ETV Bharat / entertainment

'ରାମ' ଭୂମିକା ପାଇଁ ରଣବୀରଙ୍କ ଟ୍ରେନିଂ ଆରମ୍ଭ, ଖୁବଶୀଘ୍ର କରିବେ 'ରାମାୟଣ' ସୁଟିଂ - Ranbir Kapoor Training for Ramayan

author img

By ETV Bharat Odisha Team

Published : Apr 9, 2024, 11:19 AM IST

Ranbir Kapoor Fitness Training: ରଣବୀର କପୁର ଖୁବଶୀଘ୍ର ପୌରାଣିକ ଫିଲ୍ମ 'ରାମାୟଣ'ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅଭିନେତା ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବାକୁ ଥିବାବେଳେ ଏନେଇ ସେ ନିଜର ଟ୍ରେନିଂ ଆରମ୍ଭ କରିଦେଇଛନ୍ତି । ରଣବୀରଙ୍କ ଟ୍ରେନିଂର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

'ରାମ' ଭୂମିକା ପାଇଁ ରଣବୀରଙ୍କ ଟ୍ରେନିଂ ଆରମ୍ଭ, ଖୁବଶୀଘ୍ର କରିବେ 'ରାମାୟଣ' ସୁଟିଂ

ହାଇଦ୍ରାବାଦ: ଫିଲ୍ମ 'ରାମାୟଣ' ନେଇ ବଲିଉଡ ଅଭିନେତା ରଣବୀର କପୁର ଆଜିକାଲି ଶିରୋନାମାରେ ରହିଛନ୍ତି । ଏହି ଚଳଚ୍ଚିତ୍ରରେ ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବାକୁ ଥିବାବେଳେ ଅଭିନେତା ଏହି ଚରିତ୍ରରେ ଫିଟ୍ ହେବା ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରଣବୀରଙ୍କ ଟ୍ରେନିଂର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ରଣବୀର ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଲିଆ ଏବଂ ଝିଅ ରାହାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

'ରାମ' ପାଇଁ ରଣବୀରଙ୍କ ଜବରଦସ୍ତ ଟ୍ରେନିଂ

ରଣବୀର କପୁରଙ୍କ ଟ୍ରେନର ତାଙ୍କର ବ୍ୟାୟାମର ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ଅଭିନେତା କେତେବେଳେ ଏକ କାର୍ଟୱିଲ୍ ଚଳାଉଥିବାର ଦେଖାଯାଉଛନ୍ତି ତ କେତେବେଳେ ତାଙ୍କୁ ଓଜନ ଉଠାଉଥିବାର ଦେଖିବାକୁ ମିଳିଛି । ଏଥିସହ ରଣବୀର ସାଇକେଲ ଚଳାଇବା, ଜଗିଂ, ପହଁରିବା ଇତ୍ୟାଦି ମଧ୍ୟ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ସେୟାର କରି ଟ୍ରେନର କ୍ୟାପସନରେ ସେ ଏହି ତାଲିମ ପାଇଁ ଗ୍ରାମାଞ୍ଚଳକୁ ଯାଇଥିବା କହିଛନ୍ତି । ଏଥିସହ ଏହି ଭିଡିଓରେ ରାହା ମଧ୍ୟ ନଜର ଆସିଛନ୍ତି, ଯିଏ ରଣବୀର ବ୍ୟାୟାମ କରୁଥିବାବେଳେ ପାଖରେ ଛିଡା ହୋଇ ଖେଳୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ପଦଯାତ୍ରା ସମୟରେ ଆଲିଆ ରଣବୀରଙ୍କ ସହ ନଜର ଆସିଛନ୍ତି ।

ଏହି ଦିନ ସୁଟିଂ ଆରମ୍ଭ କରିବେ ରଣବୀର

ଏପ୍ରିଲ 2ରୁ ମୁମ୍ବାଇରେ 'ରାମାୟଣ' ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ରିପୋର୍ଟ ଅନୁଯାୟୀ ଫିଲ୍ମର ପ୍ରଥମ ସୁଟିଂରେ କୁନି କଳାକର ଭୂମିକାରୁ ଆରମ୍ଭ ହେବ । ନିତେଶ ପ୍ରଭୁ ରାମଙ୍କ ପିଲା ବେଳର କିଛି ସମୟ ସୁଟିଂ ଆରମ୍ଭ କରିଛନ୍ତି । ଯେଉଁଠାରେ ଗୁରୁ ବଶିଷ୍ଟ ଭଗବାନ ରାମ ଓ ତାଙ୍କ ଭାଇଙ୍କୁ ଗୁରୁ ଶିକ୍ଷା ଦେଉଥିବା ଦେଖିବାକୁ ମିଳିବ । ତେବେ ରଣବୀର କପୁର ଏହି ସୁଟିଂରେ ନଜର ଆସିନାହାନ୍ତି । ସେ ଫିଲ୍ମର ୩ଡି ସ୍କ୍ରିନର ଶେଷ ପର୍ଯ୍ୟାୟରେ ସୁଟିଂ ପାଇଁ ଯିବେ ବୋଲି ଜଣାପଡିଛି । ଏପ୍ରିଲ ମଧ୍ୟ ଭାଗରେ ସେ 'ରାମାୟଣ' ଟିମରେ ଯୋଗଦେବେ ବୋଲି ଆଶା କରାଯାଉଛି ।

ଏହି ଦିନ କରାଯିବ ଫିଲ୍ମର ଆନୁଷ୍ଠାନିକ ଘୋଷଣା

'ରାମାୟଣ'ର ନିର୍ଦ୍ଦେଶନା ନିର୍ଦ୍ଦେଶକ ନୀତେଶ ତିୱାରୀ ଦେଉଥିବା ବେଳେ ନାମିତ ମଲହୋତ୍ରାଙ୍କ ଦ୍ବାରା ନିର୍ମିତ । ନିତେଶ ତିୱାରୀ ଏବଂ ତାଙ୍କ ଟିମ ଏପ୍ରିଲ 17 ତାରିଖ ରାମ ନବମୀ ଅବସରରେ ଏହି ଫିଲ୍ମର ଘୋଷଣା କରିବେ ବୋଲି ଜଣାପଡିଛି । ରାମାୟଣର ପ୍ରଥମ ପର୍ଯ୍ୟାୟ ସୁଟିଂ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ହେବ । ତେବେ ନିର୍ମାତା ଏହି ଫିଲ୍ମକୁ ଆସନ୍ତା ୨୦୨୫, ଦୀପାବଳିରେ ମୁକ୍ତିଲାଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅଭିନୟରୁ ୬ ମାସ ବ୍ରେକ ନେବେ ରଣବୀର କପୁର, କହିଲେ କାରଣ

ରାମାୟଣ ଷ୍ଟାରକାଷ୍ଟ

'ରାମାୟଣ'ରେ ପ୍ରଭୁ ରାମଙ୍କ ଭୂମିକାରେ ରଣବୀର କପୁର ନଜର ଆସିବାକୁ ଥିବାବେଳେ ମାତା ସୀତା ଭୂମିକାରେ ସାଇ ପଲ୍ଲବୀ କିମ୍ୱା ଜାହ୍ନବୀ କପୁର ନଜର ଆସିବା ନେଇ ଚର୍ଚ୍ଚା ହେଉଛି । ସୂଚନା ଥାଉକି, ପୂର୍ବରୁ ଏହି ଭୂମିକା ପାଇଁ ରଣବୀରଙ୍କ ପତ୍ନୀ ତଥା ଆଲିଆ ଭଟ୍ଟ ନାଁ ବି ଚର୍ଚ୍ଚା ହେଉଥିଲା । ଅନ୍ୟପଟେ ବିଭୀଷଣ ଭୂମିକା ପାଇଁ ବିଜୟ ସେଥୁପଥି ଏବଂ ହନୁମାନ ଭୂମିକା ପାଇଁ ସନ୍ନି ଦେଓଲ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେୱଲ, କୈକେୟୀଙ୍କ ଭୂମିକା ପାଇଁ ଲାରା ଦତ୍ତାଙ୍କ ନାଁ ଫାଇନାଲ କରିଥିବା ଜଣାପଡିଛି । ଏଥିସହ ରାବଣ ଭୂମିକାରେ ସାଉଥ ତାରକା ୟଶ ଏବଂ ଦଶରଥଙ୍କ ଭୂମିକାରେ ଅରୁଣ ଗୋବିଲ ନଜର ଆସିବେ ଏବଂ ଗୁରୁ ବଶିଷ୍ଟଙ୍କ ଭୂମିକାରେ ଶିଶିର ଶର୍ମାଙ୍କୁ ଚୟନ କରାଯାଇଥିବା କୁହାଯାଉଛି । କିନ୍ତୁ ନିର୍ମାତା ଫିଲ୍ମର ଷ୍ଟାରକାଷ୍ଟ ନେଇ କୌଣସି ସୂଚନା ଦେଇନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.