ETV Bharat / bharat

ଡାଉନ ହେଲା ଫେସବୁକ ଓ ଇନଷ୍ଟାଗ୍ରାମ, ହେଉନି ଲଗ ଇନ୍ - Facebook

Facebook, Instagram outage across globe: ଡାଉନ ହେଲା ଫେସବୁକ ଓ ଇନଷ୍ଟାଗ୍ରାମ । ହେଉଛି ଲଗ ଇନ୍ ଫେଲ । ଅଧିକ ପଢନ୍ତୁ

ଡାଉନ ହେଲା ଫେସବୁକ ଓ ଇଣ୍ଟାଗ୍ରାମ, ହେଉନି ଲଗଇନ

author img

By ETV Bharat Odisha Team

Published : Mar 5, 2024, 9:46 PM IST

Updated : Mar 5, 2024, 10:17 PM IST

ହାଇଦ୍ରାବାଦ: ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ’ ଓ ‘ଇନଷ୍ଟାଗ୍ରାମ’ । ବ୍ୟବହାରକାରୀମାନେ ଲଗ ଇନ୍ କରିପାରୁନାହାନ୍ତି । ପୂର୍ବରୁ ଲଗ ଇନ୍ ଥିବା ଆକାଉଣ୍ଟଗୁଡିକ ଲଗଆଉଟ ହୋଇଯିବା ସହ ପୁନର୍ବାର ଲଗ ଇନ୍ ମାଗୁଛି । ପୁଣିଥରେ ଲଗ ଇନ୍ କରିବା ମାତ୍ରେ ଫେଲ ହୋଇଯାଉଛି । ବିଭିନ୍ନ ଦେଶରେ ଏହି ସମସ୍ୟା ଦେଖାଯାଇଥିବା ଜଣାପଡିଛି । ଭାରତ ସମେତ ଅନେକ ଦେଶରେ ଏହି ସମସ୍ୟା ଦେଖାଯାଇଥିବା ଜଣାପଡିଛି । ତେବେ ସଂଧ୍ୟା ସୁଦ୍ଧା ପ୍ରାୟ 3 ଲକ୍ଷ ଫେସବୁକ ବ୍ୟବହାରକାରୀ ଏହି ସମ୍ପର୍କରେ ଅଭିଯୋଗ କରିଛନ୍ତି ।

ଉଭୟ ପ୍ଲାଟଫର୍ମର ମୂଳ କମ୍ପାନୀ ‘ମେଟା’ ପକ୍ଷରୁ ଏହି ସମସ୍ୟାକୁ ସ୍ବୀକାର କରାଯାଇଛି । ସମସ୍ୟା ସମ୍ପର୍କରେ କମ୍ପାନୀ ଅବଗତ ଅଛି । ଏହାକୁ ସମାଧାନ କରିବା ନେଇ ପ୍ରକ୍ରିୟା ଜାରି ରହିଥିବା କମ୍ପାନୀର ପ୍ରବକ୍ତା କହିଛନ୍ତି । ମେଟା କମ୍ପାନୀର ମୁଖପାତ୍ର ଆଣ୍ଡି ଷ୍ଟୋନ ‘ଏକ୍ସ’ରେ ଟ୍ବିଟ କରି କହିଛନ୍ତି,‘‘କମ୍ପାନୀ ଦ୍ବାରା ପ୍ରଦାନ କରାଯାଉଥିବା ସେବାରେ ବ୍ୟବହାରକାରୀମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ କମ୍ପାନୀ ଅବଗତ ଅଛି । ଆମେ ଏ ସମ୍ପର୍କରେ କାର୍ଯ୍ୟ ଜାରି ରଖିଛୁ ।’’

ତେବେ ଗତବର୍ଷ ଜୁଲାଇରେ ‘ମେଟା’ ଦ୍ବାରା ପରିଚାଳିତ ଏକାଧିକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକକାଳୀନ ଡାଉନ ହୋଇଥିଲେ । ଫେସବୁକ ଇନଷ୍ଟାଗ୍ରାମ ସମେତ ହ୍ବାଟ୍ସଆପ ମଧ୍ୟ ଡାଉନ ହୋଇଥିଲା । ସାରା ବିଶ୍ବରେ ଏହି ସମସ୍ୟା ଦେଖାଯାଇଥିଲା । ତେବେ ଏହି ସମସ୍ୟା କିଛି ଘଣ୍ଟା ଜାରି ରହିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା । ତେବେ ଜୁନ ମାସରେ ମଧ୍ୟ କିଛି ଦେଶରେ ସମାନ ସମସ୍ୟା ଦେଖାଯାଇଥିଲା । ପରବର୍ତ୍ତୀ ସମୟରେ କିଛି ସମୟ ବ୍ୟବଧାନରେ ଏହା କାର୍ଯ୍ୟକ୍ଷମ ହୋଇଥିଲା । ଏବେ ସମାନ ଧରଣର ସମସ୍ୟା ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ :- କର୍ଣ୍ଣାଟକ ବିଧାନସଭା ପରିସରରେ ଦିଆଯାଇଥିଲା ପାକିସ୍ତାନ ସମର୍ଥିତ ନାରା, ଫୋରେନସିକ ରିପୋର୍ଟରେ ହେଲା ଖୁଲାସା

ସାରା ବିଶ୍ବରେ ‘ମେଟା’ ଦ୍ବାରା ପରିଚାଳିତ ଏହି ଏକାଧିକ ସୋସିଆଲ ମିଡିଆ ପ୍ଲାଟଫର୍ମର ବହୁଳ ବ୍ୟବହାର ସହ ଲୋକପ୍ରିୟତା ମଧ୍ୟ ରହିଛି । କୋଟି କୋଟି ବ୍ୟବହାରକାରୀ ବାର୍ତ୍ତା ବିନିମୟ ପାଇଁ ଏହି ସବୁ ପ୍ଲାଟଫର୍ମକୁ ବ୍ୟବହାର କରୁଛନ୍ତି । ହ୍ବାଟ୍ସଆପ ପରି ଆପ୍ଲିକେସନ ଏବେ ଅଫିସିଆଲ ଯୋଗାଯୋଗ ପାଇଁ ମଧ୍ୟ ବ୍ୟବହାର ହେଲାଣି । ଏପରି ସମୟରେ ଏହି ଆପ୍ଲିକେସନଗୁଡିକ ଡାଉନ ହେବା ଫଳରେ ଏକପ୍ରକାର ଡିଜିଟାଲ ଅଚଳାବସ୍ଥା ସୃଷ୍ଟି ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 5, 2024, 10:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.