ETV Bharat / bharat

ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ବାମୀ ସ୍ମରଣାନନ୍ଦଙ୍କର ଦେହାନ୍ତ, ଦୁଃଖ ପ୍ରକାଶ କଲେ ମୋଦି-ଦିଦି - Swami Smaranananda Demise - SWAMI SMARANANANDA DEMISE

Swami Smaranananda Demise: ମଙ୍ଗଳବାର ରାତିରେ ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ବାମୀ ସ୍ମରଣାନନ୍ଦଙ୍କ ପରଲୋକ ହୋଇଛି । ତାଙ୍କ ଦେହାନ୍ତ ଖବର ଶୁଣି ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Swami Smaranananda
Swami Smaranananda
author img

By ETV Bharat Odisha Team

Published : Mar 27, 2024, 10:54 AM IST

କୋଲକାତା: ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ବାମୀ ସ୍ମରଣାନନ୍ଦଙ୍କର ଦେହାନ୍ତ । 94 ବର୍ଷ ବୟସରେ ସେ ମଙ୍ଗଳବାର ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି ।

ମୃତ୍ୟୁ ସମୟରେ ସ୍ବାମୀ ସ୍ମରଣାନନ୍ଦଙ୍କୁ 94 ବର୍ଷ ହୋଇଥିଲା । ସେ 2017 ମସିହାରେ ରାମକୃଷ୍ଣ ମିଶନର 16ତମ ଅଧ୍ୟକ୍ଷ ହୋଇଥିବା ନେଇ ମିଶନ ପକ୍ଷରୁ ଏକ ବିବୃତ୍ତିରେ ସ୍ପଷ୍ଟ କରାଯାଇଛି । ତେବେ ଗତକାଲି(ମଙ୍ଗଳବାର) ରାତି ପ୍ରାୟ 8ଟା 14 ମିନିଟରେ ରାମକୃଷ୍ଣ ମଠ ଏବଂ ମିଶନର ଅଧ୍ୟକ୍ଷ ସ୍ବାମୀ ସ୍ମରଣାନନ୍ଦଙ୍କ ଦେହାନ୍ତ ହୋଇଥିବା ନେଇ କୁହାଯାଇଛି ।

ସୂଚନା ଅନୁସାରେ, ଗତ ଜାନୁଆରୀ 29ରେ ସଂକ୍ରମଣ କାରଣରୁ ରାମକୃଷ୍ଣ ମିଶନ ସେବା ପ୍ରତିଷ୍ଠାନରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ କିଛି ଦିନ ପରେ ତାଙ୍କୁ ନିଶ୍ବାସ ନେବାର ସମସ୍ୟା ଦେଖାଦେଇଥିଲା । ଫଳରେ ତାଙ୍କୁ ମାର୍ଚ୍ଚ 3 ତାରିଖରେ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ବାମୀ ସ୍ମରଣାନନ୍ଦଙ୍କ ବିୟୋଗରେ ଦୁଇଟି ଫଟୋ ସେୟାର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ମଧ୍ୟ ପଢନ୍ତୁ: ଶେଷ ହେଲା ସଦଗୁରୁଙ୍କ ବ୍ରେନ ସର୍ଜରୀ, ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ସେ ଟ୍ବିଟ କରି କହିଛନ୍ତି, "ଅସଂଖ୍ୟ ହୃଦୟ ଏବଂ ମନରେ ସେ ଏକ ଅବିସ୍ମରଣୀୟ ଛାପ ଛାଡି ଯାଇଛନ୍ତି । ତାଙ୍କର କରୁଣା ଏବଂ ବୁଦ୍ଧିମତା ଅନେକ ପିଢିଙ୍କୁ ପ୍ରେରଣା ଯୋଗାଇବ । ବର୍ଷ ବର୍ଷ ଧରି ତାଙ୍କ ସହିତ ମୋର ସମ୍ପର୍କ ରହିଥିଲା । 2020 ମସିହାରେ ବେଲୁର ମଠର ଯାତ୍ରା ମୋର ମନେ ରହିଛି । ଏହି ଦିନ ମୁଁ ସ୍ବାମୀ ସ୍ମରଣାନନ୍ଦଙ୍କ ସହିତ ବାର୍ତ୍ତାଳାପ କରିଥିଲି । କିଛି ସପ୍ତାହ ପୂର୍ବରୁ ମୁଁ କୋଲକାତାରେ ମଧ୍ୟ ତାଙ୍କୁ ସାକ୍ଷାତ କରିଥିଲି । ମୁଁ ହସ୍ପିଟାଲ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲି । "

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, "ରାମକୃଷ୍ଣ ମଠ ଏବଂ ମିଶନର ଅଧ୍ୟକ୍ଷ ସ୍ବାମୀ ସ୍ମରଣାନନ୍ଦଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଏହି ମହାନ ବ୍ୟକ୍ତି ତାଙ୍କ ଜୀବନ କାଳରେ ରାମକୃଷ୍ଣବାଦୀମାନଙ୍କର ବିଶ୍ୱ ବ୍ୟବସ୍ଥାକୁ ଆଧ୍ୟାତ୍ମିକ ନେତୃତ୍ବ ଦେଇଛନ୍ତି । ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ସାନ୍ତ୍ୱନା ଉତ୍ସ ହୋଇ ରହିଛି । ମୁଁ ତାଙ୍କର ସମସ୍ତ ସାଥୀ ଭିକ୍ଷୁ, ଅନୁଗାମୀ ଏବଂ ଭକ୍ତମାନଙ୍କୁ ମୋର ଗଭୀର ସମବେଦନା ଜଣାଉଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.