ETV Bharat / entertainment

ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୪: ମହିଳାଙ୍କ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ, ଜାଣନ୍ତୁ କେବେ ହେବ ରିଲିଜ

author img

By ETV Bharat Odisha Team

Published : Mar 7, 2024, 3:43 PM IST

Women Centric Movies: ଅନ୍ତର୍ଜାତୀୟ ମହିଳା ଦିବସକୁ ନେଇ ସମସ୍ତେ ବେଶ ଉତ୍ସାହିତ । ଏହି ଅବସରରେ ଖୁବଶୀଘ୍ର ରିଲିଜ ହେବାକୁ ଥିବା ମହିଳା କୈନ୍ଦ୍ରିକ ଫିଲ୍ମ ବିଷୟରେ ଜାଣନ୍ତୁ,

ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୪: ମହିଳାଙ୍କ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ, ଜାଣନ୍ତୁ କେବେ ହେବ ରିଲିଜ
ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୪: ମହିଳାଙ୍କ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ, ଜାଣନ୍ତୁ କେବେ ହେବ ରିଲିଜ

ହାଇଦ୍ରାବାଦ: ଅନ୍ତର୍ଜାତୀୟ ମହିଳା ଦିବସ ସମଗ୍ର ବିଶ୍ୱରେ ପ୍ରତିବର୍ଷ ମାର୍ଚ୍ଚ ୮ରେ ପାଳନ କରାଯାଏ । ସମାଜ ପ୍ରତି ମହିଳାଙ୍କ ଅବଦାନକୁ ମନେପକାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ବର୍ତ୍ତମାନ ମହିଳାମାନେ ପୁରୁଷମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି । ରୋଷେଇ କ୍ଷେତ୍ର ଠାରୁ ଆରମ୍ଭ କରି ବିମାନ ଚଳାଇବା, ଦେଶ ଚଳାଇବା ଭଳି ଅନେକ କାର୍ଯ୍ୟ କ୍ଷେତ୍ରରେ ଅତୁଳନୀୟ ସଫଳତା ହାସଲ କରିଛନ୍ତି ମହିଳା । ତେବେ ଏହି ବିଶେଷ ଦିନ ଅବସରରେ, ଆମେ ଆପଣଙ୍କୁ ଭାରତୀୟ ସିନେମାର ଆଗାମୀ ଚଳଚ୍ଚିତ୍ରଗୁଡିକ ଉପସ୍ଥାପନ କରୁଛୁ, ଯାହା ମହିଳା କୈନ୍ଦ୍ରିକ ଅଟେ । ଏହି ଚଳଚ୍ଚିତ୍ରଗୁଡ଼ିକ କେବେ ଏବଂ କେଉଁଠାରେ ରିଲିଜ ହେବ ଜାଣନ୍ତୁ..

କ୍ରୁ:

ଏୟାର ହୋଷ୍ଟେସଙ୍କ ସଂଘର୍ଷ ଏବଂ ତାଙ୍କ କଠିନ ପରିଶ୍ରମକୁ ଆଧାର କରି ଫିଲ୍ମ 'କ୍ରୁ' ନିର୍ମିତ ହୋଇଛି । ଯାହା ଚଳିତ ବର୍ଷ ମାର୍ଚ୍ଚ ୨୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ କରୀନା କପୁର, ତବୁ ଏବଂ କ୍ରିତି ସାନନ ମୁଖ୍ୟ ଭୂମିକାରେ ଅଛନ୍ତି । ଏଥିସହ ଏହି ଚଳଚ୍ଚିତ୍ରରେ ଦିଲଜିତ ଦୋସାଞ୍ଜ ଏବଂ ହାସ୍ୟ ଅଭିନେତା କପିଲ ଶର୍ମା ମଧ୍ୟ ଅଭିନୟ କରିଛନ୍ତି ।

ଏ ୱତନ ମେରେ ୱତନ:

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲି ଖାନ ତାଙ୍କର ପ୍ରଥମ ଦେଶପ୍ରେମୀ ଚଳଚ୍ଚିତ୍ର 'ଏ ୱତନ ମେରେ ୱତନ' ରେ ପରଦାକୁ ଫେରୁଛନ୍ତି । ଦେଶର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମହିଳା ସ୍ୱାଧୀନତା ସଂଗ୍ରାମୀ ତଥା ରେଡିଓ ସ୍ପିକର ଉଷା ମେହେତାଙ୍କ ଭୂମିକାରେ ସେ ଏହି ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମ ମାର୍ଚ୍ଚ ୨୧ରେ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିବ ।

ହୀରାମଣ୍ଡି:

