ETV Bharat / bharat

ଅନ୍ତର୍ଜାତୀୟ ଶ୍ରମ ସଂଗଠନର ରିପୋର୍ଟ, ଦକ୍ଷିଣାଞ୍ଚଳ ରାଜ୍ୟରେ କମୁଛି ଯୁବ ଜନସଂଖ୍ୟା - Youth population

YOUTH POPULATION: ଅନ୍ତର୍ଜାତୀୟ ଶ୍ରମ ସଂଗଠନର ରିପୋର୍ଟ । ଭାରତର ଦକ୍ଷିଣାଞ୍ଚଳ ରାଜ୍ୟରେ କମୁଛି ଯୁବପିଢିଙ୍କ ସଂଖ୍ୟା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 29, 2024, 9:06 PM IST

YOUTH POPULATION
YOUTH POPULATION

ହାଇଦ୍ରାବାଦ: ଦେଶର ବିକାଶରେ ଯୁବପିଢିଙ୍କ ରହିଥାଏ ପ୍ରମୁଖ ଭୂମିକା । ଯୁବପିଢିଙ୍କ ଦକ୍ଷତା, ବିଚାରଧାରା ଏକ ବିକଶିତ ରାଷ୍ଟ୍ର ଲାଗି ନିତାନ୍ତ ଆବଶ୍ୟକ । ହେଲେ ଏଠାରେ ଚିନ୍ତାଜନକ ହୋଇପଡ଼ିଛି ଦେଶରେ ଯୁବ ଜନସଂଖ୍ୟା ହ୍ରାସ । ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ILO) ଓ ଇନଷ୍ଟିଚ୍ୟୁଟ ଅଫ ହ୍ୟୁମାନ ଡେଭଲପମେଣ୍ଟ ଦ୍ବାରା କରାଯାଇଥିବା ସର୍ଭେ ଅନୁସାରେ ଦେଶର ଉତ୍ତରାଞ୍ଚଳ ଅପେକ୍ଷା ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକରେ ହ୍ରାସ ପାଇବାରେ ଲାଗିଛି ଯୁବପିଢିଙ୍କ ସଂଖ୍ୟା । ଇଣ୍ଡିଆ ଏମ୍ପ୍ଲଏମେଣ୍ଟ ରିପୋର୍ଟ-2024ରେ ଏହା ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ, ତେଲେଙ୍ଗାନାରେ 77.7 ପ୍ରତିଶତ ଶିକ୍ଷିତ ଯୁବପିଢି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବେରୋଜଗାର ଅଛନ୍ତି । ରାଜ୍ୟରେ ବେରୋଜଗାରଙ୍କ ହାର ଏବେ 14.19ରୁ 21.71ରେ ପହଞ୍ଚିଲାଣି । ସେହିପରି ଯୁବକଙ୍କ ବେରୋଜଗାର ହାର 12.96ରୁ 18.34ରେ ପହଞ୍ଚିଥିବା ବେଳେ ଯୁବତୀଙ୍କ ବେରୋଜଗାର ହାର 17.65ରୁ 30.35 ପ୍ରତିଶତରେ ପହଞ୍ଚିଛି । ଆସନ୍ତା 2039 ସୁଦ୍ଧା ତେଲେଙ୍ଗାନାରେ ଯୁବଗୋଷ୍ଠୀ (15-29)ଙ୍କ ସଂଖ୍ୟା ହ୍ରାସ ପାଇବ । ଖାଲି ତେଲେଙ୍ଗାନାରେ ନୁହେଁ, ଦେଶର ଅନ୍ୟ ଦକ୍ଷିଣାଞ୍ଚଳ ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ ବୋଲି ରିପୋର୍ଟରେ କୁହାଯାଇଛି ।

ଏହା ବି ପଢନ୍ତୁ- ରାଜ୍ୟରେ ହ୍ରାସ ପାଉଛି ପ୍ରଜନନ ହାର, ବଢ଼ିଚାଲିଛି ଯୁବକ ଓ ବୟସ୍କଙ୍କ ସଂଖ୍ୟା

ଅନ୍ୟପଟେ ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକ ଭଳି ଦକ୍ଷିଣାଞ୍ଚଳ ରାଜ୍ୟରେ ଯୁବପିଢିଙ୍କ ସଂଖ୍ୟାରେ ହ୍ରାସ ଏବେଠୁ ପରିଲକ୍ଷିତ ହେଲାଣି । ସେପଟେ କିନ୍ତୁ ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକରେ ଯୁବପିଢିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ହେଲେ ଆଗାମୀ ଦଶନ୍ଧିରେ ଏଠାରେ ମଧ୍ୟ ଯୁବପିଢିଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ନିଯୁକ୍ତି, ଶିକ୍ଷା ଓ ତାଲିମରୁ ଯୁବପିଢି ବଞ୍ଚିତ ହେଉଥିବା ସଂଖ୍ୟା ମଧ୍ୟ କ୍ଷିପ୍ର ଗତିରେ ବୃଦ୍ଧି ପାଉଛି । 2005ରେ ଏହି ହାର 17.91 ପ୍ରତିଶତ ରହିଥିବା ବେଳେ ଏବେ ଏହା 27.54 ପ୍ରତିଶତରେ ପହଞ୍ଚିଛି ।

ସେହିପରି କମ୍ପ୍ୟୁଟର ଦକ୍ଷତା ମଧ୍ୟ ଯୁବପିଢିଙ୍କ ମଧ୍ୟରେ ହ୍ରାସ ପାଉଛି । ଯୁବପିଢିଙ୍କ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ କମ୍ପ୍ୟୁଟରରେ କିପରି ନୂଆ ଫୋଲ୍ଡର ଖୋଲିବା ଓ ଇ-ମେଲ ପଠାଇବା ମଧ୍ୟ ଜାଣିନାହାନ୍ତି । ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ଦକ୍ଷତା କେବଳ 14.27 ପ୍ରତିଶତ ଯୁବପିଢିଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅସ୍ଥାୟୀ କର୍ମକର୍ତ୍ତାଙ୍କ ପାରିଶ୍ରମିକ ବୃଦ୍ଧି ମଧ୍ୟ ବହୁତ କମ । 2005 ମସିହାରେ ଅସ୍ଥାୟୀ କର୍ମଚାରୀଙ୍କୁ ମାସିକ 1263 ଟଙ୍କା ଦେଉଥିବା ତେଲେଙ୍ଗାନା ସାରା ଦେଶରେ ଏହି ତାଲିକାରେ 16ତମ ସ୍ଥାନରେ ରହିଛି । 2019ରେ ତେଲେଙ୍ଗାନା ମାସିକ 8795 ଟଙ୍କା ଦେଇ ଷଷ୍ଠ ସ୍ଥାନରେ ରହିଥିବା ବେଳେ 2022ରେ 10,175 ଟଙ୍କା ଦେଇ ଦଶମ ସ୍ଥାନରେ ରହିଥିଲା । ଯୁବତୀଙ୍କ ସ୍ଥିତି ଦେଖିଲେ ସେମାନଙ୍କ ମାସିକ ଆୟ ପୁରୁଷଙ୍କ ତୁଳନାରେ ସ୍ବଳ୍ପ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.