ETV Bharat / bharat

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ; 6 ମୃତ, 15 ଆହତ

author img

By ETV Bharat Odisha Team

Published : Feb 10, 2024, 11:12 AM IST

Andra Pradesh Accident: ଆନ୍ଧ୍ରପ୍ରଦେଶ ନେଲୋର ଜିଲ୍ଲା କଭାଲିଠାରେ ବସ୍-ଟ୍ରକ ଧକ୍କା । 6 ମୃତ, 15 ଆହତ । ଭାରସମ୍ୟ ହରାଇ ଟ୍ରକଟି ବସକୁ ଧକ୍କା ଦେଇଥିବା ସୂଚନା ରହିଛି । ଅଧିକ ପଢ଼ନ୍ତୁ

Andra Pradesh Accident
ଭାରସାମ୍ୟ ହରାଇ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ

ଅମରାବତୀ: ଆନ୍ଧ୍ରପ୍ରଦେଶ ନେଲୋର ଜିଲ୍ଲା କଭାଲିଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆଜି (ଶନିବାର) ଭୋର ସମୟରେ ମୁସୁନୁର ଟୋଲ ପ୍ଲାଜା ନିକଟରେ ଏକ ଟ୍ରକ ଓ ବସ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଏଥିରେ 6 ଜଣଙ୍କ ଜୀବନ ଯାଇଥିବା ବେଳେ 15ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

ସୂଚନା ଅନୁଯାୟୀ, ଆଜି(ଶନିବାର) ଭୋର ସମୟରେ ଆନ୍ଧ୍ରପ୍ରଦେଶ ନେଲୋର ଜିଲ୍ଲା କଭାଲିଠାରେ ଭୟଙ୍କର ଦୁର୍ଘଟଣା ଘଟିଛି । କଭାଲି ଟୋଲ୍ ପ୍ଲାଜା ନିକଟରେ ଏକ ଟ୍ରକ ବିପରୀତ ଦିଗରୁ ଆସୁଥିବା ଏକ ବେସରକାରୀ ଯାତ୍ରୀବାହୀ ବସକୁ ଆଗପଟରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 15 ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି । ତେବେ ନେଲୋର ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ 2 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ମୃତକଙ୍କ ସଂଖ୍ୟା 6ରେ ପହଞ୍ଚିଛି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଦୁର୍ଘଟଣାରେ ବସର ଆଗ ଅଂଶଟି ଭାଙ୍ଗି ଚୁରମାର ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ.. ଭାରସାମ୍ୟ ହରାଇ ଗାତରେ ପଶିଗଲା ଚଳନ୍ତା କାର, 6 ମୃତ

ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ କଭାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କଭାଲି ଡିଏସପି ଭେଙ୍କଟରମଣଙ୍କ କହିବାନୁଯାୟୀ, "ନେଲୋର ଜିଲ୍ଲା ମୁସୁନୁର ଟୋଲ ପ୍ଲାଜା ନିକଟରେ ଏକ ଲୋରୀ (ଟ୍ରକ) ବସକୁ ଧକ୍କା ଦେଇଥିଲା । ଏଥିରେ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 15 ଜଣ ଆହତ ହୋଇଛନ୍ତି । ଅନ୍ୟପଟେ 2 ଜଣଙ୍କର ନେଲୋର ସରକାରୀ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଜୀବନ ଯାଇଥିବା ଜଣାପଡିଛି । "

PTIକୁ ସୂଚନା ଦେଇ ସେ ଆଉ ମଧ୍ୟ କହିଛନ୍ତି ଯେ," ଟ୍ରକଟି ଲୁହା ରଡ ବୋଝେଇ କରି ଆସୁଥିବା ବେଳେ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ବସକୁ ପିଟି ଦେଇଥିଲା । ଏନେଇ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.