ETV Bharat / entertainment

ଯୌନ ଶୋଷଣ ମାମଲା ପରେ ମୁହଁ ଖୋଲିଲେ ଜୟସୂର୍ଯ୍ୟା, କହିଲେ- 'ଅଭିଯୋଗ ଭିତ୍ତିହୀନ ଏବଂ ଯନ୍ତ୍ରଣାଦାୟକ' - JAYASURYA ON SEXUAL ASSUALT CHARGES

author img

By ETV Bharat Entertainment Team

Published : Sep 1, 2024, 12:34 PM IST

Jayasurya On Sexual Assault Charges: ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ଅନେକ ଅଭିନେତ୍ରୀ ଜୟସୂର୍ଯ୍ୟାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ କରି ମାମଲା ରୁଜୁ କରିଛନ୍ତି । ଏହି ଅଭିୟୋଗ ପରେ ବର୍ତ୍ତମାନ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଜୟସୂର୍ଯ୍ୟା। ଏହି ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା କହିବା ସହ ଏହା ତାଙ୍କ ବ୍ୟକ୍ତିଗତ ଜୀବନରେ କିପରି ପ୍ରଭାବ ପକାଇଛି ତାହା କହିଛନ୍ତି । ଅଧିକ ପଢନ୍ତୁ,

ଯୌନ ଶୋଷଣ ମାମଲା ପରେ ମୁହଁ ଖୋଲିଲେ ଜୟସୂର୍ଯ୍ୟା, କହିଲେ- 'ଅଭିଯୋଗ ଭିତ୍ତିହୀନ ଏବଂ ଯନ୍ତ୍ରଣାଦାୟକ'
ଯୌନ ଶୋଷଣ ମାମଲା ପରେ ମୁହଁ ଖୋଲିଲେ ଜୟସୂର୍ଯ୍ୟା, କହିଲେ- 'ଅଭିଯୋଗ ଭିତ୍ତିହୀନ ଏବଂ ଯନ୍ତ୍ରଣାଦାୟକ't (ETV Bharat Odisha)

ହାଇଦ୍ରାବାଦ: କେରଳ ସରକାରଙ୍କ ଦ୍ୱାରା ପ୍ରକାଶିତ ହେମା କମିଟି ରିପୋର୍ଟ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି । ଅଭିନେତ୍ରୀମାନଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କ ନାଁ ଖୁଲାସା ହୋଇଛି । ଏପରିକି ଅନେକଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ନିକଟରେ ମିନୁ ମୁନିରଙ୍କ ସମେତ ଅନେକ ଅଭିନେତ୍ରୀ ଅଭିନେତା ଜୟସୂର୍ଯ୍ୟାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ କରି ମାମଲା ରୁଜୁ କରିଥିଲେ । ବର୍ତ୍ତମାନ ଜୟସୂର୍ଯ୍ୟା ଏହି ଅଭିଯୋଗକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ସେ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ତାଙ୍କ ପରିବାର ପାଇଁ ଏହି ଅବସ୍ଥାକୁ ଘାତକ ଏବଂ ଯନ୍ତ୍ରଣାଦାୟକ ବୋଲି ବର୍ଣ୍ଣନା କରିଛନ୍ତି । ଏଥିସହ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।

ଜୟସୂର୍ଯ୍ୟାଙ୍କ ପୋଷ୍ଟ
ଜୟସୂର୍ଯ୍ୟାଙ୍କ ପୋଷ୍ଟ (instagram)