'ଗଙ୍ଗୁବାଇ କାଠିଆୱାଡି' ସଫଳତା ପରେ 'ହୀରାମଣ୍ଡି: ଦ ଡାଇମଣ୍ଡ ବଜାର' ଡେବ୍ୟୁ ୱେବ୍‌ ସିରିଜ ସହ ଫେରୁଛନ୍ତି ନିର୍ଦ୍ଦେଶକ ସଂଜୟ ଲୀଲା ବଂଶାଲୀ । ଏହି ଫିଲ୍ମରେ ଅଦିତି ରାଓ ହାଇଦରୀ, ମନୀଷା କୋରେଲା, ସୋନାକ୍ଷୀ ସିହ୍ନା ଏବଂ ରିଚା ଚଡ୍ଡାଙ୍କ ସମେତ ଅନେକ ଅଭିନେତ୍ରୀ ଅଭିନୟ କରିଛନ୍ତି । ନେଟଫ୍ଲିକ୍ସରେ ଖୁବଶୀଘ୍ର ରିଲିଜ ହେବ ଏହି ସିରିଜ ।

ଏମରଜେନ୍ସି:

'ଏମରଜେନ୍ସି' ଫିଲ୍ମରେ କଙ୍ଗନା ରାଣାୱତ ଅଭିନୟ କରିବା ସହ ନିଜେ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଲିନ୍ଦ ସୋମନ, ଶ୍ରେୟସ ତଲପଡେ, ବିଶକ ନାୟର ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଜୁନ ୧୪ରେ ରିଲିଜ ହେବ ।

ଦୋ ପତି:

ଫିଲ୍ମ 'ଦୋ ପତି'ରେ ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍ ଏବଂ କାଜୋଲ ଏକାଠି ନଜର ଆସିବେ । ଏହି ଫିଲ୍ମ କ୍ରିତିଙ୍କ ପ୍ରଡକ୍ସନ୍‌ ବ୍ୟାନର ପ୍ରଥମ ଫିଲ୍ମ ଅଟେ ଅର୍ଥାତ ଏହି ଫିଲ୍ମରେ କ୍ରିତି ସାନନ ଅଭିନୟ କରିବା ସହ ଏହାର ନିର୍ମାତା ବି ଅଟନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଚତୁର୍ବେଦ୍ଦୀ । ୨୦୨୪ରେ ଓଟିଟି ଫ୍ଲାଟଫର୍ମ୍‌ ନେଟଫ୍ଲିକ୍ସରେ ଏହି ଫିଲ୍ମ ରିଲିଜ ହେବ ।

ମର୍ଦାନୀ ୩:

ସେହିପରି ଅନେକ ଥର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିବା ବଲିଉଡ ତାରକା ଅଭିନେତ୍ରୀ ରାନୀ ମୁଖାର୍ଜୀ ଏବେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ମର୍ଦାନୀ 3'ରେ ନଜର ଆସିବେ । ମର୍ଦାନୀ ୧ ଏବଂ ମର୍ଦାନୀ ୨ର ସଫଳତା ପରେ, 'ମର୍ଦାନୀ ୩' ସହ ଫେରୁଛନ୍ତି ରାନୀ । ଏହି ଚଳଚ୍ଚିତ୍ରରେ ରାନୀ ଜଣେ ବରିଷ୍ଠ ଇନ୍ସପେକ୍ଟର ଭୂମିକାରେ ନଜର ଆସିବାକୁ ଥିବା ବେଳେ ୨୦୨୫ ମସିହାରେ ଏହି ଫିଲ୍ମ ମୁକ୍ତିଲାଭ କରିବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ମହିଳା ଦିବସରେ ଅନୁ ଅଗ୍ରୱାଲଙ୍କ ବାର୍ତ୍ତା, କସମେଟିକ ସର୍ଜରୀରୁ ଦୂରେଇ ରୁହନ୍ତୁ

ଚକଦା ଏକ୍ସପ୍ରେସ:

ଫିଲ୍ମ 'ଚକଦା ଏକ୍ସପ୍ରେସ'ରେ ଅନୁଷ୍କା ଶର୍ମା ନଜର ଆସିବେ । ସେ ଏହି ଫିଲ୍ମରେ କିମ୍ବଦନ୍ତୀ ପେସ୍ ବୋଲର ଝୁଲଣ ଗୋସ୍ବାମୀ ଭୂମିକାରେ ଅଭିନୟ କରିଛନ୍ତି । ଯାହା ପ୍ରୋଜିତ୍‌ ରୟଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ଅଟେ । ଏହି ଫିଲ୍ମ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ସଂଘର୍ଷର କାହାଣୀକୁ ନେଇ ନିର୍ମିତ ହୋଇଛି । ତେବେ ଏହି ଫିଲ୍ମ କେବେ ପରଦାରେ ରିଲିଜ୍ ହେବ ସେନେଇ କିଛି ଘୋଷଣା କରାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.