ETV Bharat / bharat

ତଦନ୍ତକାରୀ ସଂସ୍ଥା ତଦନ୍ତ, ଜବତ ଓ ଗୋପନୀୟତା ଅଧିକାର ମଧ୍ୟରେ ଏକ ସୂକ୍ଷ୍ମ ଭାରସାମ୍ୟ ରଖିବା ଉଚିତ: ପ୍ରଧାନ ବିଚାରପତି - CJI on CBI raising day

author img

By ETV Bharat Odisha Team

Published : Apr 1, 2024, 10:39 PM IST

Probe agencies must have delicate balance between search, seizure powers and privacy rights: ତଦନ୍ତକାରୀ ସଂସ୍ଥା ତଦନ୍ତ, ଜବତ ଓ ଗୋପନୀୟତା ଅଧିକାର ମଧ୍ୟରେ ଏକ ସୂକ୍ଷ୍ମ ଭାରସାମ୍ୟ ରଖିବା ଉଚିତ ବୋଲି କହିଲେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ । ଅଧିକ ପଢନ୍ତୁ

ତଦନ୍ତକାରୀ ସଂସ୍ଥା ତଦନ୍ତ, ଜବତ ଓ ଗୋପନୀୟତା ଅଧିକାର ମଧ୍ୟରେ ଏକ ସୂକ୍ଷ୍ମ ଭାରସାମ୍ୟ ରଖିବା ଉଚିତ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସିବିଆଇ ପରି ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ତଦନ୍ତ ପ୍ରକ୍ରିୟା ସମୟରେ ବ୍ୟକ୍ତିଗତ ଗୋପନୀୟତା ଅଧିକାର ସହ ସମ୍ପୃକ୍ତ କ୍ଷେତ୍ର ଓ ଜବତ କ୍ଷମତା ବ୍ୟାପାର ମଧ୍ୟରେ ଏକ ସୂକ୍ଷ୍ମ ସନ୍ତୁଳନ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଏହି ଦିଗ ଉପରେ ଗୁରୁତ୍ବାରୋପ କରିଛନ୍ତି । କାର୍ଯ୍ୟକ୍ରମରେ ସିବିଆଇର ପ୍ରଥମ ନିର୍ଦ୍ଦେଶକ ଡି.ପି କୋହଲି ମେମୋରିଆଲ ଲେକ୍ଚରରେ CJI ତାଙ୍କର ଅଭିଭାଷଣ ପ୍ରଦାନ କରି ବର୍ତ୍ତମାନର ତଦନ୍ତ ପ୍ରକ୍ରିୟା ଓ ଦେଖାଯାଇଥିବା ଆହ୍ବାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି କହିଛନ୍ତି, ଅପରାଧିକ ନ୍ୟାୟ କ୍ଷେତ୍ରରେ, ତଦନ୍ତ, ଜବରଦଖଲ କ୍ଷମତା ଏବଂ ବ୍ୟକ୍ତିଗତ ଗୋପନୀୟତା ଅଧିକାର ମଧ୍ୟରେ ସୂକ୍ଷ୍ମ ସନ୍ତୁଳନ ଏବେ ଆହ୍ବାନ ଭାବେ ଛିଡା ହୋଇଛି । ଏହା ଏକ ନ୍ୟାୟପୂର୍ଣ୍ଣ ସମାଜର ମୂଳଦୁଆ । ଏବେ ତଦନ୍ତ ପ୍ରକ୍ରିୟା କେବଳ ପାରମ୍ପରିକ ପ୍ରଣାଳୀରେ ସୀମିତ ନାହିଁ । ଡିଜିଟାଲ ଟେକ୍ନୋଲୋଜିର ବିସ୍ତାର ମାଧ୍ୟମରେ ସାଇବର ଅପରାଧ ଏବଂ ଡିଜିଟାଲ ଠକେଇ ପରି ଘଟଣା ସାମ୍ନାକୁ ଆସିଲାଣି । ସିବିଆଇ ପରି ଆଇନ ପ୍ରଣୟନକାରୀ ସଂସ୍ଥା ନୂତନ ତଥା ଜଟିଳ ଆହ୍ବାନର ସମ୍ମୁଖୀନ ହେଉଛନ୍ତି, ଯେଉଁ କ୍ଷେତ୍ରରେ ଅଭିନବ ସମାଧାନର ଆବଶ୍ୟକତା ରହିଛି । ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକ ଅପରାଧିକ ଘଟଣାକ୍ରମର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ନିଜକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଗଣତନ୍ତ୍ରର ସଂଜ୍ଞା ଜାଣିନାହାନ୍ତି ରାହୁଲ ଗାନ୍ଧୀ: ବିଜେପି ଲୋକସଭା ପ୍ରାର୍ଥୀ କଙ୍ଗନା - KANGANA ATTACK RAHUL GANDHI

ଏହା ମଧ୍ୟ ପଢନ୍ତୁ:- ଜ୍ଞାନବ୍ୟାପୀ ମସଜିଦ ଭିତରେ ଜାରି ରହିବ ହିନ୍ଦୁପକ୍ଷର ପୂଜାର୍ଚ୍ଚନା, ରୋକ ଲଗାଇବା ପାଇଁ ମନା କଲେ ସୁପ୍ରିମକୋର୍ଟ - Gyanvapi mosque case

ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଜଷ୍ଟିସ ଚନ୍ଦ୍ରଚୂଡ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ନିର୍ଦ୍ଦେଶକ ତଥା ବରିଷ୍ଠ ଆଇପିଏସ ଅଧିକାରୀ ପ୍ରବୀଣ ସୁଦ୍ଧ ଓ ସଂସ୍ଥାର ତମାମ ବରିଷ୍ଠ ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସୁପ୍ରିମକୋର୍ଟର ଅନ୍ୟ କିଛି ବିଚାରପତି ଓ କେନ୍ଦ୍ର କ୍ୟାବିନେଟର କିଛି ବରିଷ୍ଠ ଅଧିକାରୀ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ମତବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.