ଅଭିଯୋଗ ଭିତ୍ତିହୀନ କହିଲେ ଜୟସୂର୍ଯ୍ୟା

ଯୌନ ନିର୍ଯାତନା ଅଭିଯୋଗକୁ ଜୟସୂର୍ଯ୍ୟା ସୋସିଆଲ ମିଡିଆରେ ଏକ ବିବୃତ୍ତି ମାଧ୍ୟମରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଆଜିକାଲି କିଛି କାମ ହେତୁ ସେ ନିଜ ପରିବାର ସହ ଆମେରିକାରେ ଅଛନ୍ତି ଏବଂ ଗତକାଲି ତାଙ୍କର ଜନ୍ମଦିନ ଥିଲା। ତାଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇ ଅଭିନେତା ଏକ ଲମ୍ବା ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, "ମୋର ବ୍ୟକ୍ତିଗତ ପ୍ରତିଶ୍ରୁତି ହେତୁ ମୁଁ ଏବଂ ମୋ ପରିବାର ଗତ ଏକ ମାସ ଧରି ଆମେରିକାରେ ରହୁଛୁ ଏବଂ ଏହି ସମୟ ମଧ୍ୟରେ ମୋ ବିରୁଦ୍ଧରେ ଯୌନ ନିର୍ଯାତନା ବିଷୟରେ ଦୁଇଟି ମିଥ୍ୟା ଅଭିଯୋଗ ଆସିଛି । ସ୍ୱାଭାବିକ ଭାବରେ ଏହି ଘଟଣା ମୋତେ, ମୋ ପରିବାର ଏବଂ ନିକଟବର୍ତ୍ତୀ ସମସ୍ତଙ୍କୁ ବେଶ ପ୍ରଭାବିତ କରିଛି ।''

ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଜୟସୂର୍ଯ୍ୟା

ଜୟସୂର୍ଯ୍ୟା ଆହୁରି କହିଛନ୍ତି, "ମୁଁ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ମୋର ଆଇନଗତ ଟିମ ଏହି ମାମଲା ସହିତ ଜଡ଼ିତ ଅବଶିଷ୍ଟ ପ୍ରକ୍ରିୟା ପରିଚାଳନା କରିବ। ଯେଉଁ ଲୋକ ବିବେକହୀନ, ସେମାନଙ୍କ ପାଇଁ ମିଥ୍ୟା ଅଭିଯୋଗ କରିବା ସହଜ ଅଟେ। ହେଲେ ମୋ ପାଇଁ ଏଭଳି ମିଥ୍ୟା ଅଭିଯୋଗର ସମ୍ମୁଖୀନ ହେବା ବହୁତ ଯନ୍ତ୍ରଣାଦାୟକ, ମିଥ୍ୟା ସବୁବେଳେ ସତ୍ୟଠାରୁ ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ, କିନ୍ତୁ ମୁଁ ବିଶ୍ୱାସ କରେ ଯେ ସତ୍ୟ ହିଁ ଜିତିବ।

ଏହା ମଧ୍ୟ ପଢନ୍ତୁ: ମଲିଉଡରେ ଯୌନ ନିର୍ଯାତନା ମାମଲା; FEFKA ପଦରୁ ଇସ୍ତଫା ଦେଲେ ଆଶିକ ଅବୁ, ଜୟସୂର୍ଯ୍ୟାଙ୍କ ନାଁରେ ପୁଣି ମାମଲା ରୁଜୁ

ଜୟସୂର୍ଯ୍ୟାଙ୍କ ନାଁରେ ମାମଲା ରୁଜୁ

ମିନୁ ମୁନିରଙ୍କ ଅଭିୟୋଗ କ୍ରମେ ଅଭିନେତା ଜୟସୂର୍ୟ୍ୟାଙ୍କ ବିରୋଧରେ ଅଗଷ୍ଟ 28ରେ ମାମଲା ରୁଜୁ କରାଯାଇଥିଲା । ପରେ ଅଗଷ୍ଟ 30ରେ ପୁଣି ଆଉ ଏକ ନୂଆ ମାମଲା ରୁଜୁ କରିଥିଲା ପୋଲିସ । ଥିରୁବନନ୍ତପୁରମର ଅଭିନେତ୍ରୀ ଥୋଡୁପୁଜାର ଏକ ସ୍ଥାନରେ ବର୍ଷେ ପୂର୍ବରୁ ଯୌନ ନିର୍ଯାତନା ଶିକାର ହୋଇଥିଲେ । ଯାହାକୁ ନେଇ ବର୍ତ୍ତମାନ ଅଭିନେତା ଜୟସୂର୍ଯ୍ୟାଙ୍କ ବିରୋଧରେ 354, 354A (A1) (I) 354D IPC ଅଧୀନରେ ଦ୍ୱିତୀୟ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.