ETV Bharat / entertainment

'ଥଲାଇଭର ୧୭୧' ପୋଷ୍ଟର ଆଉଟ୍, ଏହି ଦିନ ଟାଇଟଲ ଘୋଷଣା - Thalaivar 171 - THALAIVAR 171

Thalaivar 171 New Poster: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ରଜନୀକାନ୍ତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଥଲାଇଭର ୧୭୧'କୁ ନେଇ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି । ନିର୍ମାତା ଆଜି ଫିଲ୍ମର ଟାଇଟଲ ଘୋଷଣା କରିବେ । ତେବେ କେଉଁ ସମୟରେ ଏହା ଘୋଷଣା ହେବ? ଜାଣନ୍ତୁ,

'ଥଲାଇଭର ୧୭୧' ପୋଷ୍ଟର ଆଉଟ୍, ଏହି ଦିନ ଟାଇଟଲ ଘୋଷଣା

author img

By ETV Bharat Odisha Team

Published : Apr 22, 2024, 1:17 PM IST

ହାଇଦ୍ରାବାଦ: ରଜନୀକାନ୍ତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଥଲାଇଭର ୧୭୧' ଘୋଷଣା ହେବା ଠାରୁ ଫ୍ୟାନ୍ସ ଫିଲ୍ମ ଅପେଡେଟ ନେଇ ଅପେକ୍ଷା କରି ରହିଥିଲେ । ବର୍ତ୍ତମାନ ନିର୍ମାତା ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଯେଉଁଥିରେ ଥଲାଇଭାଙ୍କୁ ନୂଆ ଅନ୍ଦାଜରେ ଦେଖିବାକୁ ମିଳିଥିବା ବେଳେ ଏହା ଦେଖି ଫ୍ୟାନ୍ସ ଦିୱାନା ହୋଇଛନ୍ତି । ତେବେ ଏହି ପୋଷ୍ଟର ରିଲିଜ କରି ଫିଲ୍ମର ଟାଇଟଲ ଘୋଷଣା କରାଯିବା ନେଇ ସୂଚନା ଦେଇଛନ୍ତି । ଆଜି ଏହି ଫିଲ୍ମର ଟାଇଟଲ ଉପରୁ ପରଦା ହଟାଯିବ ।

ନିର୍ମାତା ସନ ପିକ୍ଚର୍ସ ନିଜ ଇନଷ୍ଟାଗ୍ରାମରେ 'ଥଲାଇଭର ୧୭୧' ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଯେଉଁଥିରେ ଏକ ଘଡ଼ିରେ ରଜନୀକାନ୍ତଙ୍କ ଦମଦାର ଲୁକ ଦେଖିବାକୁ ମିଳେ । ଏହାକୁ ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, ଅପେକ୍ଷାର ହେବ ଅନ୍ତ । ଆଜି ସନ୍ଧ୍ୟା ୬ଟାରେ ଫିଲ୍ମର ଟାଇଟଲ ଉପରୁ ପରଦା ହଟିବ । ଏହା ଦେଖିବା ପରେ ଫିଲ୍ମର ଟାଇଟଲ ଜାଣିବାକୁ ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି ।

ନିକଟରେ ରିଲିଜ ହୋଇଥିବା ବ୍ଲକବ୍ଲଷ୍ଟର ଫିଲ୍ମ ଜେଲର ପରେ ରଜନୀକାନ୍ତ ଏବଂ ସନ୍ ପିକ୍ଚର୍ସ 'ଥଲାଇୱର 171' ପାଇଁ ହାତ ମିଳାଇଥିଲେ । ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ଏବଂ ଲୋକେଶ କାନାଗରାଜଙ୍କ ଫିଲ୍ମର ଲେଖକ ଏବଂ ନିର୍ଦ୍ଦେଶକ । ଏହା ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମ ହେବାକୁ ଥିବା ବେଳେ ଚଳଚ୍ଚିତ୍ରରେ ଅଭିନେତ୍ରୀ ମାଇକ ମୋହନ, ଶୋଭନାଙ୍କୁ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏଥିସହ ଶାହରୁଖ ଖାନ ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିବେ ବୋଲି କୁହାଯାଉଛି । ତେବେ ଏହି ଫିଲ୍ମରେ ଲୋକେଶ କନଗରାଜ ରଜନୀକାନ୍ତଙ୍କ ସହ ପ୍ରଥମ ଥର ପାଇଁ କାମ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରଜନୀକାନ୍ତଙ୍କ 171ତମ ଫିଲ୍ମର ଘୋଷଣା, ଲୋକେଶ କନଗରାଜଙ୍କ ସହ କରିବେ କାମ

କହିରଖୁଛୁ କି, ଶେଷ ଥର ପାଇଁ ରଜନୀକାନ୍ତଙ୍କୁ ଝିଅ ଐଶ୍ୱର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାଲ ସଲାମ'ରେ ମଧ୍ୟ ନଜର ଆସିଥିଲେ । ଝିଅର ଫିଲ୍ମରେ ରଜନୀକାନ୍ତ ଏକ କ୍ୟାମିଓ ରୋଲ ମୋଇଦ୍ଦିନ ଭାଇ) ନଜର ଆସିଥିଲେ । ଏହି ଫିଲ୍ମ ଚଳିତ ବର୍ଷ ରିଲିଜ ହୋଇଥିବା ବେଳେ ବକ୍ସ ଅଫିସରେ ଫ୍ଲପ ହୋଇଥିଲା । ଏହା ପୂର୍ବରୁ ରଜନୀକାନ୍ତ ଫିଲ୍ମ ବ୍ଲକବ୍ଲଷ୍ଟର ଫିଲ୍ମ 'ଜେଲର' ରେ ନଜର ଆସିଥିଲେ । ସେପଟେ ଗତ ବର୍ଷ ଲୋକେଶ କନଗରାଜଙ୍କ ଫିଲ୍ମ 'ଲିଓ' ରିଲିଜ ହୋଇଥିଲା । ଏହି ଫିଲ୍ମ ଭଲ ପ୍ରଦର୍ଶନ କରିଥିବା ବେଳେ ଲୋକପ୍ରିୟତା ସାଉଁଟିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.