ଷରୁ ସେୟାର କରାଯାଇଛି । ଯାହା ଏବେ ବେଶ ଭାଇରାଲ ହେଉଛି । ଏଥିସହ ଏହି ଭିଡିଓରେ ସେ ଫ୍ୟାନ୍ସଙ୍କ କଥାବାର୍ତ୍ତା କରୁଥିବାର ମଧ୍ୟ ନଜର ଆସିଛନ୍ତି ।

ଭିଡିଓରେ ବ୍ରେକ ସମ୍ପର୍କରେ ଶାହାରୁଖ କହିଛନ୍ତି ଯେ, ଏହା ମୋ ପାଇଁ ନୂଆ ଥିଲା କାରଣ ମୁଁ ୩୩ ବର୍ଷ ଧରି କାମ କରୁଛି ଏବଂ ତା' ମଧ୍ୟରେ ବଡ ବ୍ରେକ ନେବାକୁ ପଡିବ ମୁଁ ଭାବିନଥିଲି । ସେହି ସମୟରେ କହିବାକୁ ଗଲେ, ମୁଁ କ'ଣ କେହି ବି ମୋ ସ୍ଥାନରେ ଥିଲେ ବିବ୍ରତ ଏବଂ ନର୍ଭସ ଅନୁଭବ କରିଥାନ୍ତା । ମୁଁ ସଠିକ୍ ଚଳଚ୍ଚିତ୍ର ଆଣିବାକୁ ଆଶା କରୁଥିଲି । ହେଲେ ମୋର କିଛି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିନଥିଲା ଏବଂ ମୁଁ ଅନୁଭବ କରିଥିଲି ଯେ ମୁଁ ଆଉ ଭଲ ଚଳଚ୍ଚିତ୍ର ନିର୍ମାଣ କରୁନାହିଁ । କିନ୍ତୁ ମୁଁ ଏବେ ଭାବୁଛି ଲୋକଙ୍କ ମୋ ଫିଲ୍ମ ପ୍ରତି ବହୁତ ଭଲପାଇବା ଥିଲା, ଯାହା ପଠାନ, ଜବାନ ଏବଂ ଡଙ୍କିକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ଗତ ୫ ବର୍ଷ ଶାହାରୁଖଙ୍କ ପରିବାର ପାଇଁ ଥିଲା ସଂଘର୍ଷପୂର୍ଣ୍ଣ, ଖୁଲାସା କଲେ ଅଭିନେତା

ଶାହାରୁଖ ଆହୁରି କହିଛନ୍ତି, ମୁଁ ଭାବୁଛି ଆମ ଦେଶ ତଥା ବାହାରେ ଲୋକମାନେ ମୋତେ ନିଜ ହୃଦୟରେ ରଖିଛନ୍ତି ଏବଂ ତା’ଠାରୁ ଅଧିକ, ମୋର ଚଳଚ୍ଚିତ୍ରକୁ ମଧ୍ୟ । ୪ ବର୍ଷର ବିରତି ନିଅ ନାହିଁ, ୨ରୁ ୪ ମାସ ଭଲ ଅଛି । ମୁଁ ତୁମ ସମସ୍ତ ଫ୍ୟାନ୍ସ, ଦର୍ଶକ ଏବଂ ସମଗ୍ର ବିଶ୍ବକୁ କୃତଜ୍ଞତା ଜଣାଉଛି । ଯେଉଁମାନେ ମୋତେ ଅନୁଭବ କରାଇଥିଲେ ଯେ ଯାହା ମୁଁ କରୁଛି ତାହା ଠିକ କରୁଛି ଏବଂ ଏହାକୁ ମୋତେ ଜାରି ରଖିବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.