ETV Bharat / bharat

ତେଲେଙ୍ଗାନା ପୋଲିସକୁ ବଡ ସଫଳତା, ଏନକାଉଣ୍ଟରରେ 7 ମାଓବାଦୀ ନିହତ - TELANGANA MAOIST ENCOUNTER

ତେଲେଙ୍ଗାନା ମୁଲୁଗୁ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ୭ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଦୁଇଟି AK 47 ଜବତ ହୋଇଛି ।

TELANGANA MAOIST ENCOUNTER
TELANGANA MAOIST ENCOUNTER (ETV Bharat Odisha)
author img

By ETV Bharat Odisha Team

Published : Dec 1, 2024, 1:09 PM IST

ହାଇଦ୍ରାବାଦ: ତେଲେଙ୍ଗାନା ପୋଲିସକୁ ବଡ଼ ସଫଳତା । ମୁଲୁଗୁରେ ବଡ଼ ଧରଣର ମାଓ ଅପରେସନ ସଫଳ ହୋଇଛି । ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଆଜି (ରବିବାର) ମୁଲୁଗୁ ଜିଲ୍ଲାର ଇଟର୍ନଗରମ ଚଲପାକା ଜଙ୍ଗଲ ତଥା ତେଲେଙ୍ଗାନା ଏବଂ ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯାହାଫଳରେ ୭ ଜଣ ହାର୍ଡକୋର ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ ।

ଦୁଇଟି AK 47 ଜବତ:

ତେଲେଙ୍ଗାନା ପୋଲିସର ଆଣ୍ଟି ନକ୍ସଲ ଫୋର୍ସ ଏବଂ ଗ୍ରେହାଉଣ୍ଡସ୍ ମଧ୍ୟରେ ମିଳିତ ଅପରେସନ ବେଳେ ଏହି ଏନକାଉଣ୍ଟର ହୋଇଥିବା ପୋଲିସ ସୂଚନା ଦେଇଛି । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ଦୁଇଟି AK 47 ରାଇଫଲ ମଧ୍ୟ ଜବତ ହୋଇଛି ।

୭ ଜଣ ହାର୍ଡକୋର ମାଓବାଦୀ ନିହତ:

ମୃତ ମାଓବାଦୀ ମାନେ ହେଲେ କୁରୁସାମ ମଙ୍ଗୁ (35),ଇଗୋଲାପୁ ମଲାୟା ଓରଫ୍ ମଧୁ (43) , ମୁସାକି ଦେବଲ ଓରଫ୍ କରୁଣାକର (22), ମୁସାକି ଜମୁନା (23) , ଜୟସିଙ୍ଗ (25), କିଶୋର (22) ଏବଂ କାମେଶ (23) ବୋଲି ଜଣାପଡିଛି।

ତେଲେଙ୍ଗାନା ଡ଼ିଜିପିଙ୍କ ସମୀକ୍ଷ ବୈଠକ:

ଗତ ୧୧ ତାରିଖରେ ଭଦ୍ରାଦ୍ରୀ କୋଥାଗୁଡେମ, ମୁଲୁଗୁ ଏବଂ ଜୟଶଙ୍କର ଭୁପାଲପାଲ୍ଲି ଜିଲ୍ଲାର ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ । ଏହି ଅବସରରେ ମାଓ ଗତିବିଧିକୁ ନିଜର ରଖିବା ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ କାର୍ଯ୍ୟ କରୁଥିବା ପୋଲିସ ଅଧିକାରୀଙ୍କୁ ଛତିଶଗଡ ପୋଲିସ ସହ ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ମହିଳା ମାଓବାଦୀ ଗିରଫ, ଏସବୁ ମାଓ ହିଂସାରେ ଥିଲେ

ଏହା ମଧ୍ୟ ପଢନ୍ତୁ...ଛତିଶଗଡ଼ରେ ବଡ଼ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ନକ୍ସଲ ନିପାତ

ଏହା ମଧ୍ୟ ପଢନ୍ତୁ...ମାଲକାନଗିରି ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ

ଛତିଶଗଡ଼ରେ ୧୦ ଜଣ ନକ୍ସଲ ନିହତ ହୋଇଥିଲେ:

ଏହା ପୂର୍ବରୁ ଛତିଶଗଡ଼ ବସ୍ତର ଡିଭିଜନ ସୁକମା ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନ ସୁରକ୍ଷାବଳକୁ ମିଳିଥିବା ବଡ଼ ସଫଳତା । ନିପାତ ହୋଇଥିଲେ ୧୦ ଜଣ ନକ୍ସଲ । ଘଟଣା ସ୍ଥଳରୁ ପୋଲିସ ଅତ୍ୟାଧୁନିକ ରାଇଫଲ ସମେତ ଅନ୍ୟ ମାରଣାସ୍ତ୍ର ଓ ମାଓସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.