ETV Bharat / entertainment

ହନୁମାନ ଜୟନ୍ତୀରେ ଫ୍ୟାନ୍ସଙ୍କୁ 'ହନୁମାନ' ଫିଲ୍ମ ନିର୍ମାତାଙ୍କ ଭେଟି, ଏଠି ଦେଖିପାରିବେ ସ୍ପେଶାଲ ଶୋ' - Hanuman Film Special Show - HANUMAN FILM SPECIAL SHOW

HanuMan historic 100 Days Journey: ଆଜି ପ୍ରଭୁ ହନୁମାନଙ୍କ ଜନ୍ମ ବାର୍ଷିକୀ ଏବଂ ଫିଲ୍ମର ୧୦୦ଦିନ ପୂର୍ତ୍ତି ଅବସରରେ 'ହନୁମାନ' ଫିଲ୍ମ ନିର୍ମାତା ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଆଜି ଫିଲ୍ମର ସ୍ପେଶାଲ ଶୋ' ଦେଖିପାରିବେ ଦର୍ଶକ ।

ହନୁମାନ ଜୟନ୍ତୀରେ ଫ୍ୟାନ୍ସଙ୍କୁ 'ହନୁମାନ' ଫିଲ୍ମ ନିର୍ମାତାଙ୍କ ଭେଟି, ଏଇଠି ଦେଖିପାରିବେ ସ୍ପେଶାଲ ଶୋ'

author img

By ETV Bharat Odisha Team

Published : Apr 23, 2024, 12:24 PM IST

ହାଇଦ୍ରାବାଦ: ଆଜି ୨୩ ଏପ୍ରିଲରେ ସାରା ଦେଶରେ ହନୁମାନ ଜୟନ୍ତୀ ପାଳନ କରାଯାଉଛି । ଏହା ବର୍ଷକୁ ଦୁଇଥର ପାଳନ କରାଯାଏ । ଏହି ଅବସରରେ ପ୍ରଶଂସକଙ୍କୁ ସାଉଥ ସିନେମାର ସୁପରହିଟ୍ ଫିଲ୍ମ 'ହନୁମାନ' ନିର୍ମାତା ଏକ ବଡ଼ ଉପହାର ଦେଇଛନ୍ତି । ଏଥିସହ ଜାନୁଆରୀ ୧୨ରେ ମକର ସଂକ୍ରାନ୍ତି ଅବସରରେ ରିଲିଜ ହୋଇଥିବା 'ହନୁମାନ' ପ୍ରେକ୍ଷାଳୟରେ ୧୦୦ଦିନ ପୂରଣ କରିଛି । ଆଜି ‘ହନୁମାନ’ ଥିଏଟରରେ ସ୍ୱତନ୍ତ୍ର ଶୋ' ଦେଖିପାରିବେ ଦର୍ଶକ । ଏଥିସହ ସନ୍ଧ୍ୟାରେ ନିର୍ମାତା ଆଉ କିଛି ଉପହାର ମଧ୍ୟ ଫ୍ୟାନ୍ସଙ୍କୁ ଭେଟି ଦେଇପାରନ୍ତି ।

ରିଲିଜ୍ ହେବାର ଚାରି ମାସ ପରେ ମଧ୍ୟ ଏହି ଚଳଚ୍ଚିତ୍ର ନେଇ ଚର୍ଚ୍ଚାରେ ରହିଛି । ଚଳଚ୍ଚିତ୍ରର କାହାଣୀ ଏବଂ ଭିଏଫଏକ୍ସ ଦର୍ଶକ ତଥା ଚଳଚ୍ଚିତ୍ର ସମାଲୋଚକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।​ ସ୍ୱଳ୍ପ ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ବିପୁଳ ପରିମାଣର ଆୟ କରିଥିଲା । ବର୍ତ୍ତମାନ 'ହନୁମାନ'ର ନିର୍ମାତାମାନେ ମଧ୍ୟାହ୍ନ ୨ ଟାରେ AAA ସିନେମାରେ ଏକ ସ୍ୱତନ୍ତ୍ର ଶୋ' ଚଳାଇବାକୁ ଯାଉଛନ୍ତି ଏବଂ ନିର୍ମାତାମାନେ ମଧ୍ୟ ଆଜି ଅପରାହ୍ନ ୫ ଟାରେ ଏକ ସଫଳତା ସେଲିବ୍ରେସନ କରିବାକୁ ଯାଉଛନ୍ତି । କାରଣ ଆଜି'ହନୁମାନ' ଟିମ ପାଇଂ ଏହା ଏକ ଶୁଭଦିନ। ଆଜିର ଦିନରେ ଫିଲ୍ମକୁ ୧୦୦ଦିନ ପୂରିଛି । ତେବେ ସନ୍ଧ୍ୟାରେ ନିର୍ମାତାମାନେ ଫିଲ୍ମର ଦମଦାର ସଫଳତାକୁ ସେଲିବ୍ରେସନ କରିବାକୁ ଯାଉଛନ୍ତି । ନିର୍ମାତା ଏକ ପୋଷ୍ଟର ସହ ଏହି ସୂଚନା ଦେଇଛନ୍ତି ।

ଫିଲ୍ମ 'ହନୁମାନ'ର ନିର୍ଦ୍ଦେଶକ ପ୍ରଶାନ୍ତ ଭର୍ମା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ''ଆମ ଚଳଚ୍ଚିତ୍ର' ହନୁମାନ'ର ଯାତ୍ରାରେ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ହୃଦୟରୁ ଧନ୍ୟବାଦ । ମୁଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ଆମେ 'ହନୁମାନ'ର ସଫଳତା ପୂର୍ବକ ଥିଏଟରରେ ୧୦୦ ଦିନର ପୂର୍ତ୍ତିକୁ ପାଳନ କରୁଛୁ, ଯାହାକୁ ମୁଁ ସାରା ଜୀବନ ମନେ ରଖିବି । ଅନେକ ବର୍ଷ ପରେ ଏହା ଘଟିଛି ଯେ ଏକ ଚଳଚ୍ଚିତ୍ର ୧୦୦ ଦିନ ପ୍ରେକ୍ଷାଳୟରେ ରହିଛି, ମୁଁ ମୋର ବନ୍ଧୁ ଏବଂ ମୋର ପୁରା ଟିମ ନିକଟରେ ଏଥିପାଇଁ ଧନ୍ୟବାଦ ଜଣାଉଛି ।''

ଏହା ମଧ୍ୟ ପଢନ୍ତୁ: ଥିଏଟରରେ ଧୁମ୍ ମଚାଉଛି 'ହନୁମାନ', ଫ୍ୟାନ୍ସ ଲଗାଇଲେ 'ଜୟ ଶ୍ରୀରାମ' ନାରା

ସୂଚନା ଥାଉ କି, ହନୁମାନ ଫିଲ୍ମଟି ମହେଶ ବାବୁଙ୍କ ଫିଲ୍ମ 'ଗୁଣ୍ଟୁର କୁରୁମ', କ୍ୟାଟ୍ରିନା କୈଫ ଏବଂ ବିଜୟ ସେଥୁପତିଙ୍କ ଫିଲ୍ମ 'ମେରୀ ଖ୍ରୀଷ୍ଟମାସ', ଧନୁଷଙ୍କ ଫିଲ୍ମ 'କ୍ୟାପଟେନ ମିଲର', ଶିବ କାର୍ତ୍ତିକେୟାନଙ୍କ ଫିଲ୍ମ 'ଆୟାନ' ଏହି ସମସ୍ତ ଫିଲ୍ମ ଗୋଟିଏ ଦିନ (ଜାନୁଆରୀ ୧୨)ରେ ମୁକ୍ତିଲାଭ କରିଥିଲା । ଏହି ସମସ୍ତ ଫିଲ୍ମକୁ ପଛରେ ପକାଇ ଇତିହାସ ରଚିଛି ହନୁମାନ । ୪୦ କୋଟି ଟଙ୍କାର ସାମାନ୍ୟ ବଜେଟରେ ନିର୍ମିତ ଫିଲ୍ମ 'ହନୁମାନ' ବକ୍ସ ଅଫିସରେ ୩୦୦କୋଟିରୁ ଅଧିକ ବ୍ୟବସାୟ କରିବା ସହ ଲୋକପ୍ରିୟତା ହାସଲ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